ଶରୀରର ଇମ୍ୟୁନିଟି ବଢ଼ାଇବା ପାଇଁ ଆୟୁଷ ମନ୍ତ୍ରଣାଳୟର ଉପାୟଗୁଡ଼ିକର ପାଳନ ପାଇଁ ଦେଶବାସୀଙ୍କୁ ମୋଦୀଙ୍କ ଅନୁରୋଧ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସକୁ ନେଇ ଚାଲିଥିବା ଲକଡାଉନ ଅବଧିକୁ ଆସନ୍ତା ମେ ତିନିକୁ ବଢ଼ାଇ ଦେଇଛନ୍ତି । ଏହି ସମୟରେ ସେ ଦେଶବାସୀଙ୍କୁ କରୋନା ସହ ଲଢ଼ିବା ଦିଗରେ ପ୍ରୋତ୍ସାହିତ କରିବା ପାଇଁ ସାତୋଟି ମନ୍ତ୍ର କହିଛନ୍ତି । ସେହି ସାତୋଟି ମନ୍ତ୍ର ମଧ୍ୟରେ ରହିଛି ଗୋଟିଏ ମନ୍ତ୍ର ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି । ସେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶଗୁଡ଼ିକର ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ବାରମ୍ବାର ଗରମ ପାଣି କିମ୍ବା କାଢ଼ାର ସେବନ କରିବା ପାଇଁ କହିଛନ୍ତି ।
ଆୟୂଷ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶ:
୧. ସକାଳେ ୧୦ ଗ୍ରାମ ଅର୍ଥାତ ଗୋଟିଏ ଚାମଚ ଚମନପ୍ରାସ ସେବନ କରନ୍ତୁ । ଯଦି ଆପଣଙ୍କୁ ମଧୁମେହ ଥାଏ ତେବେ ସୁଗର ଫ୍ରି ଚମନପ୍ରାସ ସେବନ କରନ୍ତୁ ।
୨. ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ ।
୩. ତୁଳସୀ, ଡାଳଚିନି, ଗୋଲ ମରିଚ, ଶୁଖିଲା ଅଦାରୁ ପ୍ରସ୍‌୍‌ୁତ ଚା/କାଢ଼ା ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁ ।
ସେହିଭଳି ଏହ ପାଂଚୋଟି ଜିନିଷ ଆପଣଙ୍କ ଇମ୍ୟୁନିଟି ବଢ଼ାଇବାରେ ବେଶ ପ୍ରଭାବକରୀ ହୋଇଥାନ୍ତି :
୧.ଭିଟାମିନ ସି-ଏହା ସବୁଠାରୁ ଅଧିକ ଖଟା ଫଳ ଯେମିତିକି ମୌସମୀ, ଲେମ୍ବୁ, ଷ୍ଟ୍ରବେରୀ, ଜାମୁକୋଳି ଏବଂ ଅଁଳା ଆଦିରେ ରହିଥାଏ । ଏହା ଶରୀରରେ ଶ୍ୱେତ ରକ୍ତ କୋଶିକା ପ୍ରସ୍ତୁତ କରେ ଯାହାକି ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ କରିଥାଏ ।
୨.ହଳଦୀ- ଏହାର ଉପକାରୀତା ସହ ସଭିଏଁ ପରିଚିତ । ଇମ୍ୟୁନିଟି ବଢ଼ାଇବା ପାଇଁ ଏହାର ନିୟମିତ ସେବନ କରିବା ବେଶ ଲାଭଦାୟକ ହୋଇଥାଏ ।
୩. ଅଦା-ଏହା ଏକ ଗରମ ଖାଦ୍ୟ ପଦାର୍ଥ । କଫ ଏବଂ କାଶର ଉପଚାର ପାଇଁ ଏହା ରାମବାଣ ସାବ୍ୟସ୍ତ ହୋଇଥାଏ । ଆପଣ ସିଧାସଳଖ ନ ଖାଇ ପାରିଲେ ମଧ୍ୟ ଏହାକୁ ପନିବରିବା, ଚା, କାଢ଼ା ଆଦିରେ ମଧ୍ୟ ସେବନ କରିପାରିବେ । ଏହା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ ଏବଂ ପୁରୁଣା ଦରଜ ପାଇଁ ମଧ୍ୟ କାମ କରିଥାଏ ।
୪.ରସୁଣ-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏହା ବେଶ ଲାଭଦାୟକ ସାବ୍ୟସ୍ତ ହୋଇଛି । ନ୍ୟାସନାଲ ସେଂଟର ଫର କମ୍ପ୍ଲିମେଂଟାରୀ ଆଣ୍ଡ ଇଂଟିଗ୍ରେଟିଭ ହେଲଥଟ୍ରଷ୍ଟେଡ ଅନୁଯାୟୀ ରସୁଣ ନିମ୍ନ ରକ୍ତ ଚାପ ପାଇଁ ବେଶ ଲାଭଦାୟୀ ହୋଇଥାଏ ଏବଂ ଧମନୀଗୁଡ଼ିକୁ ଶକ୍ତ କରିବାରେ ସହାୟକ ହୋଇଥାଏ । ରସୁଣରେ ଏଲିସିନ୍ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।
୫.ପାଳଙ୍ଗ-ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ । ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ଆଂଟିଅକ୍ସିଡାଂଟଣ୍ଟ ରହିଥାଏ ଯାହା ସଂକ୍ରମଣ ସହ ଲଢ଼ିବରେ ଆମର ପ୍ରତିରକ୍ଷା ପ୍ରଣାଳୀର କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପାଳଙ୍ଗକୁ ହାଲକା ଆଂଚରେ ରୋଷେଇ କରିବା ଆବଶ୍ୟକ । ନଚେତ ଏଥିରେ ରହିଥିବା ପୋଷକ ନଷ୍ଟ ହୋଇଯାଏ ।


Share It

Comments are closed.