ଧୋନିଙ୍କ ଅବସର ନେବା ଖବର ଏକ ଗୁଜବ – ରବି ଶାସ୍ତ୍ରୀ


ଭାରତ ଇଂଲଣ୍ଡ ବିପକ୍ଷରେ ତୃତୀୟ ଏବଂ ଶେଷ ଦିନିକିଆ ହାରିବା ପରେ ବର୍ତ୍ତମାନ ଭାରତୀୟ ଦଳର ସବୁଠାରୁ ସଫଳ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଥରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । ସବୁ ଆଡେ ତାଙ୍କର କ୍ରିକେଟରୁ ସବୁଦିନ ପାଇଁ ସନ୍ୟାସ ନେବାର ଚର୍ଚ୍ଚା ଚାଲିଛି ।
ବର୍ତ୍ତମାନ ସମ୍ପୂର୍ଣ୍ଣ ଘଟଣାର ଦୁଇ ଦିନ ପରେ ଧୋନି ଅବସର ନେବା ଖବରର ସତ୍ୟାସତ୍ୟ ସାମନାକୁ ଆସିଛି । ଟିମ ଇଣ୍ଡିଆର ପୂର୍ବତ୍ତନ କ୍ରିକେଟର ଏବଂ କୋଚ ରବି ଶାସ୍ତ୍ରି ସାମନାକୁ ଆସି ଏହା ଉପରେ ଟିପ୍ପଣୀ ଦେବା ସହ ବହୁତ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଧୋନି ବଲକୁ ଭାରତୀୟ ଦଳର ବୋଲିଂ କୋଚ ‘ଭାରତୀ ଅରୁଣ’ଙ୍କୁ ଦେଖାଇବା ପାଇଁ ନେଉଥିଲେ କାରଣ ସେ ଜାଣିବାକୁ ଚାହୁଁଥିଲେ ଯେ ବଲର ଅବସ୍ଥା କିପରି ଅଛି ? ଏବଂ ସେହି ବଲରେ କିପରି ଖେଳାଯାଇପାରିବ । ଟାଇମ୍ସ ଅଫ ଇଣ୍ଡିଆକୁ ଏହି ସଂପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ‘ଏହା ଏକ ଅପପ୍ରଚାର ଅଟେ ଏବଂ ମୁଁ ଏହାକୁ ଦୃଢ ନିନ୍ଦା କରୁଛି । ଧୋନି କୁଆଡେ ବି ଜାଉ ନାହାନ୍ତି’ । ସେ କହିଛନ୍ତି ଯେ, ଇଣ୍ଡିଆ ଶେଷ ଦିନିକିଆ ଏବଂ ସିରିଜ ହାରିଲା ପରେ ଦଳ ଯେତେବେଳେ ପଡିଆ ବାହରକୁ ଆସୁଥିଲେ ସେତେବେଳେ ୩୭ ବର୍ଷିୟ ଧୋନି ଅମ୍ପାୟାରଙ୍କ ଠାରୁ ବଲ ମାଗି ଥିଲେ ।
ଧୋନି ଅଧିକାଂଶ କ୍ଷେତ୍ରରେ ଏହି ଭଳି କରନ୍ତି ନାହିଁ କାରଣ ଯେତେବେଳେ ସେ ଜିତନ୍ତି ସେହି ସମୟରେ ସେ ଷ୍ଟମ ଏକାଠି କରିଥାନ୍ତି । ବିଗତ ୨ ଦିନ ମଧ୍ୟରେ ଧୋନଙ୍କର ଏକ ୩୦ ସେକେଣ୍ଡର ଭିଡିଓ ଭାଇରାଲ ହେବାରେ ଲାଗିଥିଲେ, ଯେଉଁଥିରେ ଦୁଇ ଦୁଇ ଥର ବିଶ୍ୱକପ ବିଜୟୀ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇକରି କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା ।

ଧୋନି ୨୦୧୪ରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ହଠାତ କରି ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିବା ବେଳେ ବେଷ୍ଟ ଫିନିସର ବୋଲି କୁହାଯାଉଥିବା ଧୋନି ବିଗତ କିଛି ମ୍ୟାଚ ହେବ ଉନ୍ନତ ପ୍ରଦର୍ଶନ କରିପାରୁ ନାହାନ୍ତି ।
ଧୋନି ୩୨୧ଟି ମ୍ୟାଚ ଖେଳି ୧୦୦୪୬ ରନ ସଂଗ୍ରହ କରିଥିବାବେଳେ ସେଥିମଧ୍ୟରୁ ୧୦ ଟି ଶତକ ଏବଂ ୬୭ଟି ଅର୍ଦ୍ଦଶତକ ରହିଛି ।
ସେହିଭଳି ଧୋନି ୯୩ଟି ଟି-୨୦ ମ୍ୟାଚ ଖେଳି ୧୪୮୭ ରନ ସଂଗ୍ରହ କରିଥିବା ବେଳେ ସେଥିମଧ୍ୟରୁ ୨ଟି ଅର୍ଦ୍ଧଶତକ ରହିଛି ।
ଧୋନି ଅଧିନାୟକ ଥିବା ସମୟରେ ଭାରତ ଭାରତ ୨୦୧୧ରେ ଦିନିକିଆ ଏବଂ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଛି । ଏହା ସହିତ ୨୦୧୩ରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ମଧ୍ୟ ଜିତିଛି ।
୧୦୦୦୦ ରନ ସଂଗ୍ରହ କରିଥିବା ଧୋନି ବିଶ୍ୱରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ପରେ ଦ୍ୱିତୀୟ ୱିକେଟ କିପର ଅଟନ୍ତି ।


Share It

Comments are closed.