ମୌସୁମୀ ଋତୁ ପାଇଁ ମୋଦିକେୟାର ଲିମିଟେଡର କେଶ, ଚର୍ମ ଓ ମେକଅପ ସାମଗ୍ରୀ
ଭୁବନେଶ୍ୱର: ମୌସୁମୀ ଆଗମନ ସହ ଧରାପୃଷ୍ଠ ସବୁଜିମାରେ ପରିପୂର୍ଣ୍ଣ ହୋଇଛି। ଏଥି ସହିତକେଶ ଯତ୍ନ, କର୍ମଯତ୍ନ ଓ ମେକଅପକୁ ନେଇ ଆହ୍ୱାନ ମଧ୍ୟ ସୃଷ୍ଟି ହୋଇଛି ଯେଉଁଥିପାଇଁ ଶୀଘ୍ର ଓ ବୁଦ୍ଧିମାନ ସମାଧାନ ଦରକାର। ଉପଯୁକ୍ତ ଯତ୍ନ ପାଇଁ ଏଠାରେ ମୋଦିକେୟାର ଲିମିଟେଡର ଉତ୍ପାଦଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି।
ମୋଦିକେୟାର ଲିମିଟେଡର ରହିଛି ଚର୍ମଯତ୍ନ ଉତ୍ପାଦ ହେମ୍ପ ଲ୍ୟାବ ରେଂଜ। ଚର୍ମଯତ୍ନ ଓ ସନ୍ତୁଳିତ ଚର୍ମ ପାଇଁ ସେଥିରେ ହେମ୍ପ ମଞ୍ଜି ତୈଳ ଓ ଭିଟାମିନ ସି ରହିଛି। ଏହାର ଦାମ୍ ୯୦୦ ଟଙ୍କା ରଖାଯାଇଛି। ତିନି ବର୍ଷର ଗବେଷଣାରୁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ପାଂଚଟି ଉତ୍ପାଦ ରହିଛି। ତାହା ହେଉଚି ରିପେୟାରିଂ ଆଣ୍ଡ ବାଲାନ୍ସିଂ ଫୋମିଂ ଫେସ ୱାସ, ରିପେୟାର ଆଣ୍ଡ ବାଲାନ୍ସିଂ ଫେସ ସ୍କ୍ରବ, ରିପେୟାର ଆଣ୍ଡ ବାଲାନ୍ସିଂ ମିଲ୍କ ସିରମ, ରିପେୟାରିଂ ଆଣ୍ଡ ବାଲାନ୍ସିଂ ଫେସ ଅଏଲ ଓ ରିପେୟାରିଂ ଆଣ୍ଡ ବାଲାନ୍ସିଂ ଫେସ ମଏଶ୍ଚରାଇଜର।
ମୌସୁମୀ ଋତୁରେ ମୋଦିକେୟାରର ଅର୍ବାନ କଲର ଲଣ୍ଡନ ପ୍ରିଷ୍ଟିନ ଡ୍ରାଏ ଅଏଲ ମଧ୍ୟ ବେଶ ଉପଯୋଗୀ। ଏହା ଚର୍ମକୁ ନରିଶ କରିବା ସହ ଆପଣଙ୍କୁ ସତେଜ ଓ ଯୁବ ଲୁକ ପ୍ରଦାନ କରିବ। ସମ୍ପୂର୍ଣ୍ଣ ଭେଗାନ, ଡର୍ମାଟୋଲୋଜି ପରିକ୍ଷୀତ, ପାରାବେନ ମୁକ୍ତ ଏହି ତୈଳର ୩୦ ଏମଏଲ ଦାମ ୧,୩୯୯ ଟଙ୍କା ରହିଛି। ସେହିପରି, ମୋଦିକେୟାରର ଫ୍ରୁଟ ଅଫ ଦି ଆର୍ଥ ମୋର ମୁଡ ଫେସିଆଲ ବାର ଆପଣଙ୍କ ଚର୍ମର ସବୁ ପ୍ରକାର ସମସ୍ୟାର ଏକକ ସମାଧାନ। ଏହାର ୪ଟି ସାବୁନର ଦାମ ୩୭୫ ଟଙ୍କା ରହିଛି। ଏଥିରେ ବ୍ରଣ ନିରୋଧୀ, ଚର୍ମକୁ ଉଜ୍ଜ୍ୱଳତା ପ୍ରଦାନ କରିବା ଏବଂ ଆଂଟି ଏଜିଂ ଉପାଦାନ ରହିଛି। ଏଥିରେ ଲେମନ ଗ୍ରାସ, ଲିକରାଇସ ଉପାଦାନ, ଅଲିଭ ଅଏଲ ଓ ଅଙ୍ଗୁର ମଂଜିର ତୈଳ ବ୍ୟବହାର କରାଯାଇଛି। ୟୁରୋପରେ ଉତ୍ପାଦନ କରଯାଉଥିବା ମୋର ମଡ ସୌନ୍ଦର୍ଯ୍ୟ ଉପଚାରରେ ବ୍ୟବହାର ପାଇଁ ପରିଚିତ।
କେଶ ଯତ୍ନ ବର୍ଗରେ ମୋଦିକେୟାରର ରହିଛି ସାଲୁନ ପ୍ରଫେସନାଲ ଆର୍ଗାନ ଅଏଲ ହେୟାର କେୟାର ବର୍ଗମାଳା। ସେଥିରେ ମରକୋରୁ ପ୍ରସ୍ତୁତ ଉପାଦାନ ସହିତ ଭିଟାମିନ ଇ, ଆବଶ୍ୟକ ଫ୍ୟାଟି ଏସିଡ ଓ ଜୀବାଣୁ ନାଶକ ଉପାଦାନ ବ୍ୟବହାର କରାଯାଇଛି। ଏହା କେଶକୁ ଜୀବନ୍ତ କରିବ। ଆର୍ଗାନ ଅଏଲ ଅଫ ମରକୋ ହେୟାର ଟ୍ରିଟମେଂଟ ଅଏଲର ୧୦୦ ଏମଏଲ ଦାମ ୭୫୦ ଟଙ୍କା ରହିଛି। ସେହିପରି ଆର୍ଗାନ ଅଏଲ ଅଫ ମରକୋ ମଏଶ୍ଚର ରିପେୟାର ସାମ୍ପୁ ଆଣ୍ଡ କଣ୍ଡିସନରର ୨୦୦ ଏମଏଲ ଦାମ ୪୮୫ ଟଙ୍କା ରହିଛି।
ମେକଅପ ବର୍ଗରେ ରହିଛି ଅର୍ବାନ କଲର ଲଣ୍ଡନ ପାୱାର ମ୍ୟାଟ ଟ୍ରାନ୍ସଫର ପ୍ରୁଫ ଲିକ୍ୱିଡ ଲିପ କଲର। ଏଥିରେ ଭିଟାମିନ – ଇ ରହିଛି ଏବଂ ଏହା ୮ ଘଂଟା ପର୍ଯ୍ୟନ୍ତ ରହିବ। ଚର୍ମରୋଗ ପରୀକ୍ଷଣ, ୧୦୦ ପ୍ରତିଶତ ଭେଗାନ, ଏହି ଲିପ କଲର ଆଠଟି ରଙ୍ଗରେ ଆସିଛି। ଏହାର ୫ ଏମଏଲ ଦାମ ହେଉଛି ୪୯୯ ଟଙ୍କା। ମୋଦିକେୟାରର ଅର୍ବାନ କଲର ଲଣ୍ଡନର ମ୍ୟାଟ ଆଣ୍ଡ ଗ୍ଲୋ ଡୁଅ ବ୍ଲସରରେ ମ୍ୟାଟ ଓ ମେଟାଲିକ ସେଡର ମିଶ୍ରଣ ରହିଛି। ଏହାର ଉନ୍ନତ ଅପ୍ଟିକାଲ ପ୍ରଯୁକ୍ତି ପ୍ରାକୃତିକ ଲୁକ ପ୍ରଦାନ କରିବ। ଇଟାଲୀରେ ପ୍ରସ୍ତୁତ ଏହାର ହାଲୁକା ଫର୍ମୁଲା ବ୍ୟବହାର କରିବା ସହଜ କରିଛି। ଏହା ମିଷ୍ଟ୍ରିଅସ ଓ ସିକ୍ରେଟ ଭଳି ଦୁଇଟି ଭାରିଆଂଟରେ ଆସିଛି। ଏହାର ୧୨ ଗ୍ରାମ ଦାମ ମୂଲ୍ୟ ୧୧୫୦ ଟଙ୍କା ଥିବା ବେଳେ ତାହା ୧୦୦% ଭେଗାନ, ଚର୍ମ ପରୀକ୍ଷଣ, ପାରାବେନ ମୁକ୍ତ। ମୋଦିକେୟାରର ଅର୍ବାନ କଲର ଲଣ୍ଡନ ପ୍ରୋ ଫିକ୍ସ ୩-ଇନ-୧ ପ୍ୟାଲେଟରେ ସ୍କ୍ୱାଲେନ ଓ ଜୋଜୋବା ତୈଳ ରହିଛି। ଏହା ସବୁ ପ୍ରକାର ଚର୍ମକୁ ସୁହାଇବ। ହାଲୁକା, ୧୦୦% ଭେଗାନ, କ୍ରୁରତାମୁକ୍ତ ତଥା ଚର୍ମ ପାଇଁ ଉପଯୋଗୀ ପରୀକ୍ଷଣ କରାଯାଇଥିବାି ଏହାର ୯ ଗ୍ରାମ ଦାମ ୧୦୯୯ ଟଙ୍କା ରହିଛି।
ମୋଦିକେୟାର ଉତ୍ପାଦଗୁଡ଼ିକ ସାରା ଦେଶରେ ଥିବା ମୋଦିକେୟାରର କନସଲଟାଂଟମାନଙ୍କ ପାଖରେ ବିକ୍ରି ପାଇଁ ଉପଲବ୍ଧ ରହିଛି।
Comments are closed.