ଧୋନିଙ୍କୁ ପରିହାସ କରି ସମାଲୋଚିତ ହେଲେ ଇଂଲଣ୍ଡର ପୂର୍ବତ୍ତନ କ୍ରିକେଟର


ବିଶ୍ୱକପ ପରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ବିଶ୍ୱକପ ଶେଷ ହେବା ପରେ ମଧ୍ୟ ଧୋନିଙ୍କ ସନ୍ୟାସକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଥିବାବେଳେ ଧୋନି ବର୍ତ୍ତମାନ ସନ୍ୟାସ ନେବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରାଯାଇଥିଲା । ଧୋନି ନିଜ ରେଜିମେଣ୍ଟ ସହ ସମୟ ବିତାଇବା ପାଇଁ କ୍ରିକେଟ ଠାରୁ ୨ ମାସ ପାଇଁ ଦୂରେଇ ରହିବାର ନିଷ୍ପତି ନେଇଥିବାବେଳେ ସେ ପୂର୍ବରୁ ପାରାସୁଟ ରେଜିମେଣ୍ଟରେ ଟ୍ରେନିଙ୍ଗ ନେବାର ନିଷ୍ପତି ମଧ୍ୟ ନେଇଥିଲେ ।
ନିଜ ରେଜିମେଣ୍ଟ ସହ ସମୟ ବିତାଇବା ପାଇଁ ଧୋନି ୱିଷ୍ଟେଇଣ୍ଡିଜ ଗସ୍ତରୁ ଦୂରେଇ ରହିବା ପାଇଁ ନିଷ୍ପତି ନେଇଥିବାବେଳେ ଏହି ଘଟଣାକୁ ନେଇ ବିଦେଶରେ ମଧ୍ୟ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ଧୋନିଙ୍କର ଏହି ଆର୍ମି ଟ୍ରେନିଙ୍ଗକୁ ନେଇ ପୂର୍ବତ୍ତନ କ୍ରିକେଟର ତଥା କମେଣ୍ଟର ‘ଡେଭିଡ ଲୋଏଡ’ ନିଜ ଟ୍ୱିଟରରେ ଏକ କମେଣ୍ଟ ଦେଇଥିଲେ । ଡେଭିଡଙ୍କ ଏହି ଟ୍ୱିଟ ପରେ ଧୋନିଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ ସମାଲୋଚନା କରିଥିଲେ, ଯାହାର କିଛି ଝଲକ ଆମେ ଆପଣଙ୍କୁ ଦେଖାଇବୁ ।
ଘଟଣାଟି ଏହା ଯେ, ସ୍କାଏ ସ୍ପୋର୍ଟସ କ୍ରିକେଟ ପକ୍ଷରୁ ଧୋନିଙ୍କ ଆର୍ମି ଟ୍ରେନିଙ୍ଗ ଏବଂ ୱେଷ୍ଟଇଣ୍ଡିଜ ଗସ୍ତରୁ ଦୂରେଇ ରହିବାର ସଂପର୍କରେ ସୂଚନା ଦିଆଯାଇଥିବାବେଳେ ଏହାକୁ ପରିହାସ କରି ଇଂଲଣ୍ଡର ପୂର୍ବତ୍ତନ ଖେଳାଳୀ ରିଟ୍ୱିଟ ମଧ୍ୟ କରିଥିଲେ । ଯାହାର ଜବାବ ଦେବାକୁ ଯାଇ ଅନେକ କ୍ରିକେଟପ୍ରେମୀ ତାଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ତେବେ ଆସନ୍ତୁ ଦେଖିବା ଏହାର କିଛି ଝଲକ ।


Share It

Comments are closed.