ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଏନଏସଏଫ୨୫୦ଆରର ଚତୁର୍ଥ ପର୍ଯ୍ୟାୟରେ ମୋହସିନ ପରମବାନ ଙ୍କ ଦ୍ୱେତ ବିଜୟ


ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ ଇଂଟରନ୍ୟାସନାଲ ସର୍କିଟରେ ଚାଲିଥିବା ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ କପ ଏନଏସଏଫ୨୫୦ଆରର ଚତୁର୍ଥ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆ ଟିମର ଯୁବ ରାଇଡରମାନଙ୍କ ଚମତ୍କାର ବେଗ ଦେଖିବାକୁ ମିଳିଥିଲା।
ରେସ-୧ରେ ଚମତ୍କାର ବିଜୟ ହାସଲ କରିଥିବା ମୋହସିନ ପରମବାନ ରେସ-୨ରେ ମଧ୍ୟ ରୋମାଂଚକର ପ୍ରଦର୍ଶନ କରି ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିଛନ୍ତି। ଅତୁଳନୀୟ ସ୍ଥିରତା ଓ ନିୟନ୍ତ୍ରଣ ପ୍ରଦର୍ଶନ କରି ମୋହସିନ ସମସ୍ତଙ୍କୁ ପଛରେ ପକାଇ ବିଜୟ ପାଇଁ ଆବଶ୍ୟକ ରେଖା ଅତିକ୍ରମ କରିଥିଲେ। ସେ ୧୫:୦୬.୯୩୯ ସମୟରେ ରେସ ଶେଷ କରିଥିଲେ। ରେସ ଆରମ୍ଭରୁ ସେ ପ୍ରଭାବ ବିସ୍ତାର କରିଥିଲେ ଏବଂ ଆଗରେ ରହିଥିଲେ। କୋଣ ଅଂଚଳଗୁଡ଼ିକୁ ଚମତ୍କାର ଢଙ୍ଗରେ ପରିଚାଳନା କରି ସେ ରେସ ସାରା ନିଜର ଗତି ବଜାୟ ରଖିଥିଲେ। ବହୁ ଭଲ ଭାବେ ସେ ଅନ୍ୟ ରାଇଡରମାନଙ୍କୁ ଅତିକ୍ରମ କରିବା ସହ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛନ୍ତି।
ଚତୁର୍ଥ ପର୍ଯ୍ୟାୟର ରେସ-୨ରେ ଅନ୍ୟତମ ରାଇଡର ପ୍ରକାଶ କାମାତ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେ ଅତୁଳନୀୟ ଦକ୍ଷତା ଓ ନିଷ୍ଠା ପ୍ରଦର୍ଶନ କରି ଅନ୍ୟ ରାଇଡରମାନଙ୍କୁ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଇଥିଲେ। ତୀବ୍ର ପ୍ରତିଯୋଗିତା ସତ୍ୱେ ସେ ୧୫:୦୮.୬୩୫ ସମୟ ନେଇ ରେସ ଶେଷ କରିଥିଲେ ଓ ଦ୍ୱିତୀୟ ସ୍ଥାନ ସୁରକ୍ଷିତ ରଖିଥିଲେ।
ରେସରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ସିଦ୍ଦେଶ ସାୱନ୍ତ। ସେ ଉଲ୍ଲେଖନୀୟ ସ୍ଥିରତା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେ ୧୫:୧୧.୧୭୨ ସମୟ ନେଇ ରେସ ଶେଷ କରିଥିଲେ ଯାହା ଏହି ଚାମ୍ପିଅନସିପରେ ତାଙ୍କର ବଢ଼ୁଥିବା ପ୍ରଭାବର ପ୍ରତିଫଳନ।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ହେଉଛି ଏକ ସମ୍ମାନଜନକ ପ୍ଲାଟଫର୍ମ ଯାହାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଚାମ୍ପିଅନ୍‌ସିପ୍ ପାଇଁ ପରବର୍ତୀ ପିଢ଼ିର ଚାଳକ ବିକାଶ ଓ ସମୃଦ୍ଧ କରିବାକୁ ପ୍ରସ୍ତୁତ କରାଯାଇଛି। ରେସିଂର ବିଭିନ୍ନ ସ୍ତର ଅତିକ୍ରମ କରିବା ଲାଗି ଯୁବ ରାଇଡରମାନଙ୍କ ନିମନ୍ତେ ଏକ ସୋପାନ ଭାବେ ଏହାକୁ ବିକାଶ କରାଯାଇଛି। ଏହି ଚାମ୍ପିଅନ୍‌ସିପ୍‌ରେ ରାଇଡର୍‌ମାନେ ହୋଣ୍ଡା ଏନ୍‌ଏସ୍‌ଏଫ୍‌୨୫୦ଆର୍ ମେସିନ୍‌କୁ ବ୍ୟବହାର କରୁଛନ୍ତି ଯାହାକୁ ମୋଟୋ ୩ ରେସିଂ ପାଇଁ ବିକାଶ କରାଯାଇଛି। ଏହି ଚାମ୍ପିଅନ୍‌ସିପ୍‌ର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ପ୍ରତିଭାବାନ ରାଇଡର୍‌ମାନଙ୍କୁ ଚିହ୍ନଟ କରିବା ଓ ତାଲିମ ଦେଇ ସେମାନଙ୍କୁ ସମୃଦ୍ଧ କରିବା। ଏହା ଜରିଆରେ ଭାରତୀୟ ରାଇଡର୍‌ମାନେ ପ୍ରଫେସନାଲ୍ ମୋଟର ରେସିଂ ଦୁନିଆରେ ପ୍ରବେଶ କରିପାରୁଛନ୍ତି।
ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ରେ ପାଂଚଟି ରାଉଣ୍ଡ ରହିଛି ଯାହାର ପ୍ରଥମ ରାଉଣ୍ଡ ୨୦୨୪ ଜୁନ୍ ୧୪-୧୬ ପର୍ଯ୍ୟନ୍ତ ମାଡ୍ରାସ ଇଂଟରନ୍ୟାସନାଲ୍ ସର୍କିଟ୍‌ରେ ହୋଇଥିଲା। ଚତୁର୍ଥ ରାଉଣ୍ଡ ୨୦୨୪ ସେପ୍ଟେମ୍ବର ୭-୮ରେ ସେହି ରାଉଣ୍ଡରେ ଅନୁଷ୍ଠିତ ହେବ। ପଂଚମ ରାଉଣ୍ଡକୁ ସମାନ ଟ୍ରାକ୍‌ରେ ଅକ୍ଟୋବରରେ ଆୟୋଜନ କରାଯିବ।


Share It

Comments are closed.