ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ


ଦେଶକୁ ଏହାର ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟରେ ସହଯୋଗ କରିବା ପ୍ରତିଶ୍ରୁତିର ଅଂଶ ସ୍ୱରୁପ ମାଇକ୍ରୋସଫ୍ଟ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱରରେ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଟୁର୍ ଆୟୋଜିତ ହୋଇଯାଇଛି । ଏହି ଦିନିକିଆ ସମ୍ମଳିନୀ କ୍ଲାଉଡ୍ ଫର୍ ଡିଜିଟାଲ ଗଭର୍ଣ୍ଣାନ୍ସ ଜାତୀୟ କାର୍ଯ୍ୟକ୍ରମର ଅଂଶ ଅଟେ, ଯାହାକୁ ଚଳିତ ବର୍ଷ ଅଗଷ୍ଟରେ ମାଇକ୍ରୋସଫ୍ଟ ଦ୍ୱାରା ଦେଶବ୍ୟାପୀ ଆଇଟି କ୍ଷେତ୍ରର ସରକାରୀ ଅଧିକାରୀମାନଙ୍କୁ ଜଟିଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ବୁଦ୍ଧିମାନ କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ କୌଶଳ ଶିଖାଇବା ନିମନ୍ତେ ଶୁଭାରମ୍ଭ କରାଯାଇଥିଲା । ଏହି ଅଭିଯାନ ଶାରୀରିକ ଓ ଯଥାର୍ଥ କର୍ମଶାଳାର ଏକ ଶୃଙ୍ଖଳା ସାମିଲ ସାମିଲ କରିଛି ଏବଂ କୁଶଳୀ, ଦକ୍ଷ ଏବଂ ଫଳପ୍ରଦ ଗଭର୍ଣ୍ଣାନ୍ସ ପାଇଁ ସେମାନଙ୍କୁ ଏଆଇ ଓ ସୁରକ୍ଷିତ କ୍ଲାଉଡ୍ ଟେକ୍ନୋଲୋଜିର ଲାଭ ଉଠାଇବାରେ ସହଯୋଗ କରିବା ନିମନ୍ତେ ଏହା ୧୨ ମାସ ମଧ୍ୟରେ ପ୍ରାୟ ୫୦୦୦ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏଆଇ ଓ ଇଣ୍ଟେଲିଜେଣ୍ଟ ଟେକ୍ନୋଲୋଜି ଗୁଡ଼ିକ ବ୍ୟବସାୟ, ସମୁଦାୟ ଓ ସରକାର ଆଦି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସବୁ ସ୍ଥାନକୁ ବ୍ୟାପିବାରେ ଲାଗିଛି ।
ଏହି ଟୁର୍‌କୁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରାଦ୍ୟୋଗିକ ଏବଂ ସାର୍ବଜନିନ ଉଦ୍ୟମ ଓ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ଏସି ପଣ୍ଡା ଉଦ୍‌ଘାଟନ କରିଥିଲେ । ଏଥିସହିତ ଏଥିରେ ସରକାର, ଆଇଟି ଓ ଇଲେକଟ୍ରୋନିକ୍ ବିଭାଗ ଏବଂ ଷ୍ଟାଟ୍‌ଅପ୍ ଇକୋସିଷ୍ଟମ କ୍ଷେତ୍ରରୁ ଅନେକ ବିଶିଷ୍ଟ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସରକାରୀ ସେବାଗୁଡିକ ପାଇଁ ଦାୟିତ୍ୱପୂର୍ଣ୍ଣ ଓ ଦ୍ରୁତତମ ଏଆଇ ସମାଧାନ ନିୟୋଜିତ କରିବାର ଆବଶ୍ୟକତା, ପ୍ରଭାବୀ ଉପାୟରେ ସହଯୋଗ କରିବା ପାଇଁ ସାଇବର ସୁରକ୍ଷାର ଆବଶ୍ୟକତା ଏବଂ ଏଆଇ ପ୍ରତି ଏକ ସମାବେଶୀ ଦୃଷ୍ଟିକୋଣର ଆବଶ୍ୟକତା ପ୍ରସଙ୍ଗରେ ଏକ ଆଲୋଚନାରୁ ଆରମ୍ଭ ହୋଇଥିଲା; ଯାହା ସହର, ଗ୍ରାମାଞ୍ଚଳ ଓ ଦିବ୍ୟାଙ୍ଗ ଲୋକଙ୍କ ସହ ଜଡ଼ିତ । ଏହି ଅବସରରେ ମାଇକ୍ରୋସଫ୍ଟ ଇଣ୍ଡିଆ ସ୍ୱାସ୍ଥ୍ୟ ଓ ଶିକ୍ଷା ଏବଂ ପବ୍ଲିକ୍ ସେକ୍ଟର ବିଭାଗର କଣ୍ଟ୍ରି ଜେନେରାଲ ମ୍ୟାନେଜର ଶ୍ରୀ ମନିଶ ପ୍ରକାଶ କହିଛନ୍ତି, “ମାଇକ୍ରୋସଫ୍ଟ ଭାରତରେ ସରକାରୀ ଇକୋସିଷ୍ଟମର ଡିଜିଟାଲ ରୁପାନ୍ତରଣରେ ଗଭୀରଭାବେ ନିବେଶ କରିଛି । ଆଜି ଆମେ ଡିଜିଟାଲ ଦକ୍ଷତା ଓ ଟେକ୍ନୋଲୋଜି ମାଧ୍ୟମରେ ସରକାରଙ୍କୁ ସଶକ୍ତ କରି ତାଙ୍କୁ ନିଜର ଡିଜିଟାଲ ଯାତ୍ରାରେ ଆଗକୁ ବଢାଇବା ପାଇଁ ଓଡିଶା ସରକାରଙ୍କ ସହ ସହଭାଗିତା କରିଥିବାରୁ ଖୁବ୍ ଆନନ୍ଦିତ ।”


Share It

Comments are closed.