ମାଇକେଲ ଜ୍ୟାକସନଙ୍କ ସମ୍ବନ୍ଧରେ କିଛି ଅକୁହା କଥା, ଯାହାକୁ ଆପଣ ମଧ୍ୟ ଜାଣିନଥିବେ


ମାଇକେଲ ଜ୍ୟାକସନଙ୍କ ନାମ କିଏବା ନା ଜାଣେ । ଆଜି ହେଉଛି ପ୍ରସିଦ୍ଧ ପପ୍ ଡ୍ୟାନସର ମାଇକେଲ ଜ୍ୟାକସନଙ୍କର ଜନ୍ମଦିନ । ଜୁନ ୨୦୦୯ରେ ତାଙ୍କର ହଠାତ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ମୃତ୍ୟୁ ଖବର ଶୁଣି ସାରା ଦୁନିଆ ସ୍ତବ୍ଧ ହୋଇଯିବା ସହ ପ୍ରଶଂସକଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା । ମାଇକେଲ “କିଙ୍ଗ ଅଫ ପପ୍” ନାମରେ ବହୁତ ଲୋକପ୍ରିୟ ଥିଲେ । ସାରା ଦୁନିଆ ତାଙ୍କର ଡ୍ୟାନସର ଦିୱାନା ଥିଲା । ତାଙ୍କର କ୍ୟାରିୟର ୧୯୬୪ରୁ ଆରମ୍ଭ ହୋଇଥିଲା ।
୮୦ ଦଶକ ଆରମ୍ଭରୁ ମାଇକେଲ ଜ୍ୟାକସନ ପପ୍ ମ୍ୟୁଜିକ ଏବଂ ମନୋରଞ୍ଜନ ଦୁନିଆର ସବୁଠାରୁ ଲୋକପ୍ରିୟ କଳାକାର ବନିଗଲେ । ଦିନକୁ ଦିୁନକୁ ତାଙ୍କର ପପ୍ ମ୍ୟୁଜିକ ଏବଂ ଡ୍ୟାନସ ଲୋକଙ୍କ ମନକୁ ଜିଣିବାକୁ ଲାଗିଲେ । ସେ ଅଳ୍ପ ଦିନ ମଧ୍ୟରେ ଏତେ ପ୍ରସିଦ୍ଧ ହୋଇଗଲେ ସମସ୍ତେ ତାଙ୍କ ଚାଲି ଚଳନ ଏବଂ ଶୈଳୀକୁ ନକଲ କରିବା ଆରମ୍ଭ କରିଦେଇଥିଲେ ।
ତାଙ୍କର ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ବିବାଦୀୟପୂର୍ଣ୍ଣ ହୋଇରହିଛି । ମାଇକେଲଙ୍କର ମୃତ୍ୟୁ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଥିବାବେଳେ ମୃତ ଦେହକୁ ଲସ ଆଞ୍ଜେଲସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । କେତେକଙ୍କ କହିବା ମତୁବାକ ତାଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଛି ।
ମାଇକେଲ ଜ୍ୟାକସନ ଏକାକୀ ଏମିତି ଜଣେ ଗାୟକ, ଗୀତକାର ଏବଂ ପପ୍ ଡ୍ୟାନସର ଥିଲେ, ଯାହାକୁ “ରକ ଆଣ୍ଡ ରୋଲ ହଲ ଅଫ ଫେମ” ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ତେବେ ଆସନ୍ତୁ ଜାଣିବା ମାଇକେଲ ଜ୍ୟାକସନଙ୍କ ଜୀବନ ସହ ଯୋଡି ହୋଇରହିଥିବା କିଛି ରୋଚକ କଥା ।
ମାଇକେଲ ଜ୍ୟାକସନଙ୍କ ପପ ଏବଂ ରକ ମ୍ୟୁଜିକ ଆଜି ସାରା ଦେଶରେ ପ୍ରଚଳିତ । ତାଙ୍କ ନାମରେ ୧୩ଟି ଗ୍ରୀମି ଆୱାର୍ଡ, ଗ୍ରୀମି ଲିଜେଣ୍ଡ ଆୱାର୍ଡ, ଗ୍ରୀମି ଲାଇଭ ଟାଇମ ଆଚିଭମେଣ୍ଟ ଆୱାର୍ଡ ଏବଂ ୨୬ଟି ଆମେରିକାନ ମ୍ୟୁଜିକ ଆୱାର୍ଡ ରହିଛି । ଯେତେବେଳେ ତାଙ୍କର ମୃତ୍ୟୁ ହେଲା ସେ ଏକ କନର୍ସଟରେ ପ୍ରଦର୍ଶନ କରିବାର ପାଇଁ ପ୍ରସ୍ତୁତି ଚାଳିିଇଥିଲେ ।

୧୯୮୭ରେ ରିଲିଜ ହୋଇଥିବା “ସ୍ମୁଥ କ୍ରିମିନାଲ” ଭିଡିଓରେ ମାଇକେଲ ଯେଉଁ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକାଂଶଙ୍କ ପାଇଁ ସମ୍ଭବପର ହୋଇପାରୁ ନାହିଁ । ସେ ଏହିଭଳି ପ୍ରଦର୍ଶନ କରିବା ପାଇଁ ଏକ ଖାସ ଜୋତାର ବ୍ୟବହାର କରୁଥିଲେ, ଯାହାର ପ୍ୟାଟେଣ୍ଟ ତାଙ୍କର ଦୁଇ ସାଥୀଙ୍କ ନାମରେ ଥିଲା ।
ମାଇକେଲ ଜ୍ୟାକସନ ସାରା ଦୁନିଆକୁ କେବଳ ରୋବଟ ଏବଂ ମୁନୱାକ ଭଳି ଖାସ ଡ୍ୟାନ୍ସର ଦକ୍ଷତା ଦେଖାଇନଥିଲେ ବରଂ ଏହା ସହ ହିପ-ଅପ, ପୋଷ୍ଟ-ଡିସ୍କୋ, କଣ୍ଟେପୋରାରି ଆର ଆଣ୍ଡ ବି, ପପ୍ ଏବଂ ରକ ଡ୍ୟାନ୍ସବି ଶିଖାଇଥିଲେ ।
ଜ୍ୟାକସନଙ୍କ ଉପରେ ଏକ ୧୩ ବର୍ଷିୟ ନାବାଳିକକୁ ଯୌନ ଉତ୍ପୀଡନ କରିବାର ଅଭିଯୋଗ ଲାଗିଥିଲା କିନ୍ତୁ ତାଙ୍କର କହିବା କଥା ଅନୁଯାୟୀ, ସେ ଛୋଟ ପିଲାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ । ଏହି ସଂକ୍ରାନ୍ତରେ ତାଙ୍କ ବିରୋଧରେ ପ୍ରାୟ ୪ ମାସ ଧରି ମୋକଦମା ଚାଲିଥିଲା । ୪ ମାସ ପରେ କୋର୍ଟ ଏହି ମାମଲାକୁ ଭିତ୍ତିହୀନ ଦର୍ଶାଇଥିଲା ।
ମାଇକେଲଙ୍କ ବ୍ୟକ୍ତିଗତ ଜୀବନ ବହୁତ ବିବାଦୀୟ ଥିଲା । ସେ ତାଙ୍କର ଲୁକ ପାଇଁ ୨ଥର ପ୍ଲାଷ୍ଟିକ ସର୍ଜର କରିଥିବାର ସ୍ୱୀକାର ମଧ୍ୟ କରିଛନ୍ତି । ମାଇକେଲଙ୍କ ବଡିଗାର୍ଡ ବିଲ ଏବଂ ଜାଭାନଙ୍କ ପାଖରେ ଏତିକିବି ଅନୁମତି ନଥିଲେ ଯେ ସେମାନେ ତାଙ୍କ ଘରେ କହିପାରିବେ ସେ ମାଇକେଲଙ୍କ ବଡି ଗାର୍ଡ ଅଛନ୍ତି ବୋଲି ।

କେତେକଙ୍କ କହିବା ଅନୁଯାୟୀ ମାଇକେଲ କିଛି ଦିନ ପୂର୍ବରୁ ରିଏଲସେଲ ସମୟରେ ନିଜ ଉପରେ ନିଜେ ଗୁଳି ଚଳାଇବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏହି ସତ୍ୟକୁ ମାଇକେଲଙ୍କ ନିକଟସ୍ଥ ଜଣେ ବନ୍ଧୁ ୨୦୧୩ ମସିହାରେ ପ୍ରଘଟ କରାଇଥିଲେ ।

ବାପି ଲେହରୀ ହେଉଛନ୍ତି ଏହିଭଳି ଜଣେ ଭାରତୀୟ ଗାୟକ ମାଇକେଲ ଜ୍ୟାକସନ ପ୍ରଥମଥର ପାଇଁ ନିମନ୍ତ୍ରଣ କରିଥିଲା । ୧୯୯୬ରେ ମୁମ୍ବାଇରେ ଆୟୋଜିତ ହେଉଥିବା ଏକ ଲାଇଭ ସୋରେ ମାଇକେଲ ଜ୍ୟାକସନ ବାପି ଲେହରୀଙ୍କୁ ନିମନ୍ତ୍ରଣ କରିଥିଲେ ।


Share It

Comments are closed.