୨ ସ୍ମାର୍ଟଫୋନ ସହ ମୋବିଷ୍ଟାରର ଭାରତରେ ପ୍ରବେଶ


ଭିଏତନାମର ସ୍ମାର୍ଟଫୋନ ନିର୍ମାଣକାରୀ କମ୍ପାନୀ ମୋବିଷ୍ଟାର ଏହାର ଦୁଇଟି ନୂଆ ସ୍ମାର୍ଟଫୋନକୁ ଶୁଭାରମ୍ଭ କରାଇବା ସହ ଭାରତୀୟ ବଜାରରେ ମଧ୍ୟ ପ୍ରବେଶ କରିଛି । ମୋବିଷ୍ଟାର ଷ୍ଟାର ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଦୁଇଟି ମଡେଲ ଗୁଡିକ ହେଉଛି “XQ Dual” ଏବଂ “CQ Dual”, ଯାହାରକି ମୂଲ୍ୟ ରହିଛି ୭,୯୯୯ ଟଙ୍କା ଏବଂ ୪,୯୯୯ ଟଙ୍କା ।

XQ Dual-

ଏହି ସ୍ମାର୍ଟଫୋନଟିରେ ୫.୫ଇଞ୍ଚର ଆପିଏସ ଏବଂ ଫୁଲ ଏଚଡି ସ୍କ୍ରିନ ରିସୋଲୁସନ ଥିବା ସହ ୨.୫ ସ୍କ୍ରିନ ସ୍ପୋର୍ଟସ ରହିଛି । ଏହାର ସାମନା ଭାଗରେ ୧୩ ଏମପି ଏବଂ ୮ ଏମପିର ଡୁଆଲ ସେଲଫି କ୍ୟାମେରା ରହିଥିବାବେଳେ ପଛ ଭାଗରେ ୧୩ଏମପିର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟି ଫୁଲ ମେଟାଲ ୟୁନିବଡିରେ ଆସୁଥିବା ବେଳେ ୩ଜିବିର ରାମ ଏବଂ ୩୨ ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।

CQ Dual-

ଏହି ସ୍ମାର୍ଟଫୋନଟିରେ ୨.୭୫ଡି କର୍ଭଡ ଗ୍ଲାସ ଥିବା ୫ ଇଞ୍ଚର ସ୍କ୍ରିନ ରହିଛି । ଏହି ସ୍ମାର୍ଟଫୋନଟିରେ ସେଲଫି ପାଇଁ ୮ ଏମପିର ପଛ କ୍ୟାମେରା ସହ ଅଟୋଫୋକସ ଏବଂ ଏଲଇଡି ଫ୍ଲାସ ରହିଥିବାବେଳେ ସେଲଫି ପାଇଁ ୧୩ ଏମପିର କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନଟିରେ ୨ଜିବି ରାମ ଏବଂ ୧୬ ଜିବିର ଆଭ୍ୟନ୍ତରୀଣ ମେମୋରି ରହଥିବାବେଲେ ଆବଶ୍ୟକ ମୁତାବକ ୧୨୮ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ ।
ଏହି ଉଭୟ ସ୍ମାର୍ଟଫୋନଟିରେ ୪ଜି ଭୋଲଟି ଏବଂ ଭିଲଟି ରହିଥିବାବେଳେ ସ୍ନାପଡ୍ରାଗନ ପ୍ରୋସେସର ରହିଛି । ଏହି ସ୍ମାର୍ଟଫୋନଟି ମେ ୩୦ରୁ ଫ୍ଲିପକାର୍ଟରେ ଉପଲବ୍ଧ ହେଉଥିବା ବେଳେ ମୋବିଷ୍ଟାର ସାରା ଦେଶରେ ୧୦୦୦ଟି ସର୍ଭିସ ଆଉଟଲେଟ ଖୋଲିଛି


Share It

Comments are closed.