ଆଇପିଏଲର ପ୍ରଥମ ମ୍ୟାଚରେ ଧୋନି-ବିରାଟ ଲଢେଇ


କ୍ରିକେଟର ମେଳା ତଥା ଆଜି ଆଇପିଏଲ ୨୦୧୯ର ଶୁଭାରମ୍ଭ ହେବାକୁ ଯାଉଛି । ଆଜି ଠାରୁ କ୍ରିକେଟପ୍ରେମୀଙ୍କୁ ଦୀର୍ଘ ୨ମାସ ଧରି ଧୂଆଁଧାର କ୍ରିକେଟ ଦେଖିବାକୁ ମିଳିବାକୁ ଯାଉଥିବାବେଳେ କିନ୍ତୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଉଦଘାଟନୀ ଉତ୍ସବି ଦେଖିବାକୁ ମିଳିବ ନାହିଁ । ୨୩ ମାର୍ଚ୍ଚରୁ ୧୨ ମେ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୨ଟି ଘରୋଇ ଦଳ ଅଂଶ ଗ୍ରହଣ କରିବେ ।
ଆଇପିଏଲ ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ ଏବଂ ରୟାଲ ଚ୍ୟାଲେଜରର୍ସ ବାଙ୍ଗାଲୋର ମଧ୍ୟରେ ଚିପୋକ ଠାରେ ଖେଳାଯିବାକୁ ଅଛି । ପ୍ରଥମ ମ୍ୟାଚରେ ଯେତେବେଳେ ଗୋଟିଏ ପଟେ ଧୋନି ଏବଂ ଅନ୍ୟ ପଟେ କୋହଲି ଥିବେ ତାହା ଦର୍ଶକଙ୍କୁ ରୋମାଞ୍ଚକର ଖୋରାପ ଯୋଗାଇଦେବ । ଧୋନି ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ଥିବାବେଳେ କୋହଲି ହେଉଛନ୍ତି ବର୍ତ୍ତମାନର ଅଧିନାୟକ । ଆଜି ଖେଳାଯିବାକୁ ଥିବା ଏହି ମ୍ୟାଚରେ ଜଣାପଡିବ ଯେ, ଉଭୟଙ୍କ ମଧ୍ୟରେ କିଏ ହେଉଛନ୍ତି ଶ୍ରେଷ୍ଠ ଅଧିନାୟକ ।
ସବୁଠାରୁ ମୁଖ୍ୟ କଥା ହେଉଛି ଆଇପିଏଲ ଦୀର୍ଘ ୧୧ ବର୍ଷର ଯାତ୍ରା ମଧ୍ୟରେ ଏହା ହେଉଛି ପ୍ରଥମ ବର୍ଷ ଯେଉଁଥରକ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବା ନାହିଁ । ୧୪ ଫେବୃଆରୀରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ସମବେଦନା ଜଣାଇବା ପାଇଁ ଏଥର ଆଇପିଏଲର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ ଆୟୋଜନ କରାଯିବ ନାହିଁ ।
ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ ଖେଳାଳୀ ନିଜର ଏହି ପ୍ରଥମ ମ୍ୟାଚର ଫି ସହିଦ ଯବାନଙ୍କ ପରିବାରକୁ ଦାନ କରିବେ ନିଷ୍ପତି ବୋଲି ନେଇଛନ୍ତି ।


Share It

Comments are closed.