ପରଫ୍ୟୁମ୍‌ ଲଗାଇବା ବେଳେ ଆପଣ ମଧ୍ୟ କରୁନାହାନ୍ତି ତ ଏପରି ଭୁଲ୍‌ ?


ସାଧାରଣତଃ ସମସ୍ତେ ଦିନରେ ତିନିରୁ ଚାରିଥର ପରଫ୍ୟୁମ୍‌ ବ୍ୟବାହ କରନ୍ତି । ଏହା ପରେ ଏହାର ସୁଗନ୍ଧ ଆପଣଙ୍କ ଶରୀରରୁ ଚାଲିଯାଏ ।ଏମିତି କାହିଁକି ହୁଏ ଆପଣ ଜାଣନ୍ତି କି। ପ୍ରକୃତରେ ଏହାକୁ ସଠିକ୍ ଭାବରେ ବ୍ୟବହାର ନକରିବା ଯୋଗୁଁ ଏମିତି ହିଁ ହୁଏ। ଆଜି ଆମେ ଆପଣଙ୍କୁ କହିବୁ କିପରି ପରଫ୍ୟୁମ୍‌ ବ୍ୟବହାର କରାଯାଏ। ଯେଉଁଥିପାଇଁ ଏହାର ବାସନା ଦୀର୍ଘ ସମୟ ଧରି ରହିବ ।

-ଲୋକମାନେ ନିଜ ଶରୀରର ଦୁର୍ଗନ୍ଧ ଦୂର କରିବା ପାଇଁ ପରଫ୍ୟୁମ ଲଗାନ୍ତି । କାହିଁକି ନା ଏହାକୁ ଅନେକ ଲୋକ ଭଲ ପାଆନ୍ତି । ଆସନ୍ତୁ ଜାଣିବା ଫରଫ୍ୟୁମ୍‌ କିପରି ବ୍ୟବହାର କରାଯାଏ ।

-ଆପଣ ପଲ୍ସ ପଏଣ୍ଟରେ ଫରମ୍ୟୁମ୍‌ ଲଗାଇ ପାରିବେ । ଯେଉଁଠାରେ ଆପଣଙ୍କ ଚର୍ମର ନିକଟତମ, ଯେପରିକି ହାତଗୋଡ, କାନ୍ଧ, ଏବଂ ବେକ ପଛରେ ଲଗାନ୍ତୁ । ହାଲୁକା ଭାବରେ ଡାବ୍ କିମ୍ବା ସ୍ପ୍ରେ କରିବା ବେଳେ ୨୦ ସେମି ଦୂରରୁ କରନ୍ତୁ । ଏହା କରିବା ଦ୍ୱାରା ଏହାର ସୁଗନ୍ଧ ରହିବ ।

-ଶୁଖିଲା ଚର୍ମରେ କଦାପି ପରଫ୍ୟୁମ୍‌ ବ୍ୟବହାର କରନ୍ତୁ ନାହିଁ । ଯଦିଓ ଆପଣ ଏହା କରନ୍ତି, ଏହାର ପ୍ରଭାବ ଶୀଘ୍ର ଶେଷ ହୁଏ । ତେଣୁ,ପରଫ୍ୟୁମ ଲଗାଇବା ପୂର୍ବରୁ ନିଶ୍ଚିତ ଭାବରେ ସେହି ସ୍ଥାନକୁ ଓଦା ରଖନ୍ତୁ।

-ପୋଷାକ ଉପରେ ସର୍ବଦା ଫରଫ୍ୟୁମ୍‌ ଲଗାନ୍ତୁ, ଏହାର ବାସନା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । ଏଥି ସହିତ, ମନେରଖନ୍ତୁ ଯେ ଏହି କାରଣରୁ ପୋଷାକ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଛି।


Share It

Comments are closed.