ଦୀର୍ଘ ଦିନ ପରେ ଧୋନି ପୁଣି ଖେଳିଲେ ଶତକୀୟ ପାଳି


ଭାରତୀୟ ଦଳର ଷ୍ଟାର ଖେଳାଳୀ ମହେନ୍ଦ୍ର ସିଂହ ଧୋନି ବାଙ୍ଗଳାଦେଶ ବିପକ୍ଷରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ ପର ଠାରୁ ଖୁବ ଚର୍ଚ୍ଚାରେ ରହିଛନ୍ତି । କାରଣ ଧୋନି ଦୀର୍ଘ ଦିନ ପରେ ପୁଣିଥରେ ଏକ ଶତକୀୟ ପାଳି ଖେଳିଛନ୍ତି । ଧୋନି ୭୮ଟି ବଲରେ ୧୧୩ରନର ଏକ ଆକର୍ଷଣୀୟ ପାଳି ଖେଳିଥିଲେ । କେବଳ ଏତିକି ନୁହେଁ ଏକ ଛକା ସହିତ ଧୋନି ନିଜ ଶତକ ପୂରଣ କରି ଭାରତୀୟ ଦଳକୁ ଭେଟ ସ୍ୱରୁପ ୩୫୯ର ରନର ଏକ ବିଶାଳ ସ୍କୋର ଛିଡା କରାଇଥିଲେ ।
ଧୋନିଙ୍କ ସମେତ ଲୋକେଶ ରାହୁଲ ମଧ୍ୟ ଶତକୀୟ ପାଳି ଖେଳିଥିବାବେଳେ ଏହି କ୍ରିମରେ କୋହଲି,୪୭, ରୋହିତ ୧୯, ଶିଖର ଧାୱାନ୧, ହାର୍ଦିକ ପାଣ୍ଡିଆ ୨୧, ଦୀନେଶ କାର୍ତ୍ତିକ ୭ ଏବଂ ଜାଡେଜା ୧୧ରନ ସଂଗ୍ରହ କରିଥିଲେ ।
ସେହିଭଳି ବିପକ୍ଷୀ ବାଙ୍ଗଳାଦେଶ, ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ ଧରାଶୟୀ ହୋଇ ୨୬୪ ରନରେ ପରାସ୍ତ ହୋଇଥିଲେ । ଏହି ମ୍ୟାଚରେ କୁଲଦୀପ ଯାଦବ ଏବଂ ଚହଲ ୩ଟି ଲେଖାଏଁ ୱିକେଟ ନେଇଥିବାବେଳେ ରବିନ୍ଦ୍ରେ ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।


Share It

Comments are closed.