ହିନ୍ଦୁ ଯୁବକଙ୍କୁ ମୁସଲିମ ଭାବି ଦିଆଗଲା କବର, ତା’ପରେ କ’ଣ ହେଲା ଜାଣନ୍ତୁ


ହତ୍ୟା ପରେ ଜଣେ ୧୯ ବର୍ଷିୟ ଯୁବକଙ୍କୁ ମସୁଲମାନ ଭାବି କବର ଦିଆଯାଇଥିବାବେଳେ ବର୍ତ୍ତମାନ ଉକ୍ତ ଯୁବକଙ୍କର ପ୍ରକୃତ ପରିଚୟ ହିନ୍ଦୁ ବୋଲି ଜଣାପଡିବା ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ବ୍ୟବସ୍ଥା କରାଯାଇଛି । ଏହି ଘଟଣାଟି ଉତ୍ତରପ୍ରଦେଶର ମୁଜାଫର ନଗର ଜିଲ୍ଲାର ଅଟେ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକର ସାଙ୍ଗମାନେ ତାଙ୍କୁ ଗତ ୧୭ ତାରିଖରେ ହତ୍ୟା କରି ଯମୁନା ନଦୀରେ ଫିଙ୍ଗି ଦେଇଥିବାବେଳେ ଗୋଟିଏ ଦିନ ପରେ ତାଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଅଜଣା ଶବକୁ ଉଦ୍ଧାର କରାଯିବା ପରେ ଭୁଲ ବଶତ ତାଙ୍କୁ ମୁସଲିମ ଯୁବକ ଭାବି କବ୍ରିସ୍ଥାନରେ କବର ଦିଆଯାଇଥିଲା । କିନ୍ତୁ ସାମଲୀ ଜିଲ୍ଲାର ମାଜିଷ୍ଟ୍ରେଟଙ୍କ ଠାରୁ ଯୁବକଙ୍କର ପ୍ରକୃତ ପରିଚୟ ମିଳିବା ପରେ ତାଙ୍କୁ କବରରୁ ବାହାର କରି ଅନ୍ତିମ ସଂସ୍କାର କରିବାର ବ୍ୟବସ୍ଥା କରାଯାଇଥିଲା । ମୃତକ ଯୁବକଙ୍କର ନାମ ସାଗର ଥିବାବେଳେ ସେ ହରିୟାଣାର ପାନିପଥର ବାସିନ୍ଦା ଅଟନ୍ତି ।


Share It

Comments are closed.