ଧୋନୀଙ୍କ ନୂଆ ପାଳିର ଆରମ୍ଭ , ‘କ୍ୟାପଟେନ ୭’ ହୋଇ କରିବେ ଗୁଇନ୍ଦାଗିରି


ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ନୂଆ ପାଳି ଆରମ୍ଭ କରିବା ପାଇଁ ସଂପୂ୍‌ର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଧୋନୀ ବଡ ପରଦାରେ ଧମାଲ ମଚେଇବାର ନଜର ଦେଖିବାକୁ ମିଳିବ । କଥାଟି ଏହା ଯେ, ଧୋନୀ ଏକ ଗୁପ୍ତଚର ଏନିମେଟେଡ ସିରିଜ ନିର୍ମାଣ କରିବାକୁ ଯାଉଛନ୍ତି ।
ମିଳିଥିବା ସୂଚନା ମୁତାବକ, ଧୋନୀଙ୍କ ପ୍ରଡକସନ ହାଉସ ଧୋନୀ ଏଣ୍ଟରଟେନମେଣ୍ଟ ଏବଂ ବ୍ଲାକ ହ୍ୱାଇଟ ଓରେନଜ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ ମିଳିତ ଭାବେ ଏହି ସିରିଜର ନିର୍ମାଣ କରିବେ । ଏହି ସିରିଜ ଧୋନୀଙ୍କ ଜୀବନୀ ଉପରେ ପର୍ଯ୍ୟବେଷିତ ହେବ । ଏଭଳି ଭାବରେ ଆପଣ ଧୋନୀଙ୍କ ଆନିମେଟେଡ ଅବତାରକୁ ବଡ ପରଦାରେ ଦେଖି ପାରିବେ । ବର୍ତ୍ତମାନ ଏହାର ପ୍ରି ପ୍ରଡକ୍ସନର କାମ ଚାଲୁଛି ।
ଏହି ସିରିଜକୁ ନେଇ ଧୋନୀ କହିଛନ୍ତି ଯେ, କାହାଣୀ ଏବଂ କନସେଫ୍ଟ ବହୁତ ସୁନ୍ଦର ଅଛି । ସିରିଜ ସହିତ କ୍ରିକେଟ ଏବଂ ମୋର ଜୀବନର ଅନ୍ୟ ପ୍ୟାସନକୁ ଉପଭୋଗ କରିବି । ସେପଟେ ଧୋନୀ ଏଣ୍ଟରଟେନମେଣ୍ଟର ନିର୍ଦ୍ଦେଶକ ଏବଂ କୋ-ପ୍ରଡ୍ୟୁସର ସାକ୍ଷୀ ସିଂହ ଧୋନୀ କହିଛନ୍ତି ଯେ,  ଯେତେବେଳେ ଆମ ସମ୍ମୁଖରେ ଧୋନୀଙ୍କ ଉପରେ ଆଧାରିତ ଏନିମେସନ ଫିକ୍ସନ ସୋ ସାମନାକୁ ଆସିଥିଲା ସେତେବେଳେ ଆମେ ତୁରନ୍ତ ଆଗ୍ରହ ପ୍ରକାଶ କରିଥିଲୁ । ‘କ୍ୟାପଟେନ ୭’ ଜରିଆରେ ଆପଣଙ୍କ ପାଇଁ  ଅନେକ ସାରା ଅଡଭେଞ୍ଚର ଅପେକ୍ଷା କରିଛି । ପ୍ରକାଶ ଥାଉକି, ଧୋନୀ ୭ ନମ୍ବର ଜର୍ସି ପିନ୍ଧି ମ୍ୟାଚ ଖେଳୁଥିଲେ ।
କ୍ୟାପଟେନ ୭ ଦେଶର ପ୍ରଥମ ଗୁପ୍ତଚର ଏନିମେଟେଡ ସିରିଜ ହେବ । ଏହାର ପ୍ରଥମ ସଂସ୍କରଣ ୨୦୨୨ରେ ରିଲିଜ ହେବ । ଏହି ସିରିଜକୁ ସାରା ଦେଶରେ ସମସ୍ତ ପ୍ଲାଟଫର୍ମରେ ଡିସଷ୍ଟ୍ରିବ୍ୟୁଟ କରାଯିବ ।


Share It

Comments are closed.