ଭାରତରେ ଶୁଭାରମ୍ଭ ହେଲା ନୂତନ ମୋଟୋ ଇ୫ ଏବଂ ଇ୫ ପ୍ଲସ


ଅଗ୍ରଣୀ ମୋଟୋରୋଲା କମ୍ପାନୀ ପକ୍ଷରୁ ନୂତନ ମୋଟୋ ଇ୫ ଏବଂ ଇ୫ ପ୍ଲସର ଶୁଭାରମ୍ଭ କରାଯାଇଛି । ଏହା ଗ୍ରାହକଙ୍କ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବା ସହିତ ସେମାନଙ୍କୁ ବୃହତ ବ୍ୟାଟେରୀ ଏବଂ ବୃହତ ସ୍କ୍ରିନ୍ ପ୍ରଦାନ କରିବ । ଏହି ଯାନ୍ତ୍ରିକ ଉପକରଣ ବୃହତ ତଥା ଉଜ୍ଜ୍ୱଳତମ ଡିସପ୍ଲେ ସହିତ ପ୍ରସ୍ତୁତ, ଯାହା ଇ-ସିରିଜରେ ସବୁଠାରୁ ଶ୍ରେଷ୍ଠ । ଏହା ମେମୋରିକୁ ମନେପକାଇବାଠାରୁ ଆରମ୍ଭ କରି ଆପଣଙ୍କ ପ୍ରିୟ ମିଡିଆ ବିଷୟ ବସ୍ତୁକୁ ଦେଖିବା ପର୍ଯ୍ୟନ୍ତ ସବୁକିଛି ଏହି ସ୍ମାର୍ଟଫୋନର ଭାଇବ୍ରାଣ୍ଟ ମାକ୍ସ ଭିଜନ ଡିସପ୍ଲେରେ ଭଲ ଭାବରେ ଦେଖାଇଥାଏ । ଆହୁରି ମଧ୍ୟ, ୫୦୦୦ଏମଏଏଚର ବୃହତ ବ୍ୟାଟେରୀ ସହିତ ବ୍ୟବହାରକାରୀମାନେ ବ୍ୟାଟେରୀର ଶେଷ ହେବାକୁ ଚିନ୍ତା ନକରି ଘଣ୍ଟା ଘଣ୍ଟା ଧରି ଅବାଧରେ ମନୋରଞ୍ଜନର ଉପଭୋଗ କରିପାରିବେ ।
ପ୍ରତିଫଳିତ ୱେଭ ଢାଞ୍ଚା ଏବଂ ବକ୍ର ବ୍ୟାକ ଡିଜାଇନ ସହିତ ନୂତନ ମୋଟୋ ଇ୫ ପ୍ଲସ ୬ଇଞ୍ଚର ମାକ୍ସ ଭିଜନ ସ୍କ୍ରିନ ଏବଂ ୫୦୦୦ଏମଏଏଚ ବ୍ୟାଟେରୀ ସହିତ ପ୍ରସ୍ତୁତ । ଏହା ୧୮ ଘଣ୍ଟାର ଭିଡିଓ ପ୍ଲେ ବ୍ୟାକ, ୨୦୦ ଘଣ୍ଟାରୁ ଅଧିକ ମ୍ୟୁଜିକ ପ୍ଲେ କିମ୍ବା ୨୦ ଘଣ୍ଟାରୁ ଅଧିକ ନନ୍-ଷ୍ଟପ୍ ୱେବ ସର୍ଫିଙ୍ଗ ଏବଂ ବ୍ୟାଟୋରୀ ବାରକୁ ନଦେଖି ବନ୍ଧୁ ତଥା ପରିବାରକୁ କଲ କରିବା ପାଇଁ ଗ୍ରାହକମାନଙ୍କୁ ଶକ୍ତି ପ୍ରଦାନ କରିଥାଏ ।

ବୃହତ ୧୨ ଏମପି କ୍ୟାମେରା ସହିତ ଏଥିରେ ୧.୨୫ ୟୁଏମ ପିକ୍ସେଲ ଏବଂ ଲେଜର ଅଟୋଫୋକସ ରହିଛି, ଯାହା ଗ୍ରାହକ ମାନଙ୍କୁ ଗାଢ ମେଘାଚ୍ଛନ୍ନ ଦିନମାନଙ୍କରେ ମଧ୍ୟ ଆକର୍ଷଣୀୟ ସଟ୍ ପ୍ରଦାନ କରିଥାଏ । ଏବଂ ଏଥିରେ ଥିବା ମାଇକ୍ରୋ ଏସଡି କାର୍ଡ ସ୍ଲଟ ୨ ସହିତ ଅଧିକ ଫଟୋ, ସଂଗୀତ ଏବଂ ମୁଭିଜ ଷ୍ଟୋର କରିପାରିବା ଭଳି ସୁବିଧା ରହିଛି । ମୋଟୋ ଇ୫ ପ୍ଲସର ଅର୍ନ୍ତସ୍ତରୀୟ ମୋଟୋ ଏକ୍ସପିରିଏନ୍ସ ଫୋନକୁ ବ୍ୟବହାର କରିବା ପାଇଁ ଶ୍ରେଷ୍ଠ କରିଥାଏ । ମୋଟୋ ଆକ୍ସନ ଠାର ଦ୍ୱାରା ଆପଣଙ୍କ ପ୍ରତିଦିନର ବାର୍ତ୍ତାଳାପକୁ ଅଧିକ ସୁଗମ କରିଥାଏ । ଆପଣ ସ୍କ୍ରିନକୁ ହାଲକା ଭାବେ ଡାଉନ କରି କିମ୍ବା କେବଳ ଫୋନକୁ ଲିଫ୍ଟ କରି ଫୋନର ରିଙ୍ଗକୁ ସାଇଲେଣ୍ଟ କରିପାରିବେ, ଆପଣ ଖୁବ କମ କଷ୍ଟ କରି ବହୁତ କିଛି କରିପାରିବେ । ମୋଟୋ ଡିସପ୍ଲେ ନୋଟିଫିକେସନ ତୀବ୍ର ପ୍ରିଭିଉ ଏବଂ ଅପଡେଟ ପ୍ରଦାନ କରିଥାଏ, ଯାହାଦ୍ୱାରା ଆପଣ ଆପଣଙ୍କ ଫୋନକୁ ଅନଲକ ନକରି ମଧ୍ୟ ଫୋନରେ କ’ଣ ଚାଲୁଛି ତାହା ଦେଖିପାରିବେ । ଫୋନକୁ କେବଳ ଗୋଟିଏ ଥର ସ୍ପର୍ଶ କରି କ’ଣ ନୂତନ ଅଛି ଦେଖିପାରିବେ । ଏହା ବ୍ୟତୀତ ଫୋନକୁ ଅନଲକ ନକରି ଇ-ମେଲ୍ ଏବଂ ଟେକ୍ସଟ ପଠାଇପାରିବେ । ଏବଂ ଆବଶ୍ୟକସ୍ଥଳେ, ଫୋନର ପଛ ପାଖରେ ଥିବା ମୋଟୋ ବାଟୱିଙ୍ଗ ଲୋଗୋ ମାର୍କକୁ କେବଳ ଗୋଟିଏ ସ୍ପର୍ଶରେ ଫିଙ୍ଗର ରିଡର ମାଧ୍ୟମରେ ଫୋନ୍କୁ ତୁରନ୍ତ ଅନଲକ୍ କରିପାରିବେ ।

ମୋଟୋ ଇ୫ ପ୍ଲସ ସ୍ୱତନ୍ତ୍ରଭାବେ ଆମାଜନ.ଇନ ଏବଂ ଭାରତର ବିଭିନ୍ନ ରାଜ୍ୟରେ ୬୦୦ରୁ ଅଧିକ ମୋଟୋ ହବ ଷ୍ଟୋରରେ ଉପଲବ୍ଧ ହେଉଛି । ଏହା ଦୁଇଟି ରଙ୍ଗ ଯେପରିକି ଫାଇନ ଗୋଲ୍ଡ ଏବଂ କଳା ରଙ୍ଗରେ ଉପଲବ୍ଧ ହେବା ସହ ଆକର୍ଷଣୀୟ ଲଞ୍ଚ ଅଫରରେ ଏହାର ମୂଲ୍ୟ ୧୧,୯୯୯ ଟଙ୍କା ରଖାଯାଇଛି । ଆମାଜନ.ଇନରେ ୧୨ଜୁଲାଇ ପର୍ଯ୍ୟନ୍ତ ମୋଟୋ ଇ୫ ପ୍ଲସ ପାଇଁ ପ୍ରାରମ୍ଭିକ ଅଫର ମଧ୍ୟରେ ରହିଛି, କେବଳ ଆମାଜନ.ଇନରେ ଏସବିଆଇ କ୍ରେଡିଟ କାର୍ଡରେ ଫ୍ଲାଟ ୮୦୦ ଟଙ୍କାର ରିହାତି, ଏକ୍ସଚେଞ୍ଜ ଅଫରରେ ଗ୍ରାହକମାନେ ସେମାନଙ୍କ ପୁରାତନ ଫୋନ୍ର ବଦଳ ଉପରେ ଅତିରିକ୍ତ ୧୦୦୦ ଟଙ୍କାର ରିହାତି, ସହଜ ଇଏମଆଇ, ଜିଓର ୧୯୮ ଟଙ୍କା ଏବଂ ୨୯୯ ଟଙ୍କାର ପ୍ଲାନରେ ଅତିରିକ୍ତ ୧୩୦ଜିବି ଡାଟା ଉପଲବ୍ଧ ହେବ । ମୋଟୋ ହବ୍ସରେ ମୋଟୋ ଇ୫ ପ୍ଲସ ଏବଂ ମୋଟୋ ଇ୫ ପାଇଁ ପ୍ରାରମ୍ଭିକ ଅଫରରେ ପେଟିଏମ ମୋବାଇଲ ରିଚାର୍ଜରେ ଟ. ୧୨୦୦ର କ୍ୟାସବ୍ୟାକ ପାଇବା ସହିତ ଜିଓରେ ଟ.୧୯୮ ଏବଂ ଟ.୨୯୯ ପ୍ଲାନର ୧୩୦ଜିବିର ଅତିରିକ୍ତ ଡାଟା ଉପଲବ୍ଧ ହେବ ।


Share It

Comments are closed.