ଖାତାବୁକରେ ଏମ ଏସ ଧୋନିଙ୍କ ନିବେଶ


ଛୋଟ ବ୍ୟବସାୟ ପାଇଁ ଆକାଉଣ୍ଟିଙ୍ଗ ପ୍ରଣାଳୀରେ ବିପ୍ଳବ ସୃଷ୍ଟି କରିଥିବା ଖାତାବୁକ ପକ୍ଷରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଯୋଜନାପୂର୍ଣ୍ଣ ସହଯୋଗୀତାର ଘୋଷଣା କରାଯାଇଛି । ଏହି ବିଶ୍ୱ ବିଖ୍ୟାତ କ୍ରିକେଟ ଖେଳାଳୀ କେବଳ ଖାତାବୁକରେ ନିବେଶ କରିବେ ତାହା ନୁହେଁ, ସେ ମଧ୍ୟ ଏହାର ବ୍ରାଣ୍ଡ ଆମ୍ବାସାଡର ହେବେ । ଧୋନି ଖାତାବୁକରେ ନିବେଶ କରିବାର ନିଷ୍ପତି ସେହି ସମୟରେ ନେଇଛନ୍ତି, ଯେତେବେଳେ ଫାର୍ମର ଆପରେ ୨ କୋଟିରୁ ଅଧିକ ବ୍ୟବସାୟୀ ନିଜକୁ ପଞ୍ଜିକୃତ କରିଛନ୍ତି । ଏହି ଫାର୍ମ ଛୋଟ ଛୋଟ ସହର ଏବଂ ଗ୍ରାମରେ ୨ କୋଟି ବ୍ୟବସାୟୀଙ୍କୁ ଆପ୍ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ରହିଛି । ଏହାର ଉତ୍ପାଦ ପୋର୍ଟଫୋଲିଓରେ ବିସ୍ତାର କରିବା ପାଇଁ ବର୍ତ୍ତମାନ ପ୍ରାପ୍ତ କରିଥିବା ଇକ୍ୟୁଟି ନିବେଶରୁ ପ୍ରାପ୍ତ କରିଥିବା ଧନରାଶି ଉପଯୋଗ କରିବାର ଯୋଜନା କରୁଛି ।
ଏହି ନୂଆ ସହଯୋଗୀତା ବିଷୟରେ ଶ୍ରୀ ରଭିସ ନରେଶ, ସହ-ସଂସ୍ଥାପକ ଏବଂ ସିଇଓ, ଖାତାବୁକ ମନ୍ତବ୍ୟ ଦେଇ କହିଛନ୍ତି ଯେ, “ଆମେ ଧୋନିଙ୍କୁ ଖାତା ପରିବାରକୁ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ । ଖାତାବୁକରେ ଆମେ ବ୍ୟବସାୟୀ ଏବଂ ବିଜନେସ ସହଯୋଗୀମାନଙ୍କ ମଧ୍ୟରେ ଉଚ୍ଚ ସ୍ତରର ବିଶ୍ୱାସ, ଏବଂ ନିର୍ଭରଶୀଳତା ସୃଷ୍ଟି କରିବାକୁ ପ୍ରଚେଷ୍ଟା କରୁଛୁ । ଏହି ଯୁଗ୍ମ ବ୍ୟବସାୟୀକ ଯାତ୍ରା ଉପରେ ମନ୍ତବ୍ୟ ଦେଇ ଏମ୍ ଏସ୍ ଧୋନି କହିଛନ୍ତି ଯେ, “ଦେଶରେ ଅନେକ ନବ-ଯୁଗ କମ୍ପାନୀ ରହିଛି, କେବଳ ଅଳ୍ପ କେତେକ ଖାତାବୁକ ପରି ଅଟନ୍ତି, ଯେଉଁମାନେ ନିମ୍ନସ୍ତରରେ ଏକ ଭିନ୍ନତା ସୃଷ୍ଟି କରିଥାନ୍ତି ।”
ବର୍ତ୍ତମାନ ୫୦୦୦ରୁ ଉର୍ଦ୍ଧ୍ୱ ସହରରେ ବ୍ୟବସାୟୀମାନେ ଖାତାବୁକ ଆପ୍ ବ୍ୟବହାର କରୁଛନ୍ତି । କିରାନା ଷ୍ଟୋରରୁ ଆରମ୍ଭ କରି ମୋବାଇଲ ରିଚାର୍ଜ ସପ, ଗାରମେଣ୍ଟ ଡିଲର, ଜ୍ୱେଲର ପର୍ଯ୍ୟନ୍ତ ଭାରତରେ ୫୦୦ରୁ ଅଧିକ ପ୍ରକାରର ବ୍ୟବସାୟକୁ ଖାତାବୁକ ସେବା ପ୍ରଦାନ କରୁଛି । ଏହି ଆପ୍ ମଧ୍ୟ ନେପାଳ, ପାକିସ୍ତାନ ଏବଂ ବାଙ୍ଗାଲାଦେଶରେ ବ୍ୟବସାୟୀମାନଙ୍କୁ ଏହାର ଅନ୍ତର୍ଭୁକ୍ତ କରିଛି । ଦେଶରେ ପାରମ୍ପରିକ ବିଜନେସ ଲେଜର ପ୍ରଣାଳୀ ସମ୍ପୂର୍ଣ୍ଣ ଭାବରେ ସ୍ୱୟଂଚାଳିତ କରିବା ଦ୍ୱାରା ଏହି ଆପ ୨ କୋଟିରୁ ଅଧିକ ଭାରତୀୟ ବ୍ୟବସାୟୀମାନଙ୍କୁ ଗୋଟିଏ ବର୍ଷରେ ୭୦୦ ଉତ୍ପାଦନଶୀଳ କାର୍ଯ୍ୟ ସମୟ ବଞ୍ଚାଇବାରେ ସାହାଯ୍ୟ କରୁଛି ।


Share It

Comments are closed.