ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ନିଜ ଶିଶୁକୁ ବଞ୍ଚାଇଲେ ମା’, ଭିଡିଓ ଭାଇରାଲ


କୁହାଯାଏ ମା’ର ପଣତକାନି ତଳେ ପିଲା ସର୍ବଦା ସୁରକ୍ଷିତ ରହିଥାଏ । ମା’ ପାଖରେ ଥିଲେ ପିଲା ପାଇଁ ଯେତେ ବିପଦ ଆସିଲେ ମଧ୍ୟ ମା’ ହିଁ ତାକୁ ଆଗେ ସାମନା କରିଥାଏ । ନିଜ ଜୀବନକୁ ବାଜି ଲଗାଇ ମା’ ସର୍ବଦା ତା ପିଲାର ସୁରକ୍ଷାକୁ ଅଗ୍ରାଧିକାର । ନିକଟରେ ଏହିପରି ଏକ ଦୃଶ୍ୟ ସାମନାରେ ଆସିଛି, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଦେଖନ୍ତୁ ଏହି ଭିଡିଓରେ ଜଣେ ମା’ କିପରି ତାର ପିଲାକୁ ବିଜୁଳି ଭଳି ରକ୍ଷା କରୁଛି । ଘଟଣାଟିର ଭିଡିଓ କ୍ୟାମେରାରେ ସମ୍ପୂର୍ଣ୍ଣ କଏଦ ହୋଇଯାଇଥିବାବେଳେ ମିଳିଥିବା ସୂଚନା ମୁତାବକ ଉକ୍ତ ଶିଶୁଟି ଚାରି ମହଲାରୁ ତଳକୁ ଗଳି ପଡିବାକୁ ଯାଉଥିବାବେଳେ ନିକଟତରେ ଥିବା ମା’ ବିଜୁଳି ଭଳି ନିଜ ଶିଶୁଟିର ଗୋଡଟିକୁ ଧରି ତା ଜୀବନଟିକୁ ରକ୍ଷା କରିପାରିଥିଲେ ।

ଏହି ଘଟଣାଟି କଲୋମ୍ବିଆର ଥିବାବେଳେ ସିସିଟିଭି ଫୁଟେଜ ମୁତାବକ ମା’ ଏବଂ ତାର ପିଲା ଲିଫ୍ଟରୁ ବାହାରକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେହି ସମୟରେ ମା’ ଯେତେବେଳେ ଫୋନରେ କଥା ହେଉଥିବାବେଳେ ପିଲାଟି ରୋଲିଙ୍ଗ ପାଖକୁ ଚାଲି ଆସେ । କିନ୍ତୁ ରୋଲିଙ୍ଗରେ କୌଣସି ଗ୍ରିଲ ଲାଗି ନଥିବାହେତୁ ଶିଶୁଟି ନିଜ ନିୟନ୍ତ୍ରଣ ହରାଇ ବସେ ଏବଂ ତଳକୁ ଗଳିବାକୁ ଯାଉଥାଏ ତ ମା’ ତୁରନ୍ତ ବିଜୁଳି ଭଳି ନିଜ ଶିଶୁଟିର ଗୋଡକୁ ଧରି ନେଇ ତା ଜୀବନ ରକ୍ଷା କରିଦିଏ ।


Share It

Comments are closed.