ପ୍ରଧାନମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ କାନ୍ଦି ପକାଇଲେ ପୁଅ ଚିରାଗ, ଦେଖନ୍ତୁ ଭିଡିଓ


ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ। ତାଙ୍କୁ ଶେଷ ଦର୍ଶନ କରିବା ସହ ଆଜି ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖର ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ପରିବାର​‌ ଲୋକଙ୍କୁ ସମବେଦନା ଜଣାଇବା ସହ ସାନ୍ତ୍ୱନା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ସେଠାରେ ପହଁଞ୍ଚିଥିଲେ ସେତେବେଳେ ରାମ ବିଳାସ ପାଶୱାନଙ୍କ ପୁଅ ତଥା ଲୋକଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଯେତେବେଳେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିଲେ ଚିରାଗ ହାତ ଯୋଡି ଠିଆ ହୋଇଥିଲେ, କିନ୍ତୁ ତା ପରେ କାନ୍ଦିବାକୁ ଲାଗିଥିଲେ।

ଏହି ସମୟରେ ଚିରାଗଙ୍କୁ ମୋଦି ସାନ୍ତ୍ୱନା ଦେଇ ପିଠି ଥାପୁଡେଇ ଥିଲେ, ଏଭଳି ସେତେବେଳ ପର୍ଯ୍ୟନ୍ତ କରୁଥିଲେ ଯେ ପର୍ଯ୍ୟନ୍ତ ଚିରାଗ ନିଜେ କନଟ୍ରୋଲ ହୋଇନଥିଲେ। ଉଲ୍ଳେଖନୀୟ ଯେ, ପାଶୱାନଙ୍କର ଗୁରୁବାର ପରଲୋକ ହୋଇଛି। ତାଙ୍କର ପାର୍ଥିବ ଶରୀର ମଧ୍ୟାହ୍ନରେ ପାଟନା ଅଣାଯିବ ଓ ଲୋକଜନଶକ୍ତି ପାର୍ଟି କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯିବ। ୧୦ ଅକ୍ଟୋବର ଅର୍ଥାତ ଶନିବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ। ପାଶୱାନ ମୋଦିଙ୍କ କ୍ୟାବିନେଟରେ ଉପଭୋକ୍ତା, ଖାଦ୍ୟ ଓ ସାର୍ବଜନିକ ବିତରଣ ମାମଲାର ମନ୍ତ୍ରୀଥିଲେ। ଅସୁସ୍ଥ ଥିବା କାରଣରୁ ଦିଲ୍ଲୀର ଏକ ପ୍ରାଇଭେଟ୍ ହସ୍ପିଟାଲରେ ଅକ୍ଟୋବର ୩ ତାରିଖରେ ତାଙ୍କର ହାର୍ଟ ଅପରେସନ୍ ହୋଇଥିଲା। ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି।


Share It

Comments are closed.