ଗୋରଖପୁରରେ ମିଳିଛି ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଲା ଚାଂଚଲ୍ୟକର ତଥ୍ୟ


ଗୋରଖପୁରରେ ଖଜନୀ ରେଞ୍ଜରେ ବେଲଘାଟ ସ୍ଥିତ ଏକ ବଗିଚାରେ ତିନିଶହରୁ ଅଧିକ ବାଦୁଡ଼ିଙ୍କ ମୃତଦେହ ମିଳିଛି । ଏହାପରେ ପ୍ରକୃତ ଘଟଣା ବିଷୟରେ ଜାଣିବା ପାଇଁ ଗୋରଖପୁରରୁ ବୁଧବାରଦିନ ଟିମ ତିନୋଟି ବାଦୁଡ଼ିଙ୍କ ଶବ ନେଇ ଆଇବିଆରଆଇରେ ପହଂଚିଥିଲା । ଏଠାରେ ସଂନ୍ଧ୍ୟାରେ ପୋଷ୍ଟମର୍ଟମ କରାଗଲା, କିନ୍ତୁ ସେତେବେଳେ କାରଣ ସ୍ପଷ୍ଟ ଜଣାପଡ଼ିନଥିଲା । ଗୁରୁବାର ଦିନ ବୈଜ୍ଞାନିକମାନେ କିଛି ଅଧିକ ଯାଂଚ କରିବାରୁ ବାଦୁଡ଼ିମାନଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା ।

Image: TOI

ଆଇବିଆରଆଇର ନିର୍ଦ୍ଦେଶକ ଡା. ଆରକେ ସିଂହ କହିଛନ୍ତି ଯେ ଯାଂଚରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିର ସ୍ପଷ୍ଟ ଜଣାପଡ଼ୁଛି ଯେ ବାଦୁଡ଼ିମାନଙ୍କର ମୃତ୍ୟୁ ଅତ୍ୟଧିକ ଗରମ କାରଣରୁ ହୋଇଛି । ଅସଲରେ ମୃତ୍ୟୁର ଯେଉଁ ଲକ୍ଷଣ ସାମ୍ନାକୁ ଆସିଛି ସେଥିରେ ଦୁଇଟି କାରଣ ଦେଖାଯାଉଛି ।
ଗୋଟିଏ ହେଉଛି ଭୀଷଣ ଗରମ ହେବା ଏବଂ ଅନ୍ୟଟି ହେଉଛି ବିଦ୍ୟୁତ ଆଘାତ ଲାଗିବା । ଯେଉଁଠାରେ ବାଦୁଡ଼ିମାନଙ୍କର ମୃତ୍ୟୁ ହୋଇଛି, ସେଠାରେ ବିଜୁଳିର ଲାଇନ ହିଁ ନାହିଁ । ତେଣୁ ଏହା ସ୍ପଷ୍ଟ ଯେ ମୃତ୍ୟୁ ଗରମ ଯୋଗୁଁ ହିଁ ହୋଇଛି ।
ର‌୍ୟାବିଜ, କୋଭିଡ ଯାଂଚ ଆସିଲା ନେଗେଟିଭ
ଆଇବିଆରଆଇ ନିର୍ଦ୍ଦେଶକ କହିଛନ୍ତି ଯେ ଏହି ସମୟରେ ର‌୍ୟାବିଜ ଏବଂ କରୋନାର ଯାଂଚ ମଧ୍ୟ କରାଯାଇଛି । ଉଭୟ ଯାଂଚ ନେଗେଟିଭ ଆସିଛି ।


Share It

Comments are closed.