ମମ୍ ହାଣ୍ଡ୍ ପକ୍ଷରୁ ମଲ୍ଟି ଭିଟାମିନ୍ ଛେନାପୋଡ଼ର ଶୁଭ ଉନ୍ମୋଚନ

ରୋଗ ପ୍ରିରୋଧକ ଶକ୍ତି ବଢ଼ାଇବ ଓ ଭାରି ସୁଆଦିଆ ଲାଗିବ


ଭୁବନେଶ୍ୱର: ରାଜ୍ୟର ଏକ ଅଗ୍ରଣୀ ଷ୍ଟାର୍ଟଅପ୍ ସଂସ୍ଥା ମମ୍ ହାଣ୍ଡ୍ ପକ୍ଷରୁ ମଲ୍‌ଟି ଭିଟାମିନ୍ ଛେନାପୋଡକୁ ଉନ୍ମୋଚନ କରାଯାଇଛି । ଏହା ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ସହାୟକ ହେବ । କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ବେଶ ସ୍ୱାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି । ସେମାନଙ୍କୁ ନଜରରେ ରଖି କଂପାନି ଏହି ଛେନାପୋଡ଼ ଆଣିଛି ।
ବହୁ ମାସ ଧରି ବ୍ୟାପକ ଗବେଷଣା ଓ ପରୀକ୍ଷଣ ପରେ କଂପାନିର ଏକ ଟିମ୍ ଏହି ମଲ୍‌ଟି ଭିଟାମିନ୍ ଛେନାପୋଡ଼କୁ ବିକଶିତ କରିଛନ୍ତି । ଏହା ସ୍ୱାଦିଷ୍ଟ ହୋଇଥିବା ବେଳେ ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ଛେନା, ସୁଜି, ଆଲମଣ୍ଡ, ତ୍ରିଫଳା, ଅଁଳା, ଖଜୁର, ସେଓ ଓ ଡାଳିମ୍ବ ଭଳି ବହୁ ପ୍ରାକୃତିକ ଓ ଅର୍ଗାନିକ ପଦାର୍ଥ ବ୍ୟବହାର କରାଯାଉଛି । ଏହାକୁ କଂପାନିର ଏକ ଷ୍ଟେଟ୍ ଅଫ୍ ଆର୍ଟ ବ୍ୟବସ୍ଥାରେ ବିକଶିତ କରାଯାଉଛି ଯେଉଁଥିରେ ଗୁଣାତ୍ମକ ମାନ ବଜାୟ ରଖିବା ଲାଗି ସବୁ ପ୍ରକାର ଉପକରଣର ବ୍ୟବସ୍ଥା ରହିଛି । କଂପାନିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସ୍ୱାଦିଷ୍ଟ ମଲ୍‌ଟି ଭିଟାମିନ୍ ଛେନାପୋଡ଼କୁ ରାଜ୍ୟ ବାହାରେ ପହଂଚାଇବା । ବାହାର ଦେଶକୁ ରପ୍ତାନି କରିବା ଲାଗି ମଧ୍ୟ କଂପାନି ଲକ୍ଷ୍ୟ ରଖିଛି ।
ଏହି ଅବସରରେ ମିସ୍ ନିଳିମା ପାତ୍ର, ପ୍ରତିଷ୍ଠାତା, ମମ୍ ହାଣ୍ଡ୍ କହିଛନ୍ତି ଯେ, “ମମ୍ ହାଣ୍ଡ୍‌ରେ ଆମେ ଆମର ନୂଆ ଉତ୍ପାଦ ମଲ୍‌ଟି ଭିଟାମିନ୍ ଛେନାପୋଡ଼କୁ ଉନ୍ମୋଚନ କରି ଅତ୍ୟନ୍ତ ଉଲ୍ଲସିତ । ବହୁ ବର୍ଷ ଧରି ଲୋକମାନେ ଏହି ମିଷ୍ଟାନ୍ନକୁ ପସନ୍ଦ କରୁଥିବାରୁ ଆମର ବିଶ୍ୱାସ ରହିଛି ଯେ ଆମେ ଅଧିକ ଗ୍ରାହକଙ୍କ ନିକଟରେ ପହଂଚିପାରିବୁ ଯାହା ଆମର ବ୍ରାଣ୍ଡ୍‌ର ଅଭିବୃଦ୍ଧିକୁ ଶିଖରରେ ପହଂଚାଇବାରେ ସହାୟକ ହେବ । ଆମ ଉତ୍ପାଦ ଜରିଆରେ ଆମେ ରାଜ୍ୟ ବାହାରେ ଓଡ଼ିଶାକୁ ଉପସ୍ଥାପନ କରିବାକୁ ଚାହୁଛୁ । ଆମର ଯୋଜନା ହେଉଛି ନୂତନ ଓ ଅଭିନବ ଉତ୍ପାଦକୁ ଯୋଡ଼ି ପୋର୍ଟଫୋଲିଓକୁ ଆଗକୁ ବଢ଼ାଇବା । ଆମର ପରବର୍ତୀ ଲକ୍ଷ୍ୟ ହେଉଛି ମଲ୍‌ଟି ଭିଟାମିନ୍ ରସଗୋଲା ଉନ୍ମୋଚନ କରିବା । କାଂନି ଭୁବନେଶ୍ୱରରେ ଏହାର ଏକ ୟୁନିଟ୍ ରଖିବ ଏବଂ ଆଗାମୀ ଦିନରେ ଯେଉଁ ସବୁ ସ୍ଥାନରେ ସୁଯୋଗ ରହିଛି ସେମାନେ ନିଜର ଉପସ୍ଥିତି ବଢ଼ାଇବ ।’’
କରୋନା ମହାମାରୀ ବ୍ୟାପିବା ପରେ ଲୋକମାନଙ୍କ ଆବଶ୍ୟକତାକୁ ପୂରଣ କରିବା ଲାଗି ବଜାରରେ ବହୁ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଉତ୍ପାଦ ବିକ୍ରି ହେଉଛି । ମମ୍ ହାଣଡ୍‌ର ମଲ୍‌ଟି ଭିଟାମିନ୍ ଛେନାପୋଡ଼ ହେଉଛି ସେଥିରେ ଏକ ବହୁତ ବଡ଼ ଯୋଗଦାନ । ଛେନାପୋଡ଼କୁ ଓଡ଼ିଶା ଓ ପୂର୍ବ ଭାରତ ସମେତ ସାରା ଦେଶରେ ଲୋକମାନେ ବହୁତ ପସନ୍ଦ କରନ୍ତି ।
ଏହି ଅବସରରେ ବ୍ୟାଙ୍କ ପ୍ରତିନିଧି, ଏଲ୍‌ଡିଏମ୍‌, ୟୁନିଟ୍ ଟିମ୍‌, ଷ୍ଟାର୍ଟଅପ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।


Share It

Comments are closed.