ଦେଶର ୨୮ଟି ସହରକୁ ନିଜର ନେଟ୍‌ୱର୍କ ବିସ୍ତାର କରିଛି ମୁଭିନ୍‌


ଭୁବନେଶ୍ୱର: ୟୁପିଏସ୍ ଓ ଇଂଟରଗ୍ଲୋବ୍ ଏଂଟରପ୍ରାଇଜେସ୍ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ମାଧ୍ୟମରେ ଚଳିତ ବର୍ଷ ମେ’ ମାସରେ ଉନ୍ମୋଚିତ ହୋଇଥିବା ଏକ ଲିଜିଷ୍ଟିକ୍ସ ବ୍ରାଣ୍ଡ୍ ମୁଭିନ୍‌, ଦେଶର ମେଟ୍ରୋ, ଟିୟର ୧ ଓ ୨ ବଜାରଗୁଡିକରେ ୨୮ଟି ସହରକୁ ଏହାର ନେଟ୍‌ୱର୍କର ବିସ୍ତାର କରିଛି । ଏହାର ରଣନୈତିକ ବିସ୍ତାରର ଅଂଶ ଭାବେ ମୁଭିନ୍ ନିକଟରେ ମହାରାଷ୍ଟ୍ରରର ଭିୱାଣ୍ଡିରେ ଏକ ନୂଆ ହବ୍ ସ୍ଥାପନ କରିବା ସହିତ ଦେଶବ୍ୟାପୀ ନିଜର ହବ୍‌ଗୁଡିକୁ ସ୍ଥାପନ କରୁଛି । ମୁଭିନ୍ ୨୦୨୩ର ପ୍ରଥମ ତ୍ରୈମାସ ସୁଦ୍ଧା ଅଧିକ ଆଂଚଳିକ ସେଂଟର୍ ସହ କନେକ୍ଟ କରିବା ପାଇଁ ଏହାର ରଣନୀତିର ଅଂଶ ଭାବେ ୧୦ଟି ନୂଆ ହବ୍ ବିକଶିତ କରିବାକୁ ଯୋଜନା ରଖିଛି । ଟେକ୍‌-ପରିଚାଳିତ ଉଦ୍ଭାବନଗୁଡିକ ଦ୍ୱାରା ସମର୍ଥିତ ପରିଚାଳନାର ଏହି ସମ୍ପ୍ରସାରଣ ମାଧ୍ୟମରେ ମୁଭିନ୍‌ର ଏକ୍ସପ୍ରେସ୍ ଏଣ୍ଡ୍‌-ଅଫ୍‌-ଡେ ଓ ଷ୍ଟାଣ୍ଡାର୍ଡ ପ୍ରିମିୟମ ଡେଲିଭରି ସେବା ଏବେ ଦେଶବ୍ୟାପୀ ୨୦୦୦ରୁ ଅଧିକ ପିନ୍‌କୋଡ୍‌ରେ ବି୨ବି ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବ ।
ଏସମ୍ପର୍କରେ ଇଂଟରଗ୍ଲୋବ୍ ଏଂଟର୍‌ପ୍ରାଇଜେସ୍‌ର ନିର୍ଦ୍ଦେଶକ ଏବଂ ମୁଭିନ୍ ଏକ୍ସପ୍ରେସର ବୋର୍ଡ ସଦସ୍ୟ ଜେବି ସିଂହ କହିଛନ୍ତି, ‘ଚଳିତ ବର୍ଷ ମେ’ମାସରେ ଏହାର ଉନ୍ମୋଚନ ପରଠାରୁ ମୁଭିନ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି , କଷ୍ଟମାଇଜ୍‌ଡ ଟେକ୍ନୋଲୋଜି ପରିଚାଳିତ ପ୍ରଶିକ୍ଷଣ ମାଧ୍ୟମରେ ସହଯୋଗୀଙ୍କ ପାଇଁ କ୍ଷମତାଗୁଡିକୁ ଉନ୍ନତ କରି ଏକ ପାର୍ଟନର୍ ଚାଳିତ ଆଭିମୁଖ୍ୟ ଗ୍ରହଣ କରିବାର ଆମର ରଣନୀତି ସହ ଜଡିତ ରହିଛି । ଆମେ ଆମର ଗ୍ରାହକଙ୍କୁ ଉନ୍ନତ କଭରେଜ ପ୍ରଦାନ କରି, ଆଂଚଳିକ କେନ୍ଦ୍ରଗୁଡିକ ମାଧ୍ୟମରେ ଆମର ଷ୍ଟ୍ରାଟେଜିକ୍ ହବ୍‌ଗୁଡିକ ସହ ମେଟ୍ରୋ, ଟିୟର୧ ଓ ଟିୟର ୨ ସହରଗୁଡିକୁ କନେକ୍ଟ କରି ଦ୍ରୁତ ବେଗରେ ବିସ୍ତାର ହେଉଛୁ । ଗ୍ରାହକ ସନ୍ତୁଷ୍ଟିକରଣ ହେଉଛି ଆମର ଶୀର୍ଷ ପ୍ରାଥମିକତା ଯାହାକୁ ଆମେ ଅପରେଶ୍‌ନାଲ ଅଟୋମେଶନ ଓ ନିର୍ଭରଯୋଗ୍ୟତା ମାଧ୍ୟମରେ ହାସଲ କରିବାକୁ ଚେଷ୍ଟା କରୁଛୁ । ମୁଭିନ୍‌ର ସଦ୍ୟତମ ସମ୍ପ୍ରସାରଣ ହେଉଛି ପୋଷାକ, ଇଲେକ୍‌ଟ୍ରୋନିକ୍ସ, ଆଇଟି ପେରିଫେରିଆଲ୍ସ, ଅଟୋମୋଟିଭ୍ କମ୍ପୋନେଂଟ୍‌, ହେଲ୍‌ଥକେୟାର ଓ ଇକଭର୍ସ ଭଳି ସେଗ୍‌ମେଂଟ୍‌ରେ ଆମର ବି୨ବି ଗ୍ରାହକଙ୍କଠାରୁ ମିଳିଥିବା ଚମତ୍କାର ପ୍ରକ୍ରିୟାର ଏକ ଫଳାଫଳ ।’


Share It

Comments are closed.