ଡଗଆଉଟରେ ବ୍ୟାଟ ସହ ଟ୍ୟାମ୍ପରେିଂ କରୁଥିଲେ ଧୋନି, ଭିଡିଓ ଭାଇରାଲ

Share It

ମହେନ୍ଦ୍ର ସିଂହ ଧୋନି ଏବଂ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୫ ବିଶେଷ ଭଲ ପ୍ରଦର୍ଶନ କରିନାହାନ୍ତି ଧୋନିଙ୍କ ଦଳ ଆଇପିଏଲ୍ ଚଳିତ ସିଜନରୁ ପ୍ରଥମେ ବାଦ୍ ପଡ଼ିଥିଲା। ସେପଟେ ଖରାପ ପ୍ରଦର୍ଶନ ଯୋଗୁଁ ମହେନ୍ଦ୍ର ସିଂହ ଧୋନି ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଇତି ମଧ୍ୟରେ ଡଗଆଉଟରୁ ଏମଏସ ଧୋନିଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ନିଜ ବ୍ୟାଟ୍ ରେ ଟ୍ୟାମ୍ପରିଂ କରୁଥିବାର ଦେଖିବାକୁ ମିଳିଛି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇନ୍ତି ଏହି ଭିଡିଓରେ ଧୋନି ନିଜ ବ୍ୟାଟ୍ କୁ ହାତୁଡ଼ିରେ ଧକ୍କା ଦେଉଥିବାର ଦେଖିବାକୁ ମିଳିଛି। ଧୋନି ତାଙ୍କ ବ୍ୟାଟ୍ କୁ ବ୍ୟାକ୍ ସାଇଡ୍ ରେ ଟ୍ୟାପ୍ କରୁଥିଲେ। ଏହାପରେ ଧୋନି ମଧ୍ୟ ବ୍ୟାଟ୍ ମାପ କୌଶଳ ରେ ଡଗଆଉଟ୍ ରେ ନିଜ ବ୍ୟାଟ୍ ଯାଞ୍ଚ କରିଥିଲେ। ଧୋନି ଏପରି କରୁଥିଲେ ଯେପରି ସେ ପଡ଼ିଆରେ ବ୍ୟାଟିଂ କରିବାକୁ ଓହ୍ଲାଇଲେ ଅମ୍ପାୟାରଙ୍କ ସହ ସମସ୍ୟାକୁ ଏଡ଼ାଇ ପାରିବେ।

https://x.com/CaptainDeMio/status/1919049762562773351

ପଡ଼ିଆରେ ଉତ୍ତେଜନା ସତ୍ତ୍ୱେ ଏମ୍ ଏସ୍ ଧୋନି ପରେ ଅମ୍ପାୟାରଙ୍କ ଠାରୁ ବ୍ୟାଟ୍ ମାପ ଡିଭାଇସ୍ ନେଇ ନିଜେ ବ୍ୟାଟ୍ ପାସ୍ କରୁଥିବା ଦେଖିବାକୁ ମିଳିଥିଲା। ଧୋନି ଏପରି କରିଥିଲେ କାରଣ ସେ ଅନୁଭବ କରିଥିଲେ ଯେ ତାଙ୍କ ବ୍ୟାଟ୍ ର ମୋଟାପଣକୁ ନେଇ କିଛି ସନ୍ଦେହ ରହିଛି। ସିଏସ୍କେର ୧୭ତମ ଓଭରରେ ୨୧୪ ରନ୍ ପିଛା କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଡେୱାଲ୍ଡ ବ୍ରେଭିସ୍ ଆଉଟ୍ ହେବା ପରେ ଧୋନି ବ୍ୟାଟିଂ କରିବାକୁ ଆସିଥିଲେ। ଅମ୍ପାୟାରମାନେ ବ୍ୟାଟ୍ ମାପ ଡିଭାଇସ୍ ବାହାର କରିଥିଲେ। ପ୍ରଥମ ପ୍ରୟାସରେ ଧୋନିଙ୍କ ବ୍ୟାଟ୍ ଠିକ୍ ଭାବେ ଯାଇ ପାରିନଥିଲା। ଏହାପରେ ଧୋନି ଦୁଇଥର ହାତରେ ବ୍ୟାଟ୍ ଘଷି ନିଜେ ଏହାକୁ ମାପିବାକୁ ଚେଷ୍ଟା କରିଥିଲେ। ତେବେ ଏହା ଠିକ୍ ଭାବେ କାମ କରିନଥିଲା, କିନ୍ତୁ ଅମ୍ପାୟାର ତାଙ୍କୁ ସବୁଜ ସଙ୍କେତ ଦେଇ ସମାନ ବ୍ୟାଟ୍ ରେ ଖେଳିବାକୁ ଅନୁମତି ଦେଇଥିଲେ।


Share It

Comments are closed.