ଆକ୍ସନ ମୁଡରେ ମନ୍ତ୍ରୀ ‘ରାଜା ସ୍ୱାଇଁ’


ନବୀନଙ୍କ 3-Ts ଫର୍ମୁଲା ପଥରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଏଥିପାଇଁ ଜନତାଙ୍କ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଏକ ଏକୀକୃତ ଅଭିଯୋଗ ନମ୍ବର କାର୍ଯ୍ୟକାରୀ କରାଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ‘ରଣେନ୍ଦ୍ର ପ୍ରତାପ ସ୍ୱାଇଁ’ ଟ୍ୱିଟର ମାଧ୍ୟମରେ ନିଜେ ଏହି ସଂପର୍କରେ ସୂଚନା ଦେଇଛନ୍ତି ।
ଏ ସଂପର୍କରେ ସୂଚନା ଦେଇ ରଣେନ୍ଦ୍ର କହିଛନ୍ତି ଯେ, “ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅନଲାଇନ ଅଭିଯୋଗ ନମ୍ବର ପରି ଏକ ଏକୀକୃତ ଅଭିଯୋଗ ପ୍ରଶମନ ବ୍ୟବସ୍ଥା କାର‌୍ୟ୍ୟକାରୀ କରିଛି। ଏହା ଦ୍ଵାରା ଲୋକମାନେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧୀୟ ଅଭିଯୋଗ ସହଜରେ ପଞ୍ଜୀକରଣ କରିପାରୁଛନ୍ତି।”


ଏହାର ମୂଳ ଲକ୍ଷ୍ୟ ହେଲା ସରକାର ଏବଂ ଜନତାଙ୍କ ମଧ୍ୟରେ ଯୋଗାଯୋଗକୁ ସହଜ ଓ ସୁଗମ କରିବା । ବିଭିନ୍ନ ମାଧ୍ୟମରୁ ଅଭିଯୋଗ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରିତ କରିବା ସହ ଜନତାଙ୍କ ନିକଟରୁ ଆସୁଥିବା ପ୍ରତ୍ୟେକ ଅଭିଯୋଗ ଉପରେ ନଜର ରଖିବା ହେଉଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମୁଖ୍ୟ ପ୍ରସଙ୍ଗ ବୋଲି ବିଭାଗୀୟ ମନ୍ତ୍ରୀ ‘ରଣେନ୍ଦ୍ର ପ୍ରତାପ ସ୍ୱାଇଁ’ କହିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି, ବର୍ତ୍ତମାନ ନବୀନ ସରକାରଙ୍କ ପଞ୍ଚମ ପାଳିରେ ଅଧିକ ଆକ୍ଟିଭ୍ ମୋଡ୍ ଆପଣାଇଛନ୍ତି । ତେଣୁ ବିଭିନ୍ନ ବିଭାଗରେ କିଭଳି ଅନିୟମିତତା ନହୁଏ ଏବଂ ଜନତାଙ୍କ ପାଖରେ ସବୁ ବିଭାଗର ପର‌୍ୟ୍ୟାପ୍ତ ସୁବିଧା ଜନତା କିଭଳି ପାଇବେ ସେନେଇ ମନ୍ତ୍ରୀ ମାନଙ୍କୁ ବାରମ୍ବାର ରିପୋର୍ଟ ମାଗୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନରେ ବଣ୍ଟନ କରାଯାଉଥିବା ଖାଦ୍ୟ ସାମଗ୍ରୀକୁ ବିନା କୌଣସି ବାଧାରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।


Share It

Comments are closed.