ମିଲ୍କି ମିଷ୍ଟ ଡେରି ଫୁଡ ଲିମିଟେଡ ପକ୍ଷରୁ ୨୦୩୫ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ
ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ୟାକେଜଡ ଫୁଡ କମ୍ପାନି ମିଲ୍କି ମିଷ୍ଟ ଡେରି ଫୁଡ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୨୦୩୫ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଇସ୍ୟୁରେ ୧୭୮୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ କମ୍ପାନିର ପ୍ରତିଷ୍ଠାତା ସତୀଶ କୁମାର ଟି ଓ ଅନିତା ଏସ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ।
ତାମିଲନାଡୁର ଏରୋଡରେ ସ୍ଥାପନ କରାଯାଇଥିବା ମିଲ୍କି ମିଷ୍ଟ ନିଜକୁ ଭାରତର ଏକ ଅଗ୍ରଣୀ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ ଭାବେ ପ୍ରତିଷ୍ଠିତ କରିଥିବା ବେଳେ ପନୀର, ଚିଜ, ୟୋଗର୍ଟ, ଦହି, ଆଇସକ୍ରିମ, ବଟର, ଘିଅ ଓ ପ୍ୟାକେଜଡ ଫୁଡ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଧ୍ୟାନ ଦେଉଛି। କମ୍ପାନି ତରଳ ଦୁଗ୍ଧ ବିକ୍ରି କରୁନାହିଁ, ତେଣୁ ନିଜକୁ ଏଫଏମସିଜି କମ୍ପାନି ଭାବେ ଦୃଢ଼ ଭାବେ ଉପସ୍ଥାପନ କରିପାରିଛି।
ଏକ ସ୍ୱୟଂକ୍ରିୟ ଅତ୍ୟାଧୁନିକ କାରଖାନାଠାରୁ ଆରମ୍ଭ କରି ନିଜସ୍ୱ ଲଜିଷ୍ଟିକ୍ସ ନେଟୱର୍କ ଏବଂ ବଂଟନ ବ୍ୟବସ୍ଥା ଜରିଆରେ ମିଲ୍କି ମିଷ୍ଟ ଗୁଣାତ୍ମକ ମାନ , ଦକ୍ଷତା ଓ ବାସ୍ତବ ସମୟ ନିରୀକ୍ଷଣକୁ ନିଶ୍ଚିତ କରିପାରିଛି। ଏହା ସିଧାସଳଖ ୬୭,୦୦୦ରୁ ଅଧିକ ଚାଷୀଙ୍କ ସହ ଯୋଡ଼ିହୋଇପାରିଛି।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗ୍ରହ କରାଯିବ, ସେଥିରୁ ୭୫୦ କୋଟି ଟଙ୍କାକୁ କମ୍ପାନି ଋଣ ପରିଶୋଧ କରିବାରେ, ୪୧୪ କୋଟି ଟଙ୍କାକୁ ପେରୁନ୍ଦୁରାଇରେ ଥିବା କାରଖାନାର ସମ୍ପ୍ରସାରଣ ଓ ଆଧୁନିକୀକରଣ କରିବାରେ, ୧୨୯ କୋଟି ଟଙ୍କାକୁ ଭିଜି କୁଲର, ଆଇସକ୍ରିମ ଫ୍ରିଜର ଓ ଚକୋଲେଟ କୁଲର ମୂତୟନ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ରଖିଛି।
କମ୍ପାନିର ରାଜସ୍ୱ ୩୦ ପ୍ରତିଶତ ଚକ୍ରବୃଦ୍ଧି ହାରରେ ବୃଦ୍ଧି ପାଇ ୨୦୨୨-୨୩ର ୧୩୯୪ କୋଟି ଟଙ୍କାରୁ ବଢ଼ି ୨୦୨୪-୨୫ରେ ୨୩୪୯ କୋଟି ଟଙ୍କା ହୋଇଛି। ଏହାର ଏବିଟଡା ୩୧୦ କୋଟି ଟଙ୍କା ଥିବା ବେଳେ ଏବିଟଡା ମାର୍ଜିନ ୧୩.୨ ପ୍ରତିାତ ରହିଛି। ୨୦୨୪-୨୫ରେ କମ୍ପାନି ଉନ୍ମୋଚନ କରିଥିବା ନୂଆ ଉତ୍ପାଦ ୫୧୧ କୋଟି ଟଙ୍କାର ନୂଆ ରାଜସ୍ୱ ସୃଷ୍ଟି କରିଥିଲା। ଏହାର ୭୫.୪ ପ୍ରତିଶତ ରାଜସ୍ୱ ପନୀର, ଦହି, ୟୋଗର୍ଟ, ଘିଅ ଓ ବଟର ଭଳି ଉତ୍ପାଦରୁ ଆସୁଛି। ଏହା ୧୫୦ ମେଟ୍ରିକ ଟନ କ୍ଷମତାର ଅନ୍ୟତମ ସର୍ବବୃହତ ପନୀର ଉତ୍ପାଦନ କାରଖାନା ପରିଚାଳନା କରୁଛି।
ଇଏସଜି ଓ ନବସୃଜନ ପ୍ରତି ପ୍ରତିବଦ୍ଧତା ସ୍ୱରୂପ ମିଲ୍କି ମିଷ୍ଟ ପକ୍ଷରୁ ଜଳ ପୁନଃପ୍ରକ୍ରିୟାକରଣ କାରଖାନା, ମିଥେନରୁ ଶକ୍ତି ରୂପାନ୍ତରଣ,ଏବଂ ପରିବେଶ ଅନୁକୂଳ ଲଜିଷ୍ଟିକ୍ସ ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରାଯାଇଛି। କମ୍ପାନି ଉଚ୍ଚ ପ୍ରୋଟିନ, ଲାକ୍ଟୋଜ ମୁକ୍ତ ଏବଂ ଅଳ୍ପ ସୁଗାର ଉତ୍ପାଦ ଉପରେ ଧ୍ୟାନ ଦେଉଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଜେଏମ ଫାଇନାନ୍ସିଆଲ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ ଓ ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ।
Comments are closed.