ପୃଥିବୀର ଏହି ସହରରେ ୭୦ ବର୍ଷ ହେଲା କାହାର ମୃତ୍ୟୁ ହୋଇନାହିଁ, ଜାଣନ୍ତୁ ଏହା ପଛର ରହସ୍ୟ


ଏହି ଦୁନିଆ ଆମକୁ ବିସ୍ମିତ କରିବାର କୌଣସି ପ୍ରୟାସ ଛାଡ଼େନାହିଁ । ତେବେ ଗୋଟିଏ ସହର କଥା ଭାବିଲେ ଆପଣଙ୍କ ମନକୁ କଣ ଆସିଥାଏ । ସବୁ ସହର ପରି ଗୋଟିଏ ସହରରେ ଲୋକମାନେ ପାଠ ପଢ଼ୁଥିବେ । ରାନ୍ଧୁଥିବେ, ଖାଉଥିବେ, କାମ କରୁଥିବେ। ସହର କଥା କହିଲେ ପ୍ରଥମ ଶବ୍ଦ ମନକୁ ଆସୁଥିବ ଜନସଂଖ୍ୟା । ମାତ୍ର ଏହି ସହରରେ କେହି ମରୁ ନ ଥିବେ । ବର୍ଷ କି ଦୁଇ ବର୍ଷ ନୁହେଁ ଗତ ୭୦ ବର୍ଷ ହେଲା ଏଠି କାହାର ମୃତ୍ୟୁ ଘଟି ନ ଥିବ । ଆପଣ ଏହାକୁ ବିଶ୍ବାସ କରି ପାରୁଛନ୍ତି କି? ବୋଧହୁଏ ନାଁ । ତେବେ ଆସନ୍ତୁ ଜାଣିବା ଏହି ସହର ପଛରେ କଣ ରହିଛି ରହସ୍ୟ ।

ଆମେ ଆପଣଙ୍କୁ ଏମିତି ଏକ ସହର କଥା କହିବାକୁ ଯାଉଛୁ, ଯେଉଁଠି କେହି ମୃତ୍ୟୁବରଣ କରନ୍ତି ନାହିଁ । କୌଣସି ବ୍ୟକ୍ତିର ମୃତ୍ୟୁ ସମୟ ଆସିଲେ ତାଙ୍କୁ ହେଲିକପଟରରେ ଅନ୍ୟ ଏକ ଅଞ୍ଚଳକୁ ନିଆଯାଏ, ଯେଉଁଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାରଣ ଏହି ସହରରେ ମୃତ୍ୟୁ ଉପରେ ପ୍ରଶାସନର ପ୍ରତିବନ୍ଧକ ରହିଛି ।

ଏହି ସହର ହେଉଛି ନରୱେର ଲାଁଲ୍ଗଇୟରବେନ୍ ଅଞ୍ଚଳ । ଉତ୍ତର ଗୋଲାର୍ଧର ଶୀର୍ଷ ଓ ନରୱେ ମଧ୍ୟରେ ଏହା ଏମିତି ଏକ ଦ୍ବୀପ, ଯେଉଁଠି ମରିବା ଉପରେ ରହିଛି କଟକଣା । ଏହି ଦ୍ବୀପର ଜଳବାୟୁ ଅତି ଶୀତଳ । ଏପରିକି ପାଣି ମୁହୂର୍ତ୍ତକ ମଧ୍ୟରେ ବରଫ ହୋଇଯାଇଥାଏ । ଶୀତଦିନେ ତ ଅସମ୍ଭାଳ ଥଣ୍ଡା । ଏପରିକି କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ମଧ୍ୟ ତାର ଶବ ପଚିଯାଇ ନ ଥାଏ ଓ ଦୀର୍ଘଦିନ ଧରି ତାହା ନଷ୍ଟ ହୋଇ ନ ଥାଏ ।

ଏପରିକି ୨୦୧୭ ମସିହାରେ ଫ୍ଲୁରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଶରୀର ସତେଜ ଥିବା ଓ ୭୦ ବର୍ଷ ଧରି ସମ୍ପୃକ୍ତ ଶବ ଦେହରେ ଭୂତାଣୁ ଜୀବିତ ଥିବା ଦେଖାଯାଇଛି । ତେଣୁ ସେ ଦେଶର ସରକାର ଏହି ସହରରେ ମୃତ୍ୟୁ ଉପରେ କଟକଣା ଲଗାଇଛନ୍ତି । ଯଦି କୌଣସି ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଅନ୍ୟ ଦେଶକୁ ନିଆଯାଏ । ସେଠାରେ ତାଙ୍କର ମୃତ୍ୟ ହେବା ପରେ ସେଠାରେ ହିଁ ପୋତି ଦିଆଯାଏ । ସେହିପରି ଯଦି କୌଣସି ବ୍ୟକ୍ତିଙ୍କର ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ପଡେ ତଥାପି ତାଙ୍କୁ ହେଲିକପ୍ଟରେ ନିଆଯାଇ ପରବର୍ତ୍ତି ସମୟରେ ପୁଣି ଆଣି ଛାଡି ଦିଆଯାଏ ।


Share It

Comments are closed.