ଜୀବନ ସହ ଜଡ଼ିତ ସମସ୍ୟା ଦୂର କରିଥାଏ ରୁଟି, ଜାଣନ୍ତୁ କିଭଳି


ଆମେ ସମସ୍ତେ ପ୍ରତିଦିନ ରୁଟି ଖାଇଥାଉ | କିନ୍ତୁ ଏହାକୁ ଦାନ କରିବା ଦ୍ୱାରା ଜୀବନରେ ସଫଳତା ଏବଂ ସମୃଦ୍ଧତା ମଧ୍ୟ ଆସିଥାଏ | ଆଜି ଆମେ ଆପଣଙ୍କୁ ଏପରି ଜ୍ୟୋତିଷ ଶାସ୍ତ୍ର କହିବାକୁ ଯାଉଛୁ ଯାହା ରୋଟି ସହିତ ଜଡିତ |

ରୁଟି ଦ୍ୱାରା ବହୁ ସମସ୍ୟା ମଧ୍ୟ ଦୂର ହୋଇଥାଏ। ରୁଟିର ଏପରି କିଛି ବ୍ୟବହାର ବିଷୟରେ ଜାଣନ୍ତୁ ଯାହା ଆମର ବହୁ ସମସ୍ୟାକୁ ଦୂର କରିଥାଏ। ଜାତକରେ ରାହୁ ଓ କେତୁ ସମସ୍ୟା ଥିଲେ, ରାତିରେ ଖାଦ୍ୟ ଖାଇବା ପରେ ବଳିଥିବା ଶେଷ ରୁଟିରେ ସୋରିଷ ତେଲ ଲଗାଇ କଳା କୁକୁର ଖାଇବାକୁ ଦେଲେ ଏହି ସମସ୍ୟାରୁ ମୁକ୍ତ ମିଳିଥାଏ। ଏପରି ନିୟମିତ ୧୫ ଦିନ କରିବା ଉଚିତ।

ପିତୃଦୋଷରୁ ମୁକ୍ତି ପାଇବାକୁ ହେଲେ ଅମାବାସ୍ୟା ଦିନ ରୁଟି ଓ କ୍ଷୀରି ପ୍ରସ୍ତୁତ କରି କାଉକୁ ଖାଇବାକୁ ଦେଲେ, ଏହି ସମସ୍ୟା ଦୂର ହୋଇଥାଏ। ରୁଟି ସହ କିଛି ଚିନି ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦେଲେ ଜୀବନରୁ ଅସଫଳତା ଦୂରେଇ ଯାଏ ଓ ସଫଳତା ମିଳିଥାଏ।
ନିୟମିତ ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦେଲେ ଶାଶୁ ବୋହୂ ସଂପର୍କର ତିକ୍ତତା ଦୂର ହୋଇଥାଏ।

ନିୟମିତ ଘରେ ରୁଟି ପ୍ରସ୍ତୁତ ହେବା ସମୟରେ ପ୍ରଥମ ରୁଟି ଗାଈ ପାଇଁ ଏବଂ ଶେଷ ରୁଟି କୁକୁର ପାଇଁ ପ୍ରସ୍ତୁତ କରିବା ଉଚିତ। ପ୍ରତିଦିନ ସକାଳେ ଗାଈ ଓ କୁକୁରକୁ ସେହି ରୁଟି ଦେବା ଆବଶ୍ୟକ। ଏପରି କରିବା ଦ୍ୱାରା ପରିବାର ମଧ୍ୟରେ କଳହ ହୋଇନଥାଏ।


Share It

Comments are closed.