HRD ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରିଛନ୍ତି ମୋଦୀ ସରକାର, ନୂତନ ଶିକ୍ଷା ନୀତିକୁ ମଧ୍ୟ ମିଳିଲା ଅନୁମୋଦନ


କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ ନାମରେ ନାମକରଣ କରାଯାଇଛି। ବୁଧବାର ଅର୍ଥାତ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ୩୪ ବର୍ଷ ପରେ ନୂତନ ଶିକ୍ଷା ନୀତିକୁ ଅନୁମୋଦନ କରାଯାଇଛି। ଆଜି ଅପରାହ୍ନ ୪ ଟାରେ ଆୟୋଜିତ ହେବାକୁ ଥିବା କ୍ୟାବିନେଟ ସଂକ୍ଷିପ୍ତ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯିବ ବୋଲି କୁହାଯାଇଛି।


ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା ଯେ ମନ୍ତ୍ରଣାଳୟର ବର୍ତ୍ତମାନର ନାମ ଶିକ୍ଷା ମନ୍ତ୍ରଣାଳୟରେ ପରିବର୍ତ୍ତନ କରାଯାଉ। ମୋଦୀ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।


ଉଚ୍ଚଶିକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକକ ନିୟାମକ ସଂସ୍ଥା ‘ନ୍ୟାସନାଲ ହାୟର ଏଜୁକେସନ ରେଗୁଲେଟୋରୀ ଅଥୋରୀଟି (NHERA) କିମ୍ବା ହାଂର ଏଜୁକେସନ କମିସନ ଅଫ ଇଣ୍ଡିଆ ଗଠନ କରିଛି। ଜାତୀୟ ଶିକ୍ଷା ନୀତି ୧୮୮୬ ରେ ପ୍ରସ୍ତୁତ କରାଯାଇଥିଲା ଏବଂ ୧୯୯୨ ରେ କିଛି ପରିବର୍ତ୍ତନ କରାଯାଇଥିଲା। ତିନି ଦଶନ୍ଧି ପରେ ମଧ୍ୟ ଏପର୍ଯୟନ୍ତ କୌଣସି ବଡ଼ ପରିବର୍ତ୍ତନ ହୋଇନଥିଲା ।


Share It

Comments are closed.