ବଢିବାରେ ଲାଗିଛି ‘ମଙ୍କିପକ୍ସ’ ସଂକ୍ରମଣ, ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨୧୯ଟି ସଂକ୍ରମଣ ମାମଲା


କରୋନା ଭାଇରସ୍‌ ମହାମାରୀ ଭିତରେ ମଙ୍କିଫକ୍ସର ବିପଦ ଲଗାତାର ବଢିବାରେ ଲାଗିଛି। କେବଳ ୧୫ ଦିନ ଭିତରେ ଏହି ରୋଗ ୧୫ଟି ଦେଶରେ ବ୍ୟାପି ଯାଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଆଫ୍ରିକାରେ ମଙ୍କିପକ୍ସ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ୟୁରୋପୀୟ ୟୁନିୟନ ଡିଜିଜ୍ ଏଜେନ୍ସିର ତାଜା ସୂଚନା ଅନୁସାରେ, ସାରା ଦେଶରେ ଏବେ ମଙ୍କିଫକ୍ସର ୨୧୯ ଟି କେସ୍ ରହିଛି। ଭାରତରେ ଏହାର କୌଣସି କେସ୍‌ ନାହିଁ, କିନ୍ତୁ ସରକାର ସମ୍ପୂର୍ଣ୍ଣ ଭାବରେ ସତର୍କ ଅଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀରୁ ବୁଝିହେବ ଯେ, ଏହି ରୋଗକୁ ହାଲକାରେ ନେଇ ହେବନି। ଡବ୍ଲୁଏଚଓ କହିଛି, କୌଣସି ଦେଶରେ ଏହାର ଏକ କେସ୍‌ ମିଳିଲେ ଆଉଟବ୍ରେକ୍ ବୋଲି ମନେ କରାଯିବ।

ମଙ୍କିପକ୍ସର ସବୁଠାରୁ ଅଧିକ ବିପଦ ୟୁରୋପରେ ଦେଖିବାକୁ ମିଳିଛି। ତେବେ ଅନ୍ୟ ଦେଶରେ ମଧ୍ୟ ଏହି ରୋଗ ବ୍ୟାପୁଛି। ୧୫ ଦିନରେ ୧୫ଟି ଦେଶରେ ଏହି ରୋଗ କାୟା ବିସ୍ତାର କରିସାରିଛି। ଏହା ଭିତରେ ଆମେରିକା,ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ସ୍ବିକେଡନ୍, ସ୍ପେନ୍, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଜର୍ମାନୀ, ଇସ୍ରାଏଲ, କାନାଡା, ନେଦରଲାଣ୍ଡ,ବେଲଜିୟମ୍, ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡ ରହିଛି। ଭାଇରସ ବହୁତ ଛୋଟ ଜୀବିତ ପାର୍ଟିକିଲ୍। ଏହାକୁ ରୋକିବା ଖୁବ୍ କଷ୍ଟକର ହୋଇଥାଏ। ‘ମଙ୍କିପକ୍ସ’ ସଂକ୍ରମିତ ରୋଗୀ ଓ ମଣିଷଙ୍କ ସମ୍ପର୍କରେ ଆସିଲେ ଏହି ରୋଗ ବ୍ୟାପିପାରେ। ଏହାର ଟ୍ରାନ୍ସମିସନ୍‌ ରେଟ୍‌ ୩.୩ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ମନେକରାଯାଏ। କିନ୍ତୁ ନିକଟରେ କଙ୍ଗୋରେ ଏହି ରେଟ୍‌ ୭୩ ପ୍ରତିଶତ ଥିଲା। ଭାଇରସ୍‌ କଟିଯାଇଥିବା ତ୍ବଚା, ଶ୍ବାସ ନଳୀ କିମ୍ବା ଆଖି, ନାକ ଓ ମୁହଁ ଜରିଆରେ ଶରୀରକୁ ଯାଇଥାଏ।


Share It

Comments are closed.