ଏମ୍ଏସ୍ଡିଇ ପକ୍ଷରୁ ଗୁଗଲ ଓ ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ସହ ଏଆଇ ସହଯୋଗିତା
ଭୁବନେଶ୍ୱର: ଭାରତରତ୍ନ ଚୌଧୁରୀ ଚରଣ ସିଂହଙ୍କ ୧୨୩ତମ ଜୟନ୍ତୀରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମ୍ଏସ୍ଡିଇ) ପକ୍ଷରୁ ଗୁଗଲ ଓ ମିରଟର ଚୌଧୁରୀ ଚରଣ ସିଂହ ବିଶ୍ୱବିଦ୍ୟାଳୟ ସହ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଘୋଷଣା କରାଯାଇଛି। ତାଙ୍କ ଅନ୍ତର୍ଭୁକ୍ତୀକରଣ ବିକାଶ ଦୂରଦୃଷ୍ଟି ପ୍ରତି ଉପଯୁକ୍ତ ସମ୍ମାନ ସ୍ୱରୂପ ଏହି ସହଯୋଗିତାର ଲକ୍ଷ୍ୟ ହେଉଛି ବିଶ୍ୱବିଦ୍ୟାଳୟକୁ ଭାରତର ପ୍ରଥମ ଏଆଇ ଆଧାରିତ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଯେଉଁଠାରେ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଂଚାଇବା ଓ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାରେ ପ୍ରଯୁକ୍ତିକୁ ଏକ ଟୁଲ୍ ଭାବେ ଉପସ୍ଥାପନ କରାଯିବ। ଏଆଇକୁ ବ୍ୟବହାର କରି ଭାରତରେ ରହିଥିବା ବୈଷମ୍ୟ ଦୂର କରି ଦ୍ୱିତୀୟଓ ତୃତୀୟ ଶ୍ରେଣୀ ସହରର ଯୁବପିଢ଼ିଙ୍କୁ ସଶକ୍ତ କରାଯିବ।
ଏହି ଅବସରରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ଯେ, “ପ୍ରବେଶ ପ୍ରତିବଦ୍ଧକ ଦୂର କରିବା ଦ୍ୱାରା ହିଁ ପ୍ରକୃତ ବିକାଶ ହୋଇଥାଏ। ଏହି ଅଭିଯାନରେ ଆଂଚଳିକ ଭାଷା ଅନ୍ତର୍ଭୁକ୍ତୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ପଢ଼ିବା ଓ ଭାବ ପ୍ରକାଶ କରିବା ସହ ବିଶ୍ୱସ୍ତରୀୟ ପ୍ରଯୁକ୍ତିରେ ପାରଙ୍ଗମ ହେବା। ସିସିଏସ୍ ବିଶ୍ୱବିଦ୍ୟାଳୟକୁ ମଡେଲ୍ ଏଆଇ ଅନୁଷ୍ଠାନରେ ପରିଣତ କରିବା ପାଇଁ ଆମେ ଦେଶପାଇଁ ଏକ ବ୍ଲୁପ୍ରିଂଟ ପ୍ରସ୍ତୁତ କରିବା ଯେଉଁଠାରେ ଦକ୍ଷତା ଓ ମେଧା ଆଧାରରେ ନିଯୁକ୍ତିକ୍ଷମତା ଆଗକୁ ବଢ଼ିବ। ଦେଶର ଅର୍ଥନୈତିକ ଇଂଜିନକୁ ଆଗକୁ ବଢ଼ାଇବାରେ ଆମେ ଯୁବପିଢ଼ିଙ୍କୁ ପ୍ରାଥମିକତା ପ୍ରଦାନ କରୁଛୁ। ଏହି ସହଯୋଗିତା ଚୌଧୁରୀ ଚରଣ ସିଂହଙ୍କ ଅନ୍ତର୍ଭୁକ୍ତୀକରଣ ବିଶ୍ୱାସକୁ ପ୍ରତିଫଳିତ କରୁଛି ଯେଉଁଠଶରେ ଭାରତର ବାସ୍ତବତା ଓ ଅଭିଳାଷ ସହ ଶିକ୍ଷା ସମନ୍ୱିତ ରହିଛି।’’
ଏହି ଏମ୍ଓୟୁ ଅଧୀନରେ ସିସିଏସ୍ ବିଶ୍ୱବିଦ୍ୟାଳୟ ଏଆଇ ଗ୍ରହଣୀୟତା ଫ୍ରେମୱର୍କ ବିକାଶ ଓ କାର୍ଯ୍ୟକାରିତା ପାଇଁ ପାଇଲଟ୍ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ।
ଏହି ଅବସରରେ ଏମ୍ଏସ୍ଡିଇର ସଚିବ ଦେବଶ୍ରୀ ମୁଖାର୍ଜୀ, ସିସିଏସ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶୁକ୍ଳା ଏବଂ ଗୁଗଲ, ବିଶ୍ୱବିଦ୍ୟାଳୟ ଓ ଏମ୍ଏସଡିଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Comments are closed.