ବିଜେପିରୁ ନିଲମ୍ବିତ ହେଲେ ବିଧାୟକ ‘କୁଲଦୀପ ସିଂହ ସେଙ୍ଗର’


ଉନାୱା ଦୁଷ୍କର୍ମ ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ ‘କୁଲଦୀପ ସିଂହ ସେଙ୍ଗର’ଙ୍କୁ ଆଜି ବିଜେପି ଦଳରୁ ତାଙ୍କୁ ନିଲମ୍ବିତ କରିଛି । କୁଲଦୀପ ଉନାଓ ଜିଲ୍ଲା ବାଙ୍ଗରାମୁ ନିର୍ବାଚନ ମଣ୍ଡଳୀର ବିଧାୟକ ଥିବାବେଳେ ସେ ବର୍ତ୍ତମାନ ଉତ୍ତର ପ୍ରଦେଶର ସୀତାପୁର ଜେଲରେ କେଏଦ ଅଛନ୍ତି ।
ଅନ୍ୟପଟେ ସଡକ ଦୁର୍ଘଟଣାରେ ଆହତ ପୀଡିତା ଏବଂ ତାଙ୍କ ଓକିଲଙ୍କ ଅବସ୍ଥା ବର୍ତ୍ତମାନ ଗମ୍ଭୀର ଥିବାବେଳେ ଉଭୟ ବର୍ତ୍ତମାନ ଲକ୍ଷେ୍ନøର କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଆଜି ହସ୍ପିଟାଲର ଡାକ୍ତର ଏହି ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଉଭୟ ସ୍ୱାସ୍ଥ୍ୟବସ୍ଥା ଖୁବ ଜଟିଳ ରହିଛି ଏବଂ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି ।
ସିବିଆଇ ବୁଧବାର ଦିନ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ସମେତ ଅନ୍ୟ ୧୦ ଜଣଙ୍କ ନାମରେ ଏକ ମାମଲା ରୁଜୁ କରିଛି । ଏହା ଛଡା ଯାଞ୍ଚ ଏଜେନ୍ସି ପକ୍ଷରୁ କୁଲଦୀପଙ୍କ ସମେତ ଉକ୍ତ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ପାଇଁ ପ୍ରୟାସ ଭଳି ଅନେକ ମାମଲା ରୁଜୁ ମଧ୍ୟ କରିଛି । ବର୍ତ୍ତମାନ ସିବିଆଇ ଉନାୱା ଦୁଷ୍କର୍ମ ମାମଲା ସହିତ ଏହି ସଡକ ଦୁର୍ଘଟଣା ଉପରେ ମଦ୍ୟ ଖୋଳତାଡ ଚଲାଇଛି ।


Share It

Comments are closed.