ପାକିସ୍ତାନରୁ ଫେରିଲେ ‘ମିକା ସିଂହ’


ପାକିସ୍ତାନର କରାଚିରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଶୋ’ କରି ବିବାଦୀୟ ହୋଇପଡିଥିବା ବଲିୁଉଡ଼ ଗାୟକ ମିକା ସିଂହ ଗୁରୁବାର ସ୍ୱଦେଶ ପ୍ୟତାବର୍ତ୍ତନ କରିଛନ୍ତି।
ଅଗଷ୍ଟ ୮ରେ କଚାରିରେ ଆୟୋଜିତ ଜଣେ କୋଟିପତିଙ୍କ ଝିଅ ବାହାଘରରେ ସେ ଶୋ’ କରିଥିଲେ। ଭାରତ ଫେରବା ବେଳେ ୱାଘା ସୀମାରେ ମିକା ସିଂହ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଇଥିଲେ। ଏହାସହ ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ପାକିସ୍ତାନ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇଥିବାବେଳେ କରାଚିରେ ମିକା ସିଂହଙ୍କ ଶୋ’କୁ ଭାରତ ସହଜରେ ନେଇନାହିଁ। ଅଖିଳ ଭାରତୀୟ ସିନେ ଆୱାର୍ଡ ସଂଘ (ଏଆଇସିଡବ୍ଲୁଏ) ମିକା ସିଂହଙ୍କୁ ବ୍ୟାନ କରିଦେଇଛି। ଏହାପରଠାରୁ ମିକା ସିଂହ ଟ୍ୱିଟରରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଲେଖି ପୋଷ୍ଟ କରୁଛନ୍ତି। ଏହାସହ ଭାରତ ଫେରିବା ବେଳେ ସେ ‘ଭାରତ ମାଜା କି ଜୟ’ ସ୍ଲୋଗାନ ଦେଉଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କୁ ଅନେକ ଲୋକ ଟ୍ରୋଲ କରୁଥିବାର ଦେଖିବାକୁ ମିଳୁଛି।


Share It

Comments are closed.