ଧୋନୀଙ୍କ ଜନ୍ମଦିନ ଅବସରରେ ତାଙ୍କର ପ୍ରିୟ କାର ଏବଂ ବାଇକ ଉପରେ ଆସନ୍ତୁ ନଜର ପକାଇବା


ଆଜି ହେଉଛି ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ । ଧୋନୀ କାର ଏବଂ ବାଇକ ପ୍ରେମୀ ଅଟନ୍ତି । ତେବେ ଆସନ୍ତୁ ଧୋନୀଙ୍କର ଏହି ଜନ୍ମଦିନ ଅବସରରେ ତାଙ୍କର କିଛି ଖାସ କାର ଏବଂ ବାଇକ ସଂପର୍କରେ ଜାଣିବା ।
ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଆଜି ହେଉଛି ଜନ୍ମଦିନ । ଧୋନୀଙ୍କୁ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି । ହେଲିକ୍ୟାପ୍ଟର ସଟ ପାଇଁ ଲୋକପ୍ରିୟ ଥିବା ଧୋନୀ କାର ଏବଂ ବାଇକ ପ୍ରେମୀ ଅଟନ୍ତି । ତାଙ୍କ ପାଖରେ ଖୁବ ସୁନ୍ଦର ବାଇକ ଏବଂ ବିଳାସପୂର୍ଣ୍ଣ କାର ରହିଛି । ବାଇକପ୍ରେମୀ ଧୋନୀଙ୍କ ଗ୍ୟାରେଜରେ ମଧ୍ୟ ତାଙ୍କର ପୁରୁଣା ବାଇକକୁ ରଖିଛନ୍ତି । ଆସନ୍ତୁ ଧୋନୀଙ୍କ ଜନ୍ମଦିନ ଅବସରରେ ତାଙ୍କର କିଛି ଖାସ କାର ଏବଂ ବାଇକ ସଂପର୍କରେ ଜାଣିବା ।
‘ହମର ଏଚ୨’


ଯଦି ଧୋନୀଙ୍କ କାର କଥା କହିବା ତେବେ ସର୍ବପ୍ରଥମ ଧୋନୀଙ୍କ ହମର ଏସୟୁଭିର ନାମ ଆଗେ ଆସିବ । ଭାରତରେ ସବୁଠାରୁ ଲୋକପ୍ରିୟ ହମର ମାଲିକଙ୍କ ମଧ୍ୟରେ ଧୋନୀଙ୍କ ନାମ ସାମିଲ ରହିଛି । ଧୋନୀଙ୍କ ପାଖରେ ହମର ଏଚ୨ ରିହିଛି । ଧୋନୀଙ୍କୁ ଅନେକ ଥର ଏହି କାର ଶବାର କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଶକ୍ତିଶାଳୀ ୬.୨ ଲିଟର ଭି୮ ପେଟ୍ରୋଲ ଇଞ୍ଜିନ ରହିଛି , ଯାହାକି ୩୯୩ ବିଏଚପି ଶକ୍ତି ଉତ୍ପନ୍ନ କରେ ।

ନିସାନ ଜୋନଗା


ନିଶାନ ଜୋନଗା ଧୋନୀଙ୍କ ଅତ୍ୟାଧୁନିକ କଲେକସନ ମାନଙ୍କ ମଧ୍ୟରୁ ଅନ୍ୟତ୍ତମ ଅଟେ । ଏହାକୁ ଧୋନୀଙ୍କ ଅନୁଯାୟୀ ମୋଡିଫାଏ କରାଯାଇଛି । ଧୋନୀ ଯେଉଁ ଜୋନଗା କିଣିଛନ୍ତି ତାହାକୁ ‘୧ ଟନ’ ନାମରେ ଜଣାଯାଏ । କିନ୍ତୁ ପ୍ରକୃତରେ ଏହା ୪ଡବ୍ଲୁ୭୦ ସିରିଜର ବିକଳ୍ପ ଅଟେ । ନିସାନର ଏହି ଏସୟୁଭିର ପ୍ରଡକ୍ସନ ଖାସ କରି ଭାରତୀୟ ସେନା ପାଇଁ କରାଯାଇଥାଏ । ଏଥିରେ ମାନୁଆଲ ଗିୟରବକ୍ସ ଦ୍ୱାରା ଆଚ୍ଛାଦିତ ଥିବା ୬-ସିଲିଣ୍ଡରର ପେଟ୍ରୋଲ ଇଞ୍ଜିନ ରହିଛି ।

ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ


ଧୋନୀଙ୍କ ଲାଟେଷ୍ଟ କାର କଲେକ୍ସନ ମଧ୍ୟରେ ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ ମଧ୍ୟ ରହିଛି । ଯେତେବେଳେ ଧୋନୀ ଏହାକୁ କିଣି ସେତେବେଳେ ଏହା ଭାରତର ପ୍ରଥମ ଜିପ ଗ୍ରାଣ୍ଡ ଚେରୋକି ଟ୍ରାକହକ ଥିଲା ।

ଲ୍ୟାଣ୍ଡରୋଭର ଫ୍ରିଲ୍ୟାଣ୍ଡର ୨


ଧୋନୀଙ୍କ ଗ୍ୟାରେଜରେ ଏକ ବିଳାସପୂର୍ଣ୍ଣ ଏସୟୁଭି ମଧ୍ୟ ରହିଛି । ଏଥିରେ ୨.୨ ଲିଟରର ଡିଜେଲ ଇଞ୍ଜିନ ମଧ୍ୟ ରହିଛି, ଯାହାକି ୧୪୮ ଭିଏଚପି ପାୱାର ଏବଂ ୪୨୦ ଏନଏମ ଟ୍ରାକ ଜେନେରେଟ କରେ । ଏହି ଏସୟୁଭି ୧୮୭ ବିଏଚପି ପାୱାର ସହ ଉପଲବ୍ଧ ।

ଅଡି କ୍ୟୁ ୭


ଧୋନୀଙ୍କ କାର କଲେକ୍ସନ ଭିତିରେ ଏହା ମଧ୍ୟ ସାମିଲ ରହିଛି । ଧୋନୀ ନିଜେ କାର ଏବଂ ବାଇକ ଚଲାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଏସୟୁଭିରେ ଭି ୧୨-ଟର୍ବୋ ଡିଜେଲ ଇଞ୍ଜିନ ଦିଆଯାଇଛି, ଯାହାକି ୮୦୦ ଏନଏମ ଟର୍କ ଜେନେରେଟ କରେ । ଏହି ସୁନ୍ଦର କାର ସମେତ ଧୋନୀଙ୍କ ପାଖରେ ଫରାରି ୫୯୯ ଜିଟିଓ, ଜିଏମସି ସିଏରା, ମରସିରଜ-ବେଞ୍ଜ ଜିଏଲଇ ଭଳି ଅନେକ ବିଳାସପୂର୍ଣ୍ଣ କାର ରହିଛି ।

କନଫେଡେକ୍ଟ ହେଲକଟ ଏକ୍ସ୩୨

ହେଲକଟ ବିଶ୍ୱର ସବୁଠାରୁ ବିରଳ ବାଇକ ମଧ୍ୟରୁ ଏକ ଅଟେ । ଧୋନୀଙ୍କ ବାଇକ କଲେକ୍ସନ ମଧ୍ୟରୁ ଏହି ପାୱାର କ୍ରୁଜର ମଧ୍ୟ ସାମିଲ ରହିଛି । ଏଥିରେ ୨.୨ ଲିଟର ଭି-ଟ୍ୱିନ ଇଞ୍ଜିନ ସାମିଲ ରହିଛି, ଯାହାକି ୧୨୧ ବିଏଚପି ପାୱାର ଏବଂ ୧୯୦ ଏନଏମ ଟର୍କ ଜେନେରେଟ କରେ ।

ୟାମାହା ଆରଡି୩୫୦


ଏହି କ୍ଲାସିକ ବାଇକ ଧୋନୀଙ୍କର ବହୁତ ପ୍ରିୟ ଅଟେ । ଧୋନୀଙ୍କୁ ଅନେକ ଥର ଏହି ବାଇକରେ ଶବାର କରୁଥିବାର ଦେଖିବାକୁ ମିଳିଛି । ଏହା ହେଉଛି ଧୋନୀଙ୍କ ପ୍ରଥମ ବାଇକ ।


Share It

Comments are closed.