ବାଲେଶ୍ୱର ସଦରର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱରୁପଙ୍କୁ ଶପଥ ପାଠ କରାଇଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ


ବାଲେଶ୍ୱର ସଦର ପାଇଁ ହେବାକୁ ଥିବା ଉପନିର୍ବାଚନ ଲାଗି ତିନି ପ୍ରମୁଖ ଦଳ ରଣକ୍ଷେତ୍ରରେ ଜୋରଦାର ପ୍ରସ୍ତୁତ ଚଳାଇ ଥିବାବେଳେ ଅନ୍ୟପଟେ ଭୋଟରଙ୍କୁ ମନେଇବା ପାଇଁ ଦଳଗୁଡିକ ପକ୍ଷରୁ କ୍ୟାମ୍ପେନିଙ୍ଗକୁ ମଧ୍ୟ ଜୋରଦାର କରାଯାଉଛି ।
ତେବେ ନିର୍ବାଚନୀ ପ୍ରଚାର ପ୍ରସାରରେ ବାଲେଶ୍ୱରରେ ବିଜେଡି ସବୁଠାରୁ ଆଗରେ ଥିବାବେଳେ ଦଳ ପକ୍ଷରୁ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ କୃଷି ଓ ସମବାୟବିତ ସମାବେଶ ଅନୁଷ୍ଠିତ ହୋଇଥିଲା । “ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର କମ୍ ସୁଧାହାରରରେ ଋଣ, ବୀମା ସୁବିଧା ସହିତ ବିଭିନ୍ନ କଲ୍ୟାଣକାରୀ ଯୋଜନା କରୁଛନ୍ତି । ତେଣୁ ସରକାର ସମସ୍ତ ଯୋଜନାକୁ ଚାଷୀ ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ” ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କେବଳ ଏତିକି ନୁହେଁ ଏହା ସହ ବାଲେଶ୍ୱର ସଦରର ସର୍ବାଙ୍ଗୀନ ଉନ୍ନତି ଏବଂ ସମସ୍ତ ଜନସାଧାଣଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ନିର୍ବାଚନ ପରେ କିପରି ପୂରଣ ହେବ ସେଥିପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଜେଡି ପ୍ରାର୍ଥୀ ସ୍ୱରୁପ ଦାସଙ୍କୁ ଶପଥ ପାଠ ମଧ୍ୟ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଦଳର ଉପସଭାପତି ଦେବୀ ମିଶ୍ର ,ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ଏବଂ ପ୍ରାର୍ଥୀ ସ୍ୱରୁପ ଦାସ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ


Share It

Comments are closed.