ଉଭୟ ସ୍ମାର୍ଟଫୋନ୍ ଓ ସ୍ମାର୍ଟଟିଭି କ୍ଷେତ୍ରରେ ନିଜର ମେକ୍ ଇନ୍ ଇଣ୍ଡିଆ ଯାତ୍ରାକୁ ସୁଦୃଢ କରିଛି ଏମଆଇ ଇଣ୍ଡିଆ


ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟଫୋନ୍ ଓ ସ୍ମାର୍ଟଟିଭି କମ୍ପାନୀ ଏମଆଇ ଇଣ୍ଡିଆ ନିକଟରେ ଏହାର ‘ମେକ୍ ଇନ୍ ଇଣ୍ଡିଆ’ ଯାତ୍ରାର ୫ ବର୍ଷ ପୂରଣ କରିଛି । ପ୍ରଧାନମନ୍ତ୍ରୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ଅନ୍ୟତମ ପ୍ରାରମ୍ଭିକ ଗ୍ରହଣକାରୀ ଭାବେ ଏମଆଇ ଇଣ୍ଡିଆ ପୂର୍ବରୁ ନିଜର ଉତ୍ପାଦନ ସହଯୋଗୀ ଫକ୍ସକନ୍ ଓ ଫ୍ଲେକ୍ସ ମାଧ୍ୟମରେ ଭାରତରେ ସମସ୍ତ ସ୍ମାର୍ଟଫୋନ୍ ନିର୍ମାଣ କରୁଥିଲା । ଗତ ୯ ମାସ ମଧ୍ୟରେ ମହାମାରୀ ସମୟରେ ନିଜର ଭାରତୀୟ ସ୍ମାର୍ଟଫୋନ୍ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିଥିବା ଏମଆଇ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି ।
ଏହା ଭାରତରେ ସ୍ମାର୍ଟଫୋନ୍ ନିର୍ମାଣ ପାଇଁ ଦୁଇଟି ନୂତନ ନିର୍ମାଣ ସହଯୋଗୀ ଯଥା ଡିବିଜି ଓ ବିୱାଇଡି ସହ ସହଭାଗିତା କରିଛି । ଡିବିଜି ହରିଆଣାଠାରେ ଏକ ସ୍ମାର୍ଟଫୋନ୍ ନିର୍ମାଣ କାରଖାନା ସ୍ଥାପନ କରିଥିବା ବେଳେ ବିୱାଇଡି ତାମିଲନାଡୁରେ ଏକ କାରଖାନା ସ୍ଥାପନ କରୁଛି । ଏହି ନୂତନ ସହଭାଗିତାଗୁଡିକ ଭାରତରେ ଏମଆଇ ଇଣ୍ଡିଆର ଉତ୍ପାଦନ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଡିବିଜି ସହିତ ଏମଆଇ ଇଣ୍ଡିଆର ସହଭାଗିତା ବ୍ରାଣ୍ଡର ମାସିକ ଉତ୍ପାଦନ କ୍ଷମତାକୁ ୨୦% ବୃଦ୍ଧି କରିଛି । ବିୱାଇଡି ଇଣ୍ଡିଆ ମଧ୍ୟ ୨୦୨୧ ପ୍ରଥମାର୍ଦ୍ଧ ଶୁଦ୍ଧା ନିଜର ପରିଚାଳନା ଆରମ୍ଭ କରିବା ପରେ ଉତ୍ପାଦନ କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାକୁ ଆଶା ରଖିଛି । ଆଜି ଏମଆଇ ଇଣ୍ଡିଆ ଭାରତରେ ନିଜ ସ୍ମାର୍ଟଫୋନ୍‌ଗୁଡିକର ୯୯% ଉତ୍ପାଦନ କରୁଛି । ଏମଆଇ ଇଣ୍ଡିଆ ସ୍ମାର୍ଟଫୋନ୍ ସାମଗ୍ରୀଗୁଡିକର ସ୍ଥାନୀୟ ଉତ୍ପାଦନ ଓ ସୋର୍ସିଙ୍ଗ୍‌କୁ ମଧ୍ୟ ବୃଦ୍ଧି କରୁଛି । ଏମଆଇ ଇଣ୍ଡିଆ ୩ ବର୍ଷ ପୂର୍ବେ ସ୍ମାର୍ଟ ଟିଭି (ମି ଟିଭି ବ୍ରାଣ୍ଡ ଅଧୀନରେ) ଶୁଭାରମ୍ଭ କରିଥିଲା ଏବଂ କ୍ରମାଗତ ଭାବେ ୧୦ ବର୍ଷ ହେବ ଭାରତରେ ନମ୍ବର ୱାନ୍ ସ୍ମାର୍ଟ ଟିଭି ବ୍ରାଣ୍ଡ ହୋଇ ରହିଛି ।
ଏହା ସ୍ମାର୍ଟ ଟିଭିଗୁଡିକ ପାଇଁ ନିଜର ମେକ୍ ଇନ୍ ଇଣ୍ଡିଆ ଯାତ୍ରା ଦୁଇ ବର୍ଷ ତଳେ ଆରମ୍ଭ କରିଥିଲା, ଯେତେବେଳେ ଏହା ନିଜର ନିର୍ମାଣ ସହଯୋଗୀ ଡିକ୍ସନ ଟେକ୍ନୋଲୋଜି ସହ ତିରୁପତିଠାରେ ଏକ ନୂତନ ଫ୍ୟାକ୍ଟ୍ରିର ଉଦ୍‌ଘାଟନ କରିଥିଲା । କମ୍ପାନୀ ବର୍ତମାନ ସୁଦ୍ଧା ୩ ମିଲିୟନ ୟୁନିଟ୍‌ରୁ ଅଧିକ ମେଡ୍ ଇନ୍ ଇଣ୍ଡିଆ ସ୍ମାର୍ଟ ଟିଭି ବିକ୍ରି କରିସାରିଛି । ମହାମାରୀ ସମୟରେ ଏହା ନିଜର ସ୍ମାର୍ଟ ଟିଭି ସ୍ଥାନୀୟ ଉତ୍ପାଦନକୁ ଅଧିକ ସୁଦୃଢ କରିଛି । ଏହା ଭାରତରେ ସ୍ମାର୍ଟ ଟିଭି ଉତ୍ପାଦନ ପାଇଁ ଏକ ନୂତନ ନିର୍ମାଣ ସହଯୋଗୀ- ରେଡିଆଂଟ୍ ଟେକ୍ନୋଲୋଜି ସହ ସହଭାଗିତା କରିଛି । ନୂତନ ନିର୍ମାଣ କାରଖାନା କାର୍ଯ୍ୟକ୍ଷମ ହେବା ସହିତ ଭାରତରେ ଏମଆଇ ଇଣ୍ଡିଆର ବିସ୍ତାରିତ ପରିବାର ୬୦,୦୦୦ କର୍ମଚାରୀକୁ ବୃଦ୍ଧି ପାଇଛି ।
ଏହି ଅଭିଯାନ ସମ୍ପର୍କରେ ଏମଆଇ ଇଣ୍ଡିଆର ଏମ୍‌ଡି ମନୁ କୁମାର ଜୈନ୍ କହିଛନ୍ତି, “ମହାମାରୀ ସତ୍ୱେ ଏମଆଇ ଇଣ୍ଡିଆ ଟିମ୍ ଆମର ସ୍ଥାନୀୟ ଯୋଗାଣ ଶୃଙ୍ଖଳା ଓ ଉତ୍ପାଦନ କ୍ଷମତାକୁ ଅଧିକ ସମ୍ପ୍ରସାରଣ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିଥିଲେ । ଆମର ସ୍ଥାନୀୟ ଉତ୍ପାଦନର ନିରନ୍ତର ବିସ୍ତାର ଯୋଗୁ ଆଜି ଆମେ ସ୍ମାର୍ଟଫୋନ୍ ଓ ସ୍ମାର୍ଟ ଟିଭି ବଜାର କ୍ଷେତ୍ରରେ ଆମର ନେତୃତ୍ୱ ବଜାୟ ରଖିଛୁ” । ଏହି ସହଭାଗିତା ସମ୍ପର୍କରେ ଏମଆଇ ଇଣ୍ଡିଆର ସିଓଓ ମୁରଲୀକ୍ରିଷ୍ଣନ୍ ବି. କହିଛନ୍ତି, ଏମଆଇ ଇଣ୍ଡିଆରେ ଆମେ ସବୁବେଳେ ଆମର ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳା କ୍ଷମତାର ପହଂଚକୁ ବିସ୍ତାର କରିବାରେ ବିଶ୍ୱାସ ରଖିଥାଉ; ତେଣୁ ଆମେ ଉତ୍ପାଦନ କରୁଛୁ ଏବଂ ଡିବିଜି ଓ ବିୱାଇଡି ଭଳି ୨ଟି ନୂତନ ସ୍ମାର୍ଟଫୋନ୍ ନିର୍ମାଣ ସହଯୋଗୀଙ୍କୁ ସାମିଲ କରି ଉତ୍ସାହିତ ରହିଛୁ ।”


Share It

Comments are closed.