ସନ୍ତାନହୀନତାର ଅନ୍ଧକାରରୁ ମାତୃତ୍ୱର ଆଲୋକ: ଆଧୁନିକ ଚିକିତ୍ସା ବିଜ୍ଞାନ ଓ ବଦଳୁଥିବା ଜୀବନଶୈଳୀ

Share It

ଭୁବନେଶ୍ୱର:  ମାତୃତ୍ୱ ବା ପିତୃତ୍ୱ ହେଉଛି ଜଣେ ଦମ୍ପତି ଜୀବନର ସବୁଠାରୁ ବଡ଼ ସୁଖ । ଜଣେ ନାରୀ ନିଜକୁ ପୁର୍ଣ୍ଣ ମନେ କରେ ଯେତେବେଳେ ସିଏ ମା ହୁଏ | କିନ୍ତୁ ଆଜିକା ସମୟରେ ବଦଳୁଥିବା ଜୀବନଶୈଳୀ, ମାନସିକ ଚାପ ଏବଂ ଶାରୀରିକ ସମସ୍ୟା ଏହି ସୁଖରେ ବାଧା ସୃଷ୍ଟି କରେ । ଓଡ଼ିଶାରେ ପ୍ରାୟ ୧୫ ରୁ ୨୦ ପ୍ରତିଶତ ଦମ୍ପତି ବନ୍ଧ୍ୟାଦୋଷ ବା ସନ୍ତାନହୀନତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବୟସ ହେଇଗଲେ ଯେ ଏ ସମସ୍ୟା ଦେଖା ଦେଉଛି ତାହା ନୁହେ କମ ବୟସ୍କ ମହିଳାଙ୍କ ଠାରେ ମଧ୍ୟ ଏହି ସମସ୍ଯା ଦେଖା ଦେଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଏକ ବିର୍ଲା  ଆଇଭିଏଫ୍ (IVF) କେନ୍ଦ୍ରର fertility ବିଶେଷଜ୍ଞ ଡକ୍ଟର ଅମୃତା ନନ୍ଦ  ସହ ହୋଇଥିବା ଏକ ସ୍ୱତନ୍ତ୍ର ଆଲୋଚନା ବନ୍ଧ୍ୟାଦୋଷର କାରଣ ଓ ନିରାକରଣ ନୂଆ ଆଶା ସଞ୍ଚାର କରିଛି ।

ଡାକ୍ତରଙ୍କ ଅନୁଯାୟୀ, ଅଧିକାଂଶ ଦମ୍ପତି ଅଜ୍ଞତା କାରଣରୁ ବର୍ଷ ବର୍ଷ ଧରି ସାଧାରଣ ଚିକିତ୍ସା କରି ସମୟ ନଷ୍ଟ କରନ୍ତି । “ଯଦି ବିବାହର ଏକ ବର୍ଷ ପରେ ସ୍ୱାଭାବିକ ଭାବେ ଗର୍ଭଧାରଣ ହେଉନାହିଁ, ତେବେ ବିଳମ୍ବ ନକରି ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ,” ବୋଲି ସେମାନେ କୁହନ୍ତି । ପୁଣି ବନ୍ଧ୍ୟାଦୋଷ ପାଇଁ କେବଳ ମହିଳାଙ୍କୁ ଦାୟୀ କରିବା ଏକ ଭୁଲ୍ ଧାରଣା । ପରିସଂଖ୍ୟାନ କୁହେ ଯେ, ଏକ-ତୃତୀୟାଂଶ କ୍ଷେତ୍ରରେ ପୁରୁଷ ଏବଂ ଏକ-ତୃତୀୟାଂଶ କ୍ଷେତ୍ରରେ ମହିଳାମାନେ ଏଥିପାଇଁ ଦାୟୀ ହୋଇଥାନ୍ତି । ତେଣୁ ଚିକିତ୍ସା ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଅପରିହାର୍ଯ୍ୟ ।

ଏହା ଛଡା ଆଧୁନିକ ସହରୀ ଜୀବନ ଶୈଳୀରେ କର୍ମଜୀବୀ ମହିଳାମାନେ କ୍ୟାରିୟର ପାଇଁ ବିଳମ୍ବ ବିବାହ ଓ ବିଳମ୍ବ ସନ୍ତାନ ଧାରଣ ହେଉଛି ଏକ ଅନ୍ୟତମ ପ୍ରମୁଖ କାରଣ ଦମ୍ପତି ଙ୍କ ଠାରେ ପିଲା ଛୁଆ ଏ ହେବାର  । ଏହା ସହିତ ଅତ୍ୟଧିକ କାର୍ଯ୍ୟଚାପ ଓ ମାନସିକ ଚିନ୍ତା ସମସ୍ୟାକୁ ଦ୍ୱିଗୁଣିତ କରୁଛି । କେବଳ ସେତିକି ନୁହେଁ, ପିଲାଙ୍କ ମଧ୍ୟରେ ବଢୁଥିବା ମେଦବହୁଳତା (Obesity) ମଧ୍ୟ ଚିନ୍ତାର ବିଷୟ । ଜଙ୍କ୍ ଫୁଡ୍ ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ପିଲାଙ୍କ ଶରୀରରେ ଶୀଘ୍ର ହରମୋନାଲ୍ ପରିବର୍ତ୍ତନ ଦେଖାଦେଉଛି, ଯାହା ଶୀଘ୍ର ‘ପିଉବର୍ଟି’ (Puberty) ବା କିଶୋର ଅବସ୍ଥା ଆଣୁଛି । ଏହା ପରବର୍ତ୍ତୀ ସମୟରେ ପ୍ରଜନନ କ୍ଷମତା ଉପରେ କୁପ୍ରଭାବ ପକାଇପାରେ ।

ଆଧୁନିକ ଚିକିତ୍ସା ପଦ୍ଧତି: ଏକ ବରଦାନ

ଆଜିର ସମୟରେ ଆଇଭିଏଫ୍ ବିଜ୍ଞାନ ଅତ୍ୟନ୍ତ ଉନ୍ନତ ହୋଇଛି । ଯେଉଁ ମହିଳାମାନଙ୍କର ଅଣ୍ଡା ସଂଖ୍ୟା କମ୍ ବା ମେନୋପଜ୍ ହୋଇଯାଇଛି, ସେମାନଙ୍କ ପାଇଁ ଡୋନର୍ ଏଗ୍ ପ୍ରୋଗ୍ରାମ ଏକ ବଡ଼ ବିକଳ୍ପ । ସେହିପରି, ଗର୍ଭାଶୟର ପରଦା ବା ଏଣ୍ଡୋମେଟ୍ରିୟମ୍ ପତଳା ଥିଲେ PRP (Platelet Rich Plasma) ପଦ୍ଧତି ଜରିଆରେ ଗର୍ଭଧାରଣକୁ ସଫଳ କରାଯାଇପାରୁଛି ।

ବିଶେଷଜ୍ଞମାନେ ଏବେ ଡେ-୫ ବ୍ଲାଷ୍ଟୋସିଷ୍ଟ ଟ୍ରାନ୍ସଫର ଏବଂ ହିଷ୍ଟେରୋସ୍କୋପି ପରି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, PGTM (ଜେନେଟିକ୍ ପରୀକ୍ଷା) ଜରିଆରେ ସିକିଲ୍ ସେଲ୍ କିମ୍ବା ଥାଲାସେମିଆ ଭଳି ବଂଶଗତ ରୋଗ ଯେପରି ଶିଶୁ ପାଖକୁ ନଯାଏ, ତାହା ମଧ୍ୟ ସୁନିଶ୍ଚିତ କରାଯାଇପାରୁଛି ।

ଭାରତ ସରକାରଙ୍କ ART Law 2021 ଅନୁଯାୟୀ, ଆଇଭିଏଫ୍ ପାଇଁ ମହିଳାଙ୍କ ସର୍ବାଧିକ ବୟସ ୫୦ ଓ ପୁରୁଷଙ୍କ ପାଇଁ ୫୫ ବର୍ଷ ନିର୍ଦ୍ଧାରିତ ହୋଇଛି । ଗ୍ରାମାଞ୍ଚଳରେ ମହିଳାମାନେ ଆର୍ଥିକ ସ୍ୱାଧୀନତା ଅଭାବରୁ ଚିକିତ୍ସା ପାଇଁ ଆସିବାରେ ସଙ୍କୋଚ କରନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଆଇଭିଏଫ୍ ସଂସ୍ଥାମାନେ ଓଡ଼ିଶା ର ପ୍ରମୁଖ ଜିଲ୍ଲା ଯଥା କେନ୍ଦୁଝର, ବାଲେଶ୍ୱର, ପୁରୀ , ଜଗତସିଂହପୁର ,ବୌଦ୍ଧ, ସମ୍ବଲପୁର ପରି ଜିଲ୍ଲାମାନଙ୍କରେ କ୍ୟାମ୍ପ କରି ସଚେତନତା ସୃଷ୍ଟି କରୁଛନ୍ତି ।

ଆଇଭିଏଫ୍ ଚିକିତ୍ସା ବ୍ୟୟବହୁଳ ବୋଲି ଏକ ଧାରଣା ରହିଛି । ନିଜର ଅଣ୍ଡା ବ୍ୟବହାର କରି ଚିକିତ୍ସା କଲେ ପ୍ରାୟ ୧.୫ ଲକ୍ଷ ଓ ଡୋନର୍ ସାହାଯ୍ୟରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଯୋଉମାନେ ଏକକାଳୀନ ଏତେସାରା  ଟଙ୍କା ଖର୍ଚ୍ଚ କରିପାରିବେନି  ସେମାନଙ୍କ ପାଇ ବିର୍ଲା  ଆଇଭିଏଫ୍ (IVF) କେନ୍ଦ୍ର ରେ ଉପଲବ୍ଧ ବର୍ତ୍ତମାନ EMI ବା କିସ୍ତି ସୁବିଧା ଏହି ଚିକିତ୍ସାକୁ ସାଧାରଣ ଲୋକଙ୍କ ନିକଟତର କରିଛି ।

ତେଣୁ ସନ୍ତାନହୀନତା ଏକ ଅଭିଶାପ ନୁହେଁ, ବରଂ ଏକ ଶାରୀରିକ ସମସ୍ୟା ଯାହା ଚିକିତ୍ସା ଦ୍ୱାରା ସମାଧାନ ହୋଇପାରିବ । ଆବଶ୍ୟକ କେବଳ ସଠିକ ସମୟରେ ସଠିକ ନିଷ୍ପତ୍ତି ଏବଂ ସାମାଜିକ ସଚେତନତା ।


Share It

Comments are closed.