ମୋଟୋରୋଲା ପକ୍ଷରୁ ନୂତନ ମୋଟୋ ଜି୮ ପାୱାର ଲାଇଟ୍‌ର ଶୁଭାରମ୍ଭ


ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ଉତ୍ପାଦକତାକୁ ସକ୍ଷମ କରିବା ପାଇଁ ସ୍ମାର୍ଟଫୋନ୍ ଓ ଟେକ୍ନୋଲୋଜି ଉତ୍ପାଦଗୁଡିକର ବ୍ୟବହାର ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । ମୋଟୋରୋଲାର ଜି ପରିବାର ସବୁବେଳେ ଗ୍ରାହକଙ୍କ ପାଇଁ ପ୍ରିମିୟମ ଫିଚର ଡେଲିଭର କରିଆସିଛି, ଯେଉଁମାନେ କି କ୍ୱାଲିଟି, ଷ୍ଟାଇଲ ଓ ଅନୁଭବ ଉପରେ ସାଲିସ୍ କରିବାକୁ ଚାହାନ୍ତି ନାହିଁ । ଏହି ବିରାସତକୁ ଜାରି ରଖି ଓ ବର୍ତମାନର ଆବଶ୍ୟକତାକୁ ପୂରଣ କରିବା ପାଇଁ ମୋଟୋରୋଲା ଏହାର ଲୋକପ୍ରିୟ ଓ ସବୁଠାରୁ ସଫଳ ଫ୍ରାଂଚାଇଜ୍‌- ଜି ସିରିଜ୍‌ର ସବୁଠାରୁ ଶସ୍ତା ଭାରିଆଂଟ୍ ନୂଆ ମୋଟୋ ଜି୮ ପାୱାର ଲାଇଟ୍‌କୁ ମାତ୍ର ୮୯୯୯ ଟଙ୍କାର ଆକର୍ଷଣୀୟ ମୂଲ୍ୟରେ ଲଂଚ୍ କରିଛି ।
ଏହି ସ୍ମାର୍ଟଫୋନ୍ ହେଉଛି ଏକ ବାସ୍ତବ ପାୱାରହାଉସ୍ ଯାହା ସମସ୍ତ ପ୍ରମୁଖ ଦିଗରେ ଯେପରିକି ବ୍ୟାଟେରୀ, କ୍ୟାମେରା, ପ୍ରଦର୍ଶନ, ଡିସ୍‌ପ୍ଲେ ଓ ଅନେକ କିଛି ଉପରେ ସର୍ବୋତମ ଫିଚର ପ୍ରଦାନ କରିଥାଏ । ମୋଟୋ ଜି୮ ପାୱାର ଲାଇଟ୍ ଆପଣଙ୍କୁ ଏକ ଶକ୍ତିଶାଳୀ ୫୦୦୦ ମେଗାହର୍ଜ ବ୍ୟାଟେରୀ ପ୍ରଦାନ କରୁଛି, ଯାହାକୁ ମାତ୍ର ଥରେ ଚାର୍ଜରେ ଦୁଇ ଦିନରୁ ମଧ୍ୟ ଅଧିକ ଦିନ ଚାଲିବା ପାଇଁ ଡିଜାଇନ୍ କରାଯାଇଛି । ଆପଣ ଏଥିରେ ୧୦୦ ଘଂଟା ପାଇଁ ମ୍ୟୁଜିକ୍ ଷ୍ଟ୍‌୍ରିମ୍ କରିପାରିବେ, ୧୯ ଘଂଟା ପାଇଁ ଶୋ’ ଓ ମୁଭି ଦେଖିପାରିବେ । ଏଥିସହିତ ଆପଣ ୩୫ ଦିନରୁ ଅଧିକ ଷ୍ଟାଣ୍ଡବାଏ ଟାଇମ୍ ପାଇପାରିବେ ଓ ଆପଣ ସର୍ବାଧିକ ଆବଶ୍ୟକ କରୁଥିବା ସମୟରେ ଏଥିରେ ପାୱାର ରହିଛି ବୋଲି ସୁନିଶ୍ଚିତ ହୋଇପାରିବେ ।
ମୋଟୋ ଜି୮ ପାୱାର ଲାଇଟ୍‌ରେ ଥିବା ଟ୍ରିପଲ କ୍ୟାମେରା ସିଷ୍ଟମ – ‘୧୬ ଏମ୍‌ପି (ଏଫ୍‌/୨.୦,୧ ୦ୟୁଏମ୍‌) ପିଡିଏଏଫ୍‌, ୨ଏମ୍‌ପି (ଏଫ୍‌/୨.୪, ୧.୭୫ୟୁଏମ୍‌) ମାକ୍ରୋ ଓ ୨ଏମ୍‌ପି (ଏଫ୍‌/୨.୪, ୧.୭୫ୟୁଏମ୍‌) ଡେପ୍‌ଥ ଅଧିକ ତୀକ୍ଷ୍ଣ ଫଟୋ, ଅତୁଳନୀୟ କ୍ଲୋଜ୍‌-ଅପ୍ ସଟ୍‌ସ ଓ ଏକ ସ୍ନାପ୍‌ରେ ସୁନ୍ଦର ପୋର୍ଟ୍ରେଟ୍‌କୁ କ୍ୟାପ୍‌ଚର କରିପାରିବ । ସେହିଭଳି ଏହାର ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ୨.୩ ଜିଏଚ୍‌ଜେଡ୍ ଅକ୍ଟା-କୋର୍ ପ୍ରୋସେସର, ୪ ଜିବି ଡିଡିଆର୍‌୩ ରାମ୍ , ଆକର୍ଷଣୀୟ ୬.୫ ଇଂଚ୍ ମ୍ୟାକ୍ସ ଭିଜନ ଏଚ୍‌ଡି+ ଡିସ୍‌ପ୍ଲେ ଭଳି ଆହୁରି ଅନେକ ଉନ୍ନତ ବୈଶିଷ୍ଟ୍ୟ ସାମିଲ ରହିଛି । ଏହି ଆକର୍ଷଣୀୟ ମୋଟୋ ଜି୮ ପାୱାର ଲାଇଟ୍ ରୟାଲ ବ୍ଲୁ, ଆର୍କଟିକ୍ ବ୍ଲୁ କଲର୍‌ରେ ଆସନ୍ତା ମେ’ ୨୯ ତାରିଖରୁ ଫ୍ଲିପ୍‌କାର୍ଟରେ ମାତ୍ର ୮୯୯୯ ଟଙ୍କାର ଏକ ଉଲ୍ଲେଖନୀୟ ମୂଲ୍ୟରେ ଉପଲବ୍ଧ ହେବ ।


Share It

Comments are closed.