‘ଏମଆଇଟି’ର ଦାବୀ, ଯଦି ଟୀକା ଆବିଷ୍କାର ନହୁଏ ତେବେ ଭାରତରେ ୨୦୨୧ରୁ ପ୍ରତ୍ୟେକ ଦିନ ୨.୮୭ ଲକ୍ଷ ନୂଆ ମାମଲା ଆସିବ ସାମନାକୁ


ମୋସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଅନୁସନ୍ଧାନ ଅନୁଯାୟୀ, କରୋନା ଭାଇରସର ସବୁଠାରୁ ଖରାପସ୍ଥିତ ବର୍ତ୍ତମାନ ଆସିବାର ଅଛି । ଭାରତରେ ମଧ୍ୟ କରୋନା ଭ୍ୟାକସିନ କିମ୍ବା ଔଷଧ ବିନା ଆଗାମୀ ମାସରେ କୋଭିଡ-୧୯ ମାମଲାରେ ଖୁବ ଭୟଙ୍କର ସ୍ଥିତି ଦେଖିବାକୁ ମିଳିପାରେ । ଅନୁସନ୍ଧାନ ଅନୁଯାୟୀ, ୨୦୨୧ ଶେଷ ସୁଧା ପ୍ରତ୍ୟେକ ଦିନ ୨.୮୭ ହଜାର ନୂଆ ମାମଲା ସହ ଭାରତ ବିଶ୍ୱ ସର୍ବାଧିକ ପ୍ରଭାଭିତ ଦେଶ ହୋଇପାରେ ।
ଏମଆଇଟିର ସ୍ଲୋନ ସ୍କୁଲ ଅଫ ମ୍ୟାନେଜମେଣ୍ଟର ହାଜି ରହମାନନ୍ଦ, ଟିଆଇ ଲିମ ଏବଂ ଜନ ଷ୍ଟେରମ୍ୟାନ ଦ୍ୱାରା ଆୟୋଜିତ ଅଧ୍ୟୟନରେ କୁହାଯାଇଛି ଯେ, ପ୍ରତିଦିନ ଆମେରିକାରେ ୯୫,୪୦୦, ଦକ୍ଷିଣ ଆଫ୍ରିକାରେ ୨୦,୬୦୦, ଇରାନରେ ୧୨,୦୦୦, ଇଣ୍ଡୋନେସିଆରେ ୧୩,୨୦୦, ବ୍ରିଟେନରେ ୪,୨୦୦, ନାଇଜେରିଆରେ ୪୦୦୦ ମାମଲା ସାମନାକୁ ଆସିବ ।
ଅଧ୍ୟୟନ ଅନୁଯାୟୀ, ଚିକିତ୍ସା ପାଇଁ ଟୀକାକରଣ ଅଭାବରୁ ୮୪ ଦେଶରେ ୨୦୨୧୨୪୯ ମିଲିୟମ (୨୪.୯ କୋଟି ) ନୂଆ ମାମଲା ଏବଂ ୧୭.୫ ଲକ୍ଷ ମୃତ୍ୟୁ ମାମଲା ସାମନାକୁ ଆସିପାରେ । ଏହା ସହ ଆହୁରୀ ମଧ୍ୟ କୁହାଯାଇଛି ଯେ, ସାମାଜିକ ଦୂରତ୍ୱର ମହତ୍ୱକୁ ଦୋହରା ଯାଇଛି । ଭବିଷ୍ୟତରେ କରୋନା ଭାଇରସ ସଂକ୍ରମଣର ଏହି ସଂଖ୍ୟା ଟେଷ୍ଟିଙ୍ଗ ଉପରେ ନୁହେଁ ବରଂ ସଂକ୍ରମଣକୁ ହ୍ରାସ କରିବା ପାଇଁ ସରକାର ଏବଂ ସାଧାରଣ ଜନତାଙ୍କ ଇଚ୍ଛା ଶକ୍ତି ଆଧାର ବୋଲି କୁହାଯାଇଛି ।
ଏମଆଇଟିର ଗବେଷକ, ସଂଖ୍ୟାର ଭବିଷ୍ୟବାଣୀ କରିବା ପାଇଁ ଏସଇଆଇଆର(ଝଙ୍କଗ୍ଦମରକ୍ଟ୍ରଗ୍ଧସଭକ୍ଷର, ଋଙ୍ଘକ୍ଟ୍ରକ୍ଟଗ୍ଦରୟ, ଓଦ୍ଭଲରମଗ୍ଧସକ୍ଟଙ୍କଗ୍ଦ, ଜରମକ୍ଟଙ୍ଖରକ୍ସରୟ) ମଡେଲର ବ୍ୟବହାର କରିଛନ୍ତି । ଏସଇଆଇଆର ଏକ ମାନକ ଗାଣିତିକ ମଡେଲ, ଯାହାର ଉପଯୋଗ ମହାମାର ବୈଜ୍ଞାନିକଙ୍କ ଦ୍ୱାରା ବିଶ୍ଳେଷଣ ପାଇଁ କରାଯାଉଛି । ଅଧ୍ୟୟନ ତିନୋଟି କାରକରେ ଦେଖାଯାଏ । ପ୍ରଥମ, ବର୍ତ୍ତମାନ ପରୀକ୍ଷଣ ଦର ଏବଂ ପ୍ରତିକ୍ରିୟା । ଦ୍ୱିତୀୟ, ଯଦି ଟେଷ୍ଟିଙ୍ଗ ୧ ଜୁଲାଇରୁ ପ୍ରତିଦିନ ୦.୧ ପ୍ରତିଶତ ବଢେ । ତୃତୀୟ, ଏବଂ ଟେଷ୍ଟିଙ୍ଗ ତଥ୍ୟ ସାମ୍ପ୍ରତିକ ସ୍ଥିତିରେ ରହିଥାଏ, ଜଣେ ବ୍ୟକ୍ତିଙ୍କ ଠାରୁ ସଂକ୍ରମଣ କରାଇବା ହାର ଆଠ ରହିଥାଏ ।
ଏମଆଇଟିର ଏହି ଅଧ୍ୟୟନ ୮୪ ଦେଶଙ୍କ ଉପରେ ଆଧାରିତ , ଯେଉଁଠାରେ ବିଶ୍ୱର ୬୦ ପ୍ରତିଶତ ଜନସଂଖ୍ୟା ସାମିଲ ରହିଛନ୍ତି ।
ଜନ୍ସ ହମ୍ପକିଙ୍ଗ ବିଶ୍ୱ ବିଦ୍ୟାଳୟ ଅନୁଯାୟୀ, ସାରା ବିଶ୍ୱରେ ବର୍ତ୍ତମାନ କରୋନା ମାମଲା ୧୧.୭ ମିଲିୟନରେ ଆସି ପହଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ୫୪୩,୦୦୦ ।


Share It

Comments are closed.