ରାତି ୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବାର ନିଷ୍ପତିକୁ ମୋନାର ବିରୋଧ


ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ଅବସରରେ କଟକ, ଭୁବନେଶ୍ୱର ଏବଂ ପୁରୀରେ ରାତି ୧ଟା ପର୍ଯ୍ୟନ୍ତ ବାର ଏବଂ ଠିପିି ଖୋଲା ମଦ ଦୋକାନ ଖୋଲା ରହିବା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହା ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସରକାରଙ୍କର ଏହି ନିଷ୍ପତିକୁ ସଂଗଠନ ପକ୍ଷରୁ ମଳୟ ତ୍ରିପାଠୀ ନିନ୍ଦା କରି କହିଛନ୍ତି ଯେ, “ଖ୍ରୀଷ୍ଟୀୟ ନୂଆ ବର୍ଷ ପାଳନ କରିବା ଉପଲକ୍ଷେ ଅଧିକରୁ ଅଧିକ ମଦ ବିକ୍ରି କରିବା ଲାଗି ରାତି ୧ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବା ପାଇଁ ସରକାରଙ୍କର ଏହି ନିଷ୍ପତି ଅତ୍ୟନ୍ତ ନିନ୍ଦନୀୟ ଏହା ଦ୍ୱାରା ସରକାର ରାତି ଅଧରେ ମଦ ପିଇ ରାସ୍ତା ଦୁର୍ଘଟଣା ନାରୀ ବଳକ୍ରାର ଆଦିକୁ ପ୍ରସୟ ଦେଉଛନ୍ତି । କୌଣସି ଅଘଟଣ ଘଟିଲେ ଏଥିପାଇଁ କେବଳ ସରକାର ଦାୟୀ ରହିବେ । ରାଜ୍ୟ ସରକାର ଗାନ୍ଧୀଜିଙ୍କ ଅହିଂସା ନୀତିକୁ ଆପଣାଇ ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଥିବାବେଳେ ଅନ୍ୟପଟେ ମଦର ଏହି ପ୍ରଚାର ପ୍ରସାର ନିଷ୍ପତି ରାଜ୍ୟବାସୀଙ୍କୁ ବ୍ୟଥିତ କରିବା ସହ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି ।”
ଆଜିର ଏହି ପ୍ରତିବାଦ ବିକ୍ଷୋଭରେ ମୋନା ପକ୍ଷରୁ ଶ୍ରୀ ପ୍ରିୟନାଥ ଆଚାର୍ଯ୍ୟ, ଖଗେଶ୍ୱର ବଳ, ମଳୟ ଡ୍ରିପାଠୀ, ଅରୁଣ ସାମନ୍ତରାୟ, ସୌମ୍ୟ ମହାନ୍ତି, ଅପର୍ଣ୍ଣା ନାୟକ, ପ୍ରତୀ ନାୟକ, କନକଲତା ଭଞ୍ଜ, ଡ ଅଜୟ ପରିଡା ଆଦି ଯୋଗ ଦେଇଥିଲେ ।


Share It

Comments are closed.