ମାଇକ୍ରୋମ୍ୟାକ୍ସ ପକ୍ଷରୁ ଏହାର ନୂତନ ବ୍ରାଣ୍ଡ୍ ଅବତାର “ଇନ୍‌’ ଉନ୍ମୋଚିତ


ଭୁବନେଶ୍ୱର: ଭାରତର ନିଜସ୍ୱ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ ମାଇକ୍ରୋମ୍ୟାକ୍ସ ଇନ୍‌ଫର୍ମେଟିକ୍ସ ଲିମିଟେଡ୍ ପୁଣି ଥରେ ସ୍ମାର୍ଟଫୋନ୍ କ୍ଷେତ୍ରକୁ ପ୍ରତ୍ୟାର୍ବତନ କରିବା ସହିତ ଏହାର ନୂତନ ସବ୍‌-ବ୍ରାଣ୍ଡ୍ “ଇନ୍‌’କୁ ଆଜି ଉନ୍ମୋଚନ କରିଛି । ଭାରତ ସରକାରଙ୍କ ଦ୍ୱାରା ମଞ୍ଜୁର କରାଯାଇଥିବା ପିଏଲଆଇ ପରିପ୍ରେକ୍ଷୀରେ ଏହି ଘୋଷଣା କରାଯାଇଛି ଯାହା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବାର ଆଉ ପାଦେ ନିକଟତର କରିଛି । ନୂଆ ଫିଢ଼ିର ଭାରତୀୟଙ୍କ ଦ୍ୱାରା ଏହି ନୂଆ ଅବତାର ଅନୁପ୍ରାଣିତ, ଯେଉଁମାନେ ସେମାନଙ୍କ ଡିଜିଟାଲ୍ ଯାତ୍ରାରେ ପ୍ରଦର୍ଶନ ଭିତିକ ଉତ୍ପାଦ ଚାହୁଁଛନ୍ତି ଏବଂ ଭାରତର ସଫଳତାକୁ ଆଗକୁ ବଢ଼ାଇବାକୁ ପ୍ରସ୍ତୁତ ଅଛନ୍ତି । ବ୍ରାଣ୍ଡ୍‌ର ରଙ୍ଗ ଏବଂ ଛବି ପରିଚୟ ଭାରତର ନୀଳ ରଙ୍ଗ ଦ୍ୱାରା ଅନୁପ୍ରାଣିତ । ସାଳିସ ବିହୀନ ପ୍ରଦର୍ଶନ ଏବଂ ଏକ ସୁରକ୍ଷିତ ଉପଭୋକ୍ତା ଅନୁଭୂତି ଆଣିବା ପାଇଁ ବ୍ରାଣ୍ଡ୍‌ର ପ୍ରତିଶ୍ରୁତି ସହ ମାଇକ୍ରୋମ୍ୟାକ୍ସ ପକ୍ଷରୁ ସ୍ମାର୍ଟଫୋନ୍ ବ୍ୟବସ୍ଥାକୁ ଐତିହାସିକ ଭାବେ ଗଠିତ ଓ ବୃଦ୍ଧି କରାଯିବ ଯେଉଁଠାରେ ଭାରତୀୟ ଗ୍ରାହକମାନେ ବାସ୍ତବରେ ଉପକୃତ ହେବେ ।
ସ୍ମାର୍ଟଫୋନ୍ ବଜାରକୁ ରଣନୀତିପୂର୍ଣ୍ଣ ଭାବେ ପ୍ରବେଶ ଆରମ୍ଭ କରିବା ସହିତ ମାଇକ୍ରୋମ୍ୟାକ୍ସ ୫୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଓ ନୂଆ ପିଢ଼ିର ଭାରତୀୟ ଗ୍ରାହକଙ୍କ ପାଇଁ ମୂଳରୁ ଉତ୍ପାଦ ପ୍ରସ୍ତୁତ କରିବାକୁ ଯୋଜନା ରଖିଛି । ଏହା “ଇନ’ ବ୍ରାଣ୍ଡ୍ ଅଧୀନରେ ନୂଆ ସ୍ମାର୍ଟଫୋନ୍ ଉପସ୍ଥାପନ କରିବ । ପୁନଶ୍ଚ, କଂପାନି ଏହାର ପୂର୍ବରୁ ଥିବା ଖୁଚୁରା ଏବଂ ବିତରଣ ନେଟ୍‌ୱର୍କକୁ ଆହୁରି ଦୃଢ଼ କରିବା ଉପରେ କାର୍ଯ୍ୟ କରୁଛି । ବର୍ତମାନ ସାରା ଭାରତରେ ଏହାର ଖୁଚୁରା ଉପସ୍ଥିତି ୧୦,୦୦୦ରୁ ଅଧିକ ଆଉଟ୍‌ଲେଟ୍ ଏବଂ ୧୦୦୦ରୁ ଅଧିକ ସର୍ଭିସ୍ ସେଂଟର୍ ଜରିଆରେ ରହିଛି ।
ଶ୍ରୀଯୁକ୍ତ ରାହୁଲ ଶର୍ମା, ସହ ପ୍ରତିଷ୍ଠାତା, ମାଇକ୍ରୋମ୍ୟାକ୍ସ କଂପାନିର ଡିଜିଟାଲ୍ ହାଣ୍ଡେଲ୍‌ରେ ଏହି “ଇନ୍‌’ ବ୍ରାଣ୍ଡ୍‌୍‌କୁ ଉନ୍ମୋଚନ କରିଛନ୍ତି । “ଇନ୍‌’ ବ୍ରାଣ୍ଡ୍‌ର ଉପସ୍ଥାପନ ଅବସରରେ ସେ କହିଛନ୍ତି ଯେ, “ଆମର ସବ୍ ବ୍ରାଣ୍ଡ୍ “ଇନ୍‌’ଜରିଆରେ ଭାରତୀୟ ବଜାରକୁ ପ୍ରତ୍ୟାବର୍ତନ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଆମର ଉଦ୍ୟମ ହେଉଛି “ଇନ୍‌’ ମୋବାଇଲ୍ ଜରିଆରେ ଭାରତକୁ ପୁଣି ଥରେ ବିଶ୍ୱ ସ୍ମାର୍ଟଫୋନ୍ ମାନଚିତ୍ରରେ ସ୍ଥାନିତ କରିବା ।


Share It

Comments are closed.