ଦେଶରେ ୩୬ ଲକ୍ଷ ପାର ହେଲା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୭୮,୬୧୨ ନୂଆ ମାମଲା ଚିହ୍ନଟ


ଭାରତରେ କରୋନା ଭାଇରସର ଗତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୭୮,୫୧୨ ଟି ନୂଆ କରୋନା ମାମଲା ଚିହ୍ନଟ କରାଯାଇଛି।

ଏହି ସମୟ ମଧ୍ୟରେ ମୋଟ ୯୭୧ ଜଣଙ୍କର ଏହି ଭାଇରସରେ ମୃତ୍ୟୁ ଘଟିଛି। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଦ୍ୱାରା ୩୬,୨୧,୨୪୬ ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୭,୮୧,୯୭୫ ସକ୍ରିୟ ମାମଲା ଏବଂ ୨୭,୭୪,୮୦୨ ରୋଗୀଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଅନ୍ୟପକ୍ଷରେ, ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ୬୪,୪୬୯ ଜଣଙ୍କର ମୃତ୍ୟୁ ହୋଇଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ରିପୋର୍ଟ ଅନୁଯାୟୀ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଦେଶରେ ୪,୨୩,୦୭,୯୧୪ ନମୁନା ପରୀକ୍ଷା କରାଯାଇଛି। ଏଥି ସହିତ, ଗତକାଲି ଏଥିରେ ୮,୪୬,୨୭୮ ନମୁନା ପରୀକ୍ଷା କରାଯାଇଛି |


Share It

Comments are closed.