ଦୁର୍ଦଶ ଅପରାଧିଙ୍କ ବିରୁଧରେ ଆକ୍ସନରେ ପୁଣି ଥରେ ନଜର ଆସିବେ ମୋଟୁ ପତଲୁ


ଛୋଟପିଲାଙ୍କ ପ୍ରିୟ ସୁପରଷ୍ଟାର, ମୋଟୁ ପତଲୁ ଚନ୍ଦ୍ରମା, ପାଣି ଭିତରେ ଓ କୁମ୍ଫୁ ଲ୍ୟାଣ୍ଡ ଭଳି ଆଦି ଅନେକ ଜାଗାରେ ନିଜର ଦୁଃସାହସିକ ତଥା ଆନନ୍ଦଦାୟକ ଏବଂ ମନରୋଞ୍ଜନକାରୀ କାର୍ଯ୍ୟକଳାପ ଯୋଗୁଁ ସମସ୍ତଙ୍କ ମଧ୍ୟରେ ଏକ ସ୍ମରଣୀୟ ଛାପ ଛାଡିଯାଇଛି । ଏହି ଦୁହିଁଙ୍କର ସାହସୀକତା, ବୀରତ୍ୱ ଏବଂ ମନରୋଞ୍ଜନକାରୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ସାରା ଦେଶରେ ସମସ୍ତେ ପସନ୍ଦ କରନ୍ତି । ଏହି ଦୁହେଁ ଘନିଷ୍ଠ ବନ୍ଧୁ ଏଇ ପାର୍ବଣ ଋତୁର ଆରମ୍ଭରୁ “ମୋଟୁ ପତଲୁ କୁଙ୍ଗଫୁ କିଙ୍ଗସ ୪ : ଦି ଚ୍ୟାଲେଞ୍ଜ ଅଫ କୁଙ୍ଗଫୁ ବ୍ରଦର୍ସ ” ଭଳି ନୂଆ ଦୁଃସାହସିକ କାର୍ଯ୍ୟକଳାପ ସହିତ ନଜର ଆସିବେ । ଆନନ୍ଦଦାୟକ ଏବଂ ମନୋରଞ୍ଜନ ଭରା ଏହି ଆକ୍ସନ ଏବଂ ରୋମାଞ୍ଚଭରା ଫିଲ୍ମ ୨୧ ଅକ୍ଟୋବର ରବିବାର ଦିନ ସକାଳ ୧୧.୩୦ ମିନିଟରେ କେବଳ ନିକେଲୋଡିୟନରେ ପ୍ରସାରିତ ହେବ ।
ମୋଟୁ ପତଲୁ କୁଙ୍ଗଫୁ କିଙ୍ଗସ ୪ : ଦି ଚ୍ୟାଲେଞ୍ଜ ଅଫ କୁଙ୍ଗଫୁ ବ୍ରଦର୍ସ ”ରେ ମୋଟୁ ପତଲୁ ଟୋକିୟୋ ସହରର ବାହାର ଏକ ଜାଗାକୁ ପରିଭ୍ରମଣରେ ଯିବେ, ଯେଉଁଠାରେ ସେମାନଙ୍କୁ ଦୁଷ୍ଟ ଏବଂ ବିଶ୍ୱାସଘାତକ କୁଙ୍ଗ-ଫୁ ବ୍ରଦର୍ସ ମିଳିବେ । କୁଙ୍ଗ ଏବଂ ଫୁ ନିଜର ମାର୍ସଲଆର୍ଟର ବଳ ଦ୍ୱାରା ସାରା ପୃଥିବୀରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିବେ । ଏଥିପାଇଁ ମୋଟୁ ପତଲୁ କୁଙ୍ଗ-ଫୁର ଏହି ଯୁଦ୍ଧରେ ନିଜକୁ ଆହ୍ୱାନ ଦେଉଛନ୍ତି । କ’ଣ ମୋଟୁ ପତଲୁ କୁଙ୍ଗଫୁ ବ୍ରଦର୍ସଙ୍କୁ ହରାଇ ସାରା ଦୁନିଆକୁ ବଞ୍ଚାଇପାରିବେ ? ଏହାର ଉତ୍ତର କେବଳ ଏଇ କମେଡି ଏବଂ ରୋମାଞ୍ଚଭରା ଫିଲ୍ମ ନିକେଲୋଡିୟନରେ ହିଁ ମିଳିବ ।
ସେଥିପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ମନୋରଞ୍ଜନର ଏହି ରୋମାଞ୍ଚକର ଯାତ୍ରା ପାଇଁ । ସୁପରକୁଲ ସାଙ୍ଗ, ମୋଟୁ ପତଲୁ ଏବଂ ତାଙ୍କର ମନୋରଞ୍ଜନକାରୀ ଆଡଭେନଚରିୟସ ସହିତ କମେଡି, ମନୋରଞ୍ଜନ ଏବଂ ଆକ୍ସନ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।


Share It

Comments are closed.