ଖୁବ ଶୀଘ୍ର ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି ଧୋନି


ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ଏମଏସ ଧୋନିଙ୍କ ପ୍ରଦର୍ଶନକୁ ନେଇ ସେ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛନ୍ତି । ବିଗତ କିଛି ଦିନ ହେବ ଧୋନି ଅଧିକାଂଶ ମ୍ୟାଚରେ ଫ୍ଲପ ରହୁଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲୁଥିବା ଏହି ଦିନିକିଆ ସିରିଜରେ ଆକର୍ଷଣୀୟ ଇନିଂସ ଖେଳି ଫର୍ମକୁ ଜୋରଦାର କମବ୍ୟାକ କରିଛନ୍ତି । ଭାରତୀୟ ଦଳର ଏହି ଏøତିହାସିକ ବିଜୟ ପଛରେ ଧୋନିଙ୍କର ମୁଖ୍ୟ ଭୂମିକା ଥିବାବେଳେ ସେ ତିନୋଟି ଯାକ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରି ୧୯୩ ରନ ସଂଗ୍ରହ କରିଥିଲେ ।
ଧୋନି ତାଙ୍କ ଆଲୋଚକଙ୍କୁ ମୁଁ ତୋଡ ଜାବାବ ଦେଇ ଅଧିନାୟକ ବିରାଟ କୋହଲି ଏବଂ ଟିମ ମ୍ୟାନେଜମେଣ୍ଟଙ୍କ ବିଶ୍ୱାସକୁ ପୁଣିଥରେ ଜିତିବାରେ ସଫଳ ହୋଇଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦୁଇଟି ଦିନିକିଆ ମ୍ୟାଚରେ ମ୍ୟାଚ ଫିନିସରର ଭୂମିକା ନିର୍ବାହ କରିଥିଲେ ।
ସେପଟେ ବର୍ତ୍ତମାନ ଧୋନି ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ୫ଟି ଦିନିକିଆ ବିଶିଷ୍ଟ ଶୃଙ୍ଖଳ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ମ୍ୟାଚ ୨୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି । ଧୋନିଙ୍କ ପୂର୍ବରୁ ନ୍ୟୁଜିଲାଣ୍ଡରେ ଭଲ ପ୍ରଦର୍ଶନ ରହି ଆସିଛି । ଧୋନି ନ୍ୟୁଜିଲାଣ୍ଡରେ ୧୨ ଦିନିକିଆ ଖେଳି ୫୪୧ ରନ ସଂଗ୍ରହ କରିଛନ୍ତି ।
ପ୍ରକାଶ ଥାଉକି ନ୍ୟୁଜିଲାଣ୍ଡରେ, ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିପାଖିକ ଦିନିକିଆ ସିରିଜରେ ଧୋନି ସବୁଠାରୁ ଅଧିକ ରନ ସଂଗ୍ରହ କରିବା ଦିଗରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି ।
ବର୍ତ୍ତମାନ ଧୋନିଙ୍କ ପାଖରେ ବିରେନ୍ଦ୍ର ସେୱାଗ ଏବଂ ସଚିନ ତେନ୍ଦୁଲକରଙ୍କର ଏକ ବିଶେଷ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି । ତେନ୍ଦୁଲକର ନ୍ୟୁଜିଲାଣ୍ଡ ବିପକ୍ଷରେ ୧୮ଟି ମ୍ୟାଚ ଖେଳି ୬୫୨ ରନ ସଂଗ୍ରହ କରିଥିବାବେଳେ ସେହୱାଗ ୧୨ଟି ମ୍ୟାଚ ଖେଳି ୫୯୮ କରିଥିଲେ । ବର୍ତ୍ତମାନ ଧୋନିଙ୍କ ପାଖରେ ଏହି ବିିଶିଷ୍ଟ ଖେଳାଳୀଙ୍କ ରେକର୍ଡ ଭାଙ୍ଗିବାର ସୁବର୍ଣ୍ଣ ସୁଯୋଗ ରହିଛି ।
ପ୍ରକାଶ ଥାଉକି ଧୋନୀ ହେଉଛନ୍ତି ଭାରତର ଏକମାତ୍ର ଅଧିନାୟକ ଯିଏକି ନ୍ୟୁଜିଲାଣ୍ଡରେ ସିରିଜ ବିଜୟ କରିଛନ୍ତି । ନ୍ୟୁଜିଲାଣ୍ଡରେ ଭାରତର ପ୍ରଦର୍ଶନ ସେତାଟାବି ଭଳ ନଥିବାବେଳେ ବର୍ତ୍ତମାନ ବିରାଟ କୋହିଲୀଙ୍କ ଅଧିନାୟକତ୍ୱରେ ସମସ୍ତଙ୍କ ନଜର ଏହି ସିରିଜ ଉପରେ ରହିବ ।


Share It

Comments are closed.