ବାଲେଶ୍ୱରରେ ବିଶାଳ ବାଇକ ର‌୍ୟାଲି ଯୋଗେ ହାଇଭୋଲଟେଜ ପ୍ରଚାର କଲେ ମନ୍ତ୍ରୀ ରାଜା ସ୍ୱାଇଁ


ଆସନ୍ତା ୩ ତାରିଖ ଦିନ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ଉପନିର୍ବାଚନ ପାଇଁ ଆଜି ସମସ୍ତ ଦଳ ନିଜର ଶେଷ ପ୍ରଚାର କରିବେ । ସମସ୍ତ ଦଳ ଆଜି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟରଙ୍କୁ ଶେଷ ନିବେଦନ କରିବେ । ଏହି ମଧ୍ୟରେ ବାଲେଶ୍ୱରରେ ବିଜେଡିର ହାଇଭୋଲଟେଜ ପ୍ରଚାର ଦେଖିବାକୁ ମିଳିଥିଲା, ଯାହାର ମଙ୍ଗ ଧରିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ବାଲେଶ୍ୱରରେ ଯୁବ ଏବଂ ଛାତ୍ରଶକ୍ତିଙ୍କ ଦ୍ୱାରା ଏକ ବିଶାଳ ବାଇକ ର‌୍ୟାଲିର ନେତୃତ୍ୱ ନେଇଥିଲେ । ଏଥିରେ ହଜାରରୁ ଉର୍ଦ୍ଧ୍ୱ ଯୁବ ଏବଂ ଛାତ୍ରଶକ୍ତି ବାଇକ ର‌୍ୟାଲି ଯୋଗେ ଶୋଭାଯାତ୍ରାରେ ବାହାରିବା ସହ ଦଳୀୟ ପ୍ରାର୍ଥୀ ଶ୍ରୀ ସ୍ୱରୁପ ଶଙ୍କର ଦାସଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ବିଶାଳ ବାଇକ ର‌୍ୟାଲି ଆଜି ବାଲେଶ୍ୱର ମୁନସିପାଲିଟି ଦ୍ୱାରା ବିଭିନ୍ନ କୋଣଅନୁକୋଣ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।


Share It

Comments are closed.