ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତର ଜୋରଦାର ଅଭ୍ୟାସ, ବ୍ୟାଟ୍ସମ୍ୟାନଙ୍କୁ ଥ୍ରୋଡାଉନ କରାଇଲେ ଧୋନି


ମହେନ୍ଦ୍ର ସିଂ ଧୋନି ମେଣ୍ଟର ଭାବେ ଯୋଗଦେବା ପରେ ଟିମ୍‌ ଇଣ୍ଡିଆର ଶିବିର ବେଶ୍‌ ଚଳଚଞ୍ଚଳ ହୋଇ ଉଠିଛି । ଧୋନି ମଧ୍ୟ ଦଳକୁ ଚାମ୍ପିଅନ କରାଇବା ନେଇ ଲାଗି ପଡ଼ିଛନ୍ତି । ନେଟ୍ସରେ ଖେଳାଳିଙ୍କୁ ଅଭ୍ୟାସ କରାଇବା ଏବଂ ଆବଶ୍ୟକ ସ୍ଥଳରେ ବିଭିନ୍ନ ଟିପ୍ସ ମଧ୍ୟ ଦେଉଛନ୍ତି ।

ଧୋନି ବିଶ୍ୱରେ କେବଳ ଜଣେ ସଫଳ ଅଧିନାୟକ ନଥିଲେ ଜଣେ ସଫଳ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ । ତେଣୁ ସେ ଏକାଧିକ ଗୁଣର ଅଧିକାରୀ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ଭାରତୀୟ ଦଳର ପ୍ରସ୍ତୁତି ଜୋରଦାର ରହିଛି । ନେଟ୍ସରେ ଦୀର୍ଘ ସମୟ ଧୋନି ବ୍ୟାଟ୍ସମ୍ୟାନଙ୍କୁ ଥ୍ରୋଡାଉନ ଅଭ୍ୟାସ କରାଇଥିଲେ । ସେମିତି ଉଦୀୟମାନ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କିପିଂ ଟିପ୍ସ ଦେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚଳିତ ବିଶ୍ୱକପ୍‌ରେ ଭାରତ ରବିବାର ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ଉଭୟ ଦଳର ଖେଳାଳି ବେଶ୍‌ ଚାପରେ ରହିଥାନ୍ତି । ଏଥର ମଧ୍ୟ ଚାପ ରହିବା ସ୍ୱାଭାବିକ । ତେବେ ଯଦି ପୂର୍ବ ରେକର୍ଡ ଦେଖାଯାଏ ଉଭୟ ଦିନିକିଆ ଓ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆ ଅପରାଜେୟ ରହିଛି ।


Share It

Comments are closed.