ଭାରତୀୟ ଦଳରେ ଚୟନ ହେଲେ ବସ କଣ୍ଡକ୍ଟରଙ୍କ ପୁଅ


ଜଣେ ମହିଳା ବସ କଣ୍ଡକ୍ଟରଙ୍କ ପୁଅ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ‘ୟୁଥ ଏସିଆ କପ’ ପାଇଁ ଭାରତୀୟ ଅଣ୍ଡର-୧୯ ଦଳରେ ଚୟନ ହୋଇଛନ୍ତି । ଭାରତୀୟ ଅଣ୍ଡର-୧୯ ଦଳ ପାଇଁ ଚୟନ ହୋଇଥିବା ‘ଅଥର୍ବ’, ରିଜୱି କଲେଜର ଦ୍ୱିତୀୟ ବର୍ଷ ବାଣିଜ୍ୟ ଛାତ୍ର ଅଟନ୍ତି । ଭାରତୀୟ ଅଣ୍ଡର-୧୯ ଦଳରେ ‘ଅଥର୍ବ’ଙ୍କ ନାମ ଚୟନ ପରେ ମୋ ପାଖକୁ ୪୦,୦୦୦ରୁ ଉଦ୍ଧ୍ୱର୍ ଶୁଭେଚ୍ଛା ଏବଂ ଅଭିନନ୍ଦନ ଆସିଛି ବୋଲି ମା’ ‘ଆଙ୍କୋଲିକର’ କହିଥିବାବେଳେ ଏହା ମୋ ପାଇଁ ଏକ ଗର୍ବ ବିଷୟ ବୋଲି ସେ କହିଛନ୍ତି । ସେ ଆହୁରୀ କହିଛନ୍ତି ଯେ, “ଏହି ଶୁଭେଚ୍ଛା ପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ମୋ ସ୍ୱାମୀ ଜଣେ କଣ୍ଡକ୍ଟର ଥିଲେ ଓ ସେ ଆମ ପରିବାରର ଏକମାତ୍ର ରୋଜଗାରୀ ବ୍ୟକ୍ତି ଥିଲେ କିନ୍ତୁ ତାଙ୍କ ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଥିଲେ ଏବଂ ମୋ ସାଙ୍ଗର ସହଯୋଗରେ ମୁଁ ଘରେ ପିଲାଙ୍କୁ ପାଠପଢାଇବା ଆରମ୍ଭ କରିଥିଲେ । ସୌଭାଗ୍ୟବଶତଃ ପରବର୍ତ୍ତୀ ମୂହୂର୍ତ୍ତରେ ମୁଁ ମୋ ସ୍ୱାମୀଙ୍କ ଚାକିରି ପାଇପାରିଥିଲେ, ଯାହାକି ମୋ ପୁଅର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ । ” ଏହି ଅବସରରେ ‘ଅଥର୍ବ’ କହିଛନ୍ତି ଯେ, “ଏହି ସମୟରେ ବାପା ଖୁବ ମନେ ପଡୁଛନ୍ତି । ମୁଁ ଯେତେବେଳେ ଛୋଟଥିଲି ସେତେବେଳେ ବାପା ମୋ ପାଖରେ ଏକ ବ୍ୟାଟ ରଖୁଥିଲେ ଏବଂ ମୁଁ ଧିରେ ଧିରେ ବଡ ହୋଇ ଯେତେବେଳେ କ୍ରିକେଟର ଭଲ ପ୍ରଦର୍ଶନ କରିବାକୁ ଲାଗିଲି ସେତେବେଳେ ବାପା ମୋତେ ପୁରଷ୍କାର ସ୍ୱରୁପ ବ୍ୟାଟ, ଗ୍ଲୋବସ୍ ଏବଂ ହେଲମେଟ ପ୍ରଦାନ କରୁଥିଲେ । ମୋର ସେହି ସବୁ ସ୍ମୃତି ଏବେବି ମନେ ପଡୁଛି । ମୁଁ ଏବେ ଆହୁରୀ କଠିନ ପରିଶ୍ରମ କରିବି ଏବଂ ଇଣ୍ଡିଆ ଟିମ ପାଇଁ ଖେଳିବି ।”


Share It

Comments are closed.