କରୋନା ଯୋଗୁଁ ମୁକେଶ ଅମ୍ବାନୀଙ୍କ କ୍ଷତି ଜାଣିଲେ ଆପଣଙ୍କ ହୋସ ଉଡିଯିବ


ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମୋଟ ସମ୍ପତି ପରିମାଣରେ ଗତ ଦୁଇ ମାସରେ ୨୮% ହ୍ରାସ ଘଟିଛି । କରୋନା ଭାଇରସ୍ କାରଣରୁ ସେୟାର ବଜାରରେ ଦେଖାଦେଇଥିବା ଭାରି ହ୍ରାସ ଯୋଗୁ ମୁକେଶ ଅମ୍ବାନୀଙ୍କ ସମ୍ପତି ମଧ୍ୟ ପ୍ରଭାବିତ ହୋଇଛି । ହାରୁନ୍ ଗ୍ଲୋବାଲ ରିଚ୍ ଲିଷ୍ଟର ତଥ୍ୟ ମୁତାବକ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ସମ୍ପତିେରେ ଗତ ଫେବୃଆରୀ-ମାର୍ଚ୍ଚର ଅବଧିରେ ପାଖାପାଖି ଦେଢ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି । ଏହି କାରଣରୁ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ଅମ୍ବାନୀ ୮ଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନରେ ପହଂଚିଛନ୍ତି । ଏହି ରିପୋର୍ଟ ମୁତାବକ, ଅମ୍ବାନୀଙ୍କ ବ୍ୟତୀତ ଗୌତମ ଆଦାନି, ଶିବ ନାଡାର ଓ ଉଦୟ କୋଟାକ୍‌ଙ୍କ ସମ୍ପତିରେ ମଧ୍ୟ ଭାରି ହ୍ରାସ ଘଟିଛି । ଆଦାନିଙ୍କ ସମ୍ପତିରେ ଏହି ସମୟରେ ୬୦୦ କୋଟି ଡଲାର (୩୭%) ହ୍ରାସ ଘଟିଥିବା ବେଳେ ଏଚ୍‌ସିଏଲ୍ ଟେକ୍ନୋଲୋଜିସ୍‌ର ସଂସ୍ଥାପକ ଶିବ୍ ନାଡାର୍‌ଙ୍କ ସମ୍ପତିରେ ୫୦୦ କୋଟି ଡଲାର (୨୬%) ଓ ଉଦୟ କୋଟାକ୍‌ଙ୍କ ସମ୍ପତିରେ ୪୦୦ କୋଟି ଡଲାର (୨୮%) ହ୍ରାସ ହୋଇଛି । ସମ୍ପତିରେ ହ୍ରାସ ଯୋଗୁଁ ଏହି ୩ ଜଣ ଶିଳ୍ପପତି ବିଶ୍ୱର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରୁ ବାହାରିଯାଇଛନ୍ତି । କେବଳ ମୁକେଶ ଅମ୍ବାନୀ ଏହି ତାଲିକାରେ ସାମିଲ ଅଛନ୍ତି । କରୋନା ପ୍ରଭାବରେ ଭାରତୀୟ ସେୟାର ବଜାରରେ ଗତ ଦୁଇ ମାସରେ ପ୍ରାୟ ୨୫% ହ୍ରାସ ଦେଖିବାକୁ ମିଳିଛି ।


Share It

Comments are closed.