ଲକଡାଉନରେ ନିଜ ଫାର୍ମ ହାଉସରେ ଘାସ କାଟୁଛନ୍ତି ଧୋନୀ


କରୋନା ଭାଇରସ ପାଇଁ ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ୧୫ ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଛି । ଦେଶରେ ବର୍ତ୍ତମାନ ୨୧ ଦିନର ଲକଡାଉନ ଘୋଷଣା କରାଯାଇଥିବାବେଳେ କରୋନା ଭାଇରସର ଭୟାବହତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଆଇପିଏଲ ଖେଳାଯିବ କି ନାହିଁ ତାହା ଉପରେ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ଶୁଣିବାକୁ ଏହା ମିଳୁଛି ଯେ, ଯଦି ଏଭଳି ଟି-୨୦ ବିଶ୍ୱକପ ଘୁଞ୍ଚିବା ପାଇଁ ନିର୍ଣ୍ଣୟ ନିଆଯାଏ ତେବେ ଆଇପିଏଲର ତୃତୀୟ ସଂସ୍କରଣ ଅକ୍ଟୋବର-ନଭେମ୍ବରରେ ଖେଳାଯାଇପାରେ ।

ଦେଶରେ ଲକଡାଉନସ୍ଥିତି ପାଇଁ ସମସ୍ତ ଖେଳାଳୀ ବର୍ତ୍ତମାନ ନିଜର ପରିବାର ଲୋକଙ୍କ ସହ ସମୟ ଅତିବାହିତ କରୁଥିବାବେଳେ ଅନ୍ୟପଟେ ସମସ୍ତେ ସୋସିଆଲ ମିଡିଆ ଜରୀଆରେ ନିଜ ପ୍ରଶଂସକଙ୍କ ସହିତ ସର୍ବଦା ଯୋଡି ହୋଇ ରହୁଛନ୍ତି । ତେବେ ସମସ୍ତଙ୍କ ମଧ୍ୟରୁ ଧୋନୀ ହେଉଛନ୍ତି ଏପରି ଜଣେ ଯିଏକି ପ୍ରାୟ କିଞ୍ଚିତ ସମୟ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଦେଖିବାକୁ ମିଳେ । କିନ୍ତୁ ଧୋନୀ ପତ୍ନୀ ସାକ୍ଷସୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହିବାର ନଜର ଆସିଥାନ୍ତି ।
ସାକ୍ଷସୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଧୋନୀଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଧୋନୀ ନିଜ ଗାର୍ଡନରେ ଘାସ କାଟୁଥିବାର ଦେଖିବାକୁ ମିଳିଛି । ଧୋନୀ ଏହି ଫଟୋରେ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ ଗାର୍ଡନରେ ଘାସ କାଟୁଥିବାର ଦେଖିବାକୁ ମିଳିଛି । ଧୋନୀ ଘାସ କଟା ମେସିନ ସାହାର୍ଯ୍ୟରେ ଘାସ କାଟୁ ଥିବାର ଦେଖିବାକୁ ମିଳିିଛି । ସାକ୍ଷସୀଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀକୁ ଧୋନୀଙ୍କ ପ୍ରଶଂସକମାନେ ବର୍ତ୍ତମାନ ସେୟାର କରିବା ଆରମ୍ଭ କରିଦେଲେଣି, ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି ।


Share It

Comments are closed.