ଏମ୍‌ଏସ୍‌ଟିସି-ପିଏଏମ୍‌ପି ପକ୍ଷରୁ ଭୁବନେଶ୍ୱରରେ ପ୍ରଥମ ସ୍ୱତନ୍ତ୍ର ଷ୍ଟୋର୍‌ର ଶୁଭାରମ୍ଭ, ଆଣିଛି ୨୪ କ୍ୟାରେଟ୍‌, ୯୯.୯୯% ବିଶୁଦ୍ଧ ସୁନା ଓ ରୁପା ସମ୍ଭାର

Share It

– ନିରବଚ୍ଛିନ୍ନ ସ୍ୱିସ୍ ଉତ୍କର୍ଷ ଓ ମେଡ୍ ଇନ୍ ଇଣ୍ଡିଆ ସହିତ ଗ୍ରାହକଙ୍କ ସାମଗ୍ରିକ ଯାତ୍ରାରେ ଉନ୍ନତି ଆଣିବା ଏବଂ ଜାତୀୟ ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ରହିଥିବା ମିସନ୍‌ରେ ଭୁବନେଶ୍ୱରକୁ ସାମିଲ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
– ଏମଏମ୍‌ଟିସି-ପିଏଏମ୍‌ପିର ସୁନା (୨୪ କ୍ୟାରେଟ୍‌) ଓ ରୁପା (୯୯.୯୯%+) ବିଶୁଦ୍ଧ ମାନକରେ ଅଗ୍ରଣୀ
– ଗ୍ରାହକମାନେ ପୁରୁଣା ସୁନାର ମୂଲ୍ୟାଙ୍କନ କରିବା ଏବଂ ଏମଏମଟିସି-ପିଏଏମପିର ସ୍ୱଚ୍ଛ ପ୍ରକ୍ରିୟାରେ ବିକ୍ରି କରିବାର ସୁଯୋଗ ପାଇପାରିବେ ଯାହା ଏହାର ପ୍ରକୃତ ମୂଲ୍ୟ ପ୍ରଦାନ କରିବାର ଗ୍ୟାରେଂଟି ଦେଉଛି

ଭୁବନେଶ୍ୱର: ଭାରତର ଏକମାତ୍ର ଏଲ୍‌ବିଏମ୍‌ଏ-ମାନ୍ୟତାପ୍ରାପ୍ତ ଏବଂ ଗୁଡ୍ ଡେଲିଭେରି ସୁନା ଓ ରୂପା ଶୁଦ୍ଧିକରଣ କେନ୍ଦ୍ର ଏମଏମ୍‌ଟିସି-ପିଏଏମ୍‌ପି ଭୁବନେଶ୍ୱରରେ ନିଜର ଉପସ୍ଥିତି ସମ୍ପ୍ରସାରଣ କରିଛି। ସୁନା ଓ ରୂପା ପ୍ରତି ଏହି ସହରର ସାଂସ୍କୃତିକ ଆକର୍ଷଣକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ପ୍ରଥମ ‘ପ୍ୟୁରିଟି ଭେରିଫିକେସନ୍ ସେଂଟର (ପିଭିସି)’ର ଶୁଭାରମ୍ଭ କରିଛି, ଯାହା ଅତୁଳନୀୟ ବିଶ୍ୱାସ, ଶୁଦ୍ଧତା ଏବଂ ପ୍ରାମାଣିକତାର ପ୍ରତିଶ୍ରୁତିକୁ ଦୃଢ଼ କରୁଛି। ଏହି ପଦକ୍ଷେପ ଗ୍ରାହକଙ୍କୁ ୯୯.୯୯%+ ଶୁଦ୍ଧ ସୁନା (୨୪ କ୍ୟାରେଟ୍‌) ଓ ରୂପା ଉତ୍ପାଦର ବିସ୍ତୃତ ପରିସର ପ୍ରଦାନ କରି ଗ୍ରାହକ ଅନୁଭୂତିକୁ ଉନ୍ନତ କରିବ। ଏମ୍‌ଏମ୍‌ଟିସି-ପିଏଏମ୍‌ପିର ଭୁବନେଶ୍ୱରରେ ଆଗମନ ସୁଇସ୍ କାରିଗରି ପ୍ରତିଶ୍ରୁତି ସହିତ ସର୍ବୋଚ୍ଚ ଗୁଣବତାର ସୁନା ଓ ରୂପା ଉତ୍ପାଦ ପ୍ରତି ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବ।
ଏମ୍‌ଏମ୍‌ଟିସି-ପିଏଏମ୍‌ପି ଶୁଦ୍ଧ ସୁନା ଓ ରୂପା ମୁଦ୍ରା ଓ ବାର୍‌ର ଏକ ଅନନ୍ୟ ସଂଗ୍ରହ ପ୍ରଦାନ କରିବ ଯାହା କ୍ଲାସିକ୍‌, ଧାର୍ମିକ, ସଂଗ୍ରହଣୀୟ ଏବଂ ଉପହାର ସାମଗ୍ରୀ ଭଳି ବିଭିନ୍ନ ବର୍ଗକୁ ଅନ୍ତର୍ଭୁକ୍ତ କରିବ। ଏଥିସହ ଗ୍ରାହକମାନେ ନିଜର ପୁରୁଣା ସୁନା ଓ ରୂପା ବିଶେଷଜ୍ଞ ଦ୍ୱାରା ମୂଲ୍ୟାଙ୍କନ କରାଇ ଏମ୍‌ଏମ୍‌ଟିସି-ପିଏଏମ୍‌ପିର କ୍ରୟ ସେବା ମାଧ୍ୟମରେ ବିକ୍ରୟ କରିବାର ସୁଯୋଗ ପାଇପାରିବେ। କମ୍ପାନୀର ସ୍ୱଚ୍ଛ ପ୍ରକ୍ରିୟା ଗ୍ରାହକଙ୍କୁ ନିଜର ମୂଲ୍ୟବାନ ଧାତୁର ପ୍ରକୃତ ମୂଲ୍ୟ ନିର୍ଣ୍ଣୟରେ ସର୍ବୋଚ୍ଚ ସଠିକତା ନିଶ୍ଚିତ ଚରୁଛି। ଏହି ମୂଲ୍ୟାଙ୍କନ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ଜର୍ମାନୀର ଅତ୍ୟାଧୁନିକ ପ୍ରଯୁକ୍ତି ଓ ସଫ୍ଟୱେର ଦ୍ୱାରା ସମ୍ପନ୍ନ ଯାହା ପାରମ୍ପରିକ ଟଚ୍‌ଷ୍ଟୋନ୍ ପଦ୍ଧତିରେ ହୋଇଥିବା ମୂଲ୍ୟହାନି ବିନା ସର୍ବୋଚ୍ଚ ସଠିକତା ନିଶ୍ଚିତ କରୁଛି।
ଭୁବନେଶ୍ୱର ଷ୍ଟୋର୍ ଠିକଣା: ଗ୍ରାଉଣ୍ଡ ଫ୍ଲୋର, ପ୍ଲଟ୍ ନଂ ୨ସି, ଜନପଥ, ୟୁନିଟ-୩, ଖାରବେଳ ନଗର, ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା-୭୫୧୦୦୧
ଏହି ଅବସରରେ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ସିଇଓ ଶ୍ରୀ ସାମିତ ଗୁହା କହିଛନ୍ତି ଯେ, “ଭୁବନେଶ୍ୱରରେ ଆମର ପ୍ରଥମ ଏକ୍ସକ୍ଲୁସିଭ୍ ପ୍ୟୁରିଟି ଭେରିଫିକେସନ୍ ସେଂଟର ଖୋଲିଥିବାରୁ ଖୁସି ଅନୁଭବ କରୁଛୁ। ଏହି ସମ୍ପ୍ରସାରଣ ଏମ୍‌ଏମ୍‌ଟିସି-ପିଏଏମ୍‌ପିର ଭାରତ ବ୍ୟାପୀ ଆମର ମୂଲ୍ୟବାନ ଗ୍ରାହକଙ୍କୁ ସେବା ପ୍ରଦାନ କରିବାର ଲକ୍ଷ୍ୟ ସହିତ ସମନ୍ୱିତ ଏବଂ ଆମ ପୂର୍ବ ଭାରତର ରଣନୀତିକ ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆମ ପିଭିସିଗୁଡିକ ଗ୍ରାହକ ବିଶ୍ୱାସ ଓ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଇ ପରିକଳ୍ପନା କରାଯାଇଛି ଯାହା ଅତୁଳନୀୟ ସ୍ୱଚ୍ଛତା ଓ ସଠିକତା ପୃଷ୍ଠଭୂମିରେ ଏକ ସୁଗମ ଷ୍ଟୋର୍ ଭିତର ଅନୁଭୂତି ପ୍ରଦାନ କରୁଛି।। ଭାରତର ଏକମାତ୍ର ଏଲ୍‌ବିଏମ୍‌ଏ-ମାନ୍ୟତାପ୍ରାପ୍ତ ଗୁଡ୍ ଡେଲିଭେରି ସୁନା ଓ ରୂପା ଶୁଦ୍ଧିକରଣ କେନ୍ଦ୍ର ଭାବେ ଆମେ ଆମ ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ମାନଦଣ୍ଡର ଶୁଦ୍ଧତା ଓ ସୁଇଜ୍ କାରିଗରୀ ଆଣିଥିବାରୁ ଗର୍ବିତ। ଭୁବନେଶ୍ୱରରେ ଆମର ଉପସ୍ଥିତି ଉତ୍କୃଷ୍ଟତା ପ୍ରଦାନ ଏବଂ ମୂଲ୍ୟବାନ ଧାତୁର ବ୍ୟବସ୍ଥାରେ ଆମର ନେତୃତ୍ୱ ସ୍ଥାୟୀ କରିବାର ପ୍ରତିବଦ୍ଧତାକୁ ଦୃଢ଼ କରୁଛି।’’
୨୦୦୮ ରେ ସ୍ଥାପିତ ଏମ୍‌ଏମ୍‌ଟିସି-ପିଏଏମ୍‌ପି ଭାରତର ଏକମାତ୍ର ସମ୍ପୂର୍ଣ୍ଣ ସମନ୍ୱିତ ମୂଲ୍ୟବାନ ଧାତୁ ବ୍ୟବସ୍ଥା ଗଠନ କରିଛି, ଯେଉଁଥିରେ ରହିଛି ଡିଜିଟାଲ୍ ସୁନା ଓ ରୂପା, ବୁଲିଅନ୍ (ସୁନା ଓ ରୂପା), ମିଟେଂଡ୍ କଏନ୍ (ସୁନା ଓ ରୂପା), ବାଏବ୍ୟାକ୍ ଏବଂ ପୁରାତନ ସୁନା ରିସାଇକ୍ଲିଂ। ଏମ୍‌ଏମ୍‌ଟିସି-ପିଏଏମ୍‌ପି ପୂର୍ବରୁ ଭାରତର ଡିଜିଟାଲ୍ ସୁନା ବଜାରରେ ଅଗ୍ରଣୀ ଏବଂ ସାରା ଦେଶରେ ଏହାର ଏକ ଦୃଢ଼ ଗ୍ରାହକ ଆଧାର ରହିଛି।
ଏମ୍‌ଏମ୍‌ଟିସି-ପିଏଏମ୍‌ପି ଏକ ମହତ୍ୱକାଂକ୍ଷୀ ଲକ୍ଷ୍ୟ ରଖିଛି। ତାହା ହେଉଛି ଦେଶବ୍ୟାପୀ ଉପସ୍ଥିତି ଦୃଢ଼ କରିବା ଏବଂ ଗ୍ରାହକଙ୍କୁ ଏକ ସୁଗମ ଅନୁଭୂତି ପ୍ରଦାନ କରିବା। କମ୍ପାନି ମୂଲ୍ୟବାନ ଧାତୁ ବଜାରରେ ନିଜର ଉପସ୍ଥିତି ଆହୁରି ଶକ୍ତିଶାଳୀ କରିବାକୁ ଆଗ୍ରହୀ। ଏମ୍‌ଏମ୍‌ଟିସି-ପିଏଏମ୍‌ପି ଦିଲ୍ଲୀ, ଗାଜିଆବାଦ୍‌, ନୋଇଡା ଏବଂ ଲୁଧିଆନାରେ ନୂତନ କେନ୍ଦ୍ର ଉଦଘାଟନ କରିଛି ଯାହା ବିଶ୍ୱସ୍ତ ଏବଂ ଶୁଦ୍ଧ ମୂଲ୍ୟବାନ ଧାତୁ ଉତ୍ପାଦ ସନ୍ଧାନ କରୁଥିବା ଗ୍ରାହକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି।
ଏମ୍‌ଏମ୍‌ଟିସି-ପିଏଏମ୍‌ପି ଉଚ୍ଚ ଗୁଣବତା, ସାଂସ୍କୃତିକ ଭାବେ ବିବିଧତାପୂର୍ଣ୍ଣ ଉତ୍ପାଦ ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତା ପାଇଁ ଜଣାଶୁଣା ଏବଂ ଏହାକୁ ସୁନା ଓ ରୂପା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକତା ପାଇଁ ୱାନ୍‌-ଷ୍ଟପ୍ ଶପ୍‌ରେ ପରିଣତ କରିଛି। ଏମଏମଟିସି-ପିଏଏମ୍‌ପି ଦ୍ୱାରା ନିର୍ମିତ ପ୍ରତ୍ୟେକ ଉତ୍ପାଦ ୯୯୯.୯+ ଶୁଦ୍ଧତା ନିଶ୍ଚିତ କରିବା ପାଇଁ ଏକ କଠୋର ଶୁଦ୍ଧିକରଣ ପ୍ରକ୍ରିୟା ଦେଇ ଗତି କରୁଛି। ଉତ୍ପାଦର ପ୍ରାମାଣିକତା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଏମ୍‌ଏମ୍‌ଟିସି-ପିଏଏମ୍‌ପି ଉତ୍ପାଦରେ ଏକ ଅନନ୍ୟ ନମ୍ବର ଥାଏ ଏବଂ ଏହା ଏକ ଆସେସର ପ୍ରମାଣିତ ସର୍ଟିକାର୍ଡ୍ ସହିତ ଆସୁଛି। ଏମ୍‌ଏମ୍‌ଟିସି-ପିଏଏମ୍‌ପି ଠାରୁ କିଣାଯାଇଥିବା ପ୍ରତ୍ୟେକ ସୁନା ଓ ରୂପା ଉତ୍ପାଦରେ ପଜିଟିଭ୍ ୱେଟ୍ ଟଲେରାନ୍ସ ଥାଏ ଯାହା ନିଶ୍ଚିତ କରେ ଯେ ଆପଣ କିଣୁଥିବା ପ୍ରତ୍ୟେକ ମୁଦ୍ରା କିମ୍ବା ବାର୍ ଲିଖିତ ଓଜନ ଠାରୁ ଅଧିକ ଓଜନର ହେବ। ଫଳରେ ଗ୍ରାହକଙ୍କୁ ସେମାନଙ୍କ ବିନିଯୋଗ ପାଇଁ ସର୍ବୋଚ୍ଚ ମୂଲ୍ୟ ମିଳିଥାଏ।


Share It

Comments are closed.