ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ଧର୍ଯ୍ୟର ସହ ମୁକାବିଲା କରିବାକୁ ନିବେଦନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନକୁ ଧର୍ଯ୍ୟର ସହ ମୁକାବିଲା କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇିଁ ଅପିଲ୍ କରିଛନ୍ତି। ରାଜ୍ୟରେ ଏବେ ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକୀୟ ଖାଦ୍ୟପଦାର୍ଥ ମହଜୁଦ ରହିଛି। ତେଣୁ କେହି ବ୍ୟତିବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ସେହିପରି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଏବେ କଳାବଜାରୀ ନକରି ମଣିଷତ୍ୱର ପରିଚୟ ଦେବାର ସମୟ । ସେହିପରି ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ନିଜ ବ୍ଲକରେ ଆବେଦନ କରିବା ପାଇଁ ସେ କହିଛନ୍ତି । ଏହା ସହିତ ସେ ବିପଦ ସମୟରେ ସମସ୍ତ ସଙ୍ଗଠନକୁ ଆଗେଇଆସିବାକୁ ସେ ନିବେଦନ ମଧ୍ୟ କରିଛନ୍ତି।

କରୋନା ମୁକାବିଲା ପାଇଁ ରାଜ୍ୟ ମନ୍ତ୍ରୀ ସ୍ତରୀୟ ବୈଠକରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ଟ୍ରେନିଂ ଓ ଚିକିତ୍ସା ବ୍ୟବସ୍ଥା ବଢ଼ାଇବା ଉପରେ ଆଲୋଚନା ମଧ୍ୟ ହୋଇଛି । ଗୋଷ୍ଠୀ ସ୍ତରରେ କରୋନା ମୁକାବିଲା ପାଇଁ କିଭଳି ଅଧିକ ମ୍ୟାନ ପାୱାର ନିୟୋଜିତ ହୋଇପାରିବେ ସେନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଅଙ୍ଗନୱାଡି, ଆଶାକର୍ମୀ, ଏଏନଏମ ଓ ଡାକ୍ତରମାନଙ୍କୁ ଅଧିକ ସଂଖ୍ୟାରେ ତାଲିମ ପାଇଁ ଗୁରୁତ୍ୱ ଦିଆଯାଇଛି ।


Share It

Comments are closed.