ମୋଦି ପ୍ରଚାର କରିଥିବା ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି : ସର୍ଭେ


ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସବୁ ଅଞ୍ଚଳ ଗୁଡିକର ପ୍ରଚାର ଦାୟିତ୍ୱ ନିଜ ହାତକୁ ନେଇଥିଲେ ଉକ୍ତ ଅଞ୍ଚଳ ଗୁଡିକ ମଧ୍ୟରୁ ବିଜେପିକୁ ଅଧିକାଂଶ ଜାଗାରେ ପରାଜୟ ସ୍ୱାଦ ଚାଖିବାକୁ ପଡିଛି । ଏକ ସର୍ଭେରୁ ଏହା ଜଣା ପଡିଛି ଯେ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ମୋଦି ଯେଉଁ ସବୁ ଅଞ୍ଚଳ ଗୁଡିକରେ ନିଜ ହାଇ ଭୋଲଟେଜ ପ୍ରଚାର କରିଥିଲେ ସେହି ଅଞ୍ଚଳ ଗୁଡିକ ମଧ୍ୟରୁ ୭୦% ରୁ ଉର୍ଦ୍ଧ ଜାଗାରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି ।
ରିପୋର୍ଟ ଅନୁଯାୟୀ ମୋଦି ୫ଟି ରାଜ୍ୟର ୮୦ଟି ବିଧାନସଭାରେ ୩୦ଟି ହାଇଭୋଲଟେଜ ର‌୍ୟାଲି କରିଥିଲେ । ଯେଉଁଥିରେ ବିଜେପି ମାତ୍ର ୨୩ଟିରେ ବିଜୟ ହାସଲ କରିପାରିଥିବାବେଳେ ଅନ୍ୟ ୫୭ଟି ରେ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ।
ସେପଟେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ମୋଦି ସବୁଠାରୁ ଅଧିକ ଅର୍ଥାତ ୨୨ଟି ର‌୍ୟାଲି କରିଥିଲେ । ଯେଉଁଥିରେ ବିଜେପି ୫୪ଟି ଆସନରୁ ମାତ୍ର ୨୨ଟିରେ ବିଜୟ ହାସଲ କରିପାରିଥିଲା । ଛତିଶଗଡ ମିଜୋରାମ ଏବଂ ତେଲେଙ୍ଗାନାରେ ମୋଦି ୮ଟି ହୋଇଭୋଲଟେଜ ର‌୍ୟାଲି କରିଥିଲେ ।
ଏହି ର‌୍ୟାଲି ଦ୍ୱାରା ମୋଦି ୨୬ଟି ବିଧାନସଭା ମଣ୍ଡଳୀରେ ନିଜର ପ୍ରଚାର କରିଥିବାବେଳେ ସେଥିମଧ୍ୟରୁ ମାତ୍ର ୧ଟି ଆସନ ପାଇବାରେ ବିଜେପି ସଫଳ ହୋଇଥିଲା ।


Share It

Comments are closed.