ଏମଆଇ ଇଣ୍ଡିଆ ପକ୍ଷରୁ ଲାଇଭ୍ ଦୁର୍ଗାପୂଜାକୁ ଉପଭୋଗ କରିବା ପାଇଁ ତ୍ରିନୟନ


ଭୁବନେଶ୍ୱର: ନମ୍ବର ୱାନ୍ ସ୍ମାର୍ଟଫୋନ୍ ଓ ସ୍ମାର୍ଟ ଟିଭି ବ୍ରାଣ୍ଡ ଏମଆଇ ଇଣ୍ଡିଆ ପକ୍ଷରୁ ଦୂର୍ଗା ପୂଜା ସମୟରେ ପାର୍ବଣ ଉତ୍ସାହକୁ ଜୀବନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ପାର୍ବଣ ଅଫରିଙ୍ଗ୍‌ର ଅଂଶ ଭାବେ ଏମଆଇ ଇଣ୍ଡିଆ ପକ୍ଷରୁ ଏକ ପ୍ରଥମ ଧରଣର ଅନ୍‌ଲାଇନ୍ ପୋର୍ଟାଲ ତ୍ରିନୟନର ଆୟୋଜନ କରାଯିବ ଯେଉଁଠାରେ ଟେକ୍ନୋଲୋଜିର ସହାୟତାରେ ଏହି ବ୍ରାଣ୍ଡ ଡିଜିଟାଲ ମାଧ୍ୟମରେ ଉପଭୋକ୍ତାଙ୍କୁ ନିଜ ଘରୁ ଆରାମରେ ଲାଇଭ୍ ରହି ପାର୍ବଣକୁ ଉପଭୋଗ କରିବା ପାଇଁ ଏକତ୍ରିତ କରିବ । ପାର୍ବଣ ଉତ୍ସାହକୁ ବଢାଇବା ପାଇଁ ଏମଆଇ ଇଣ୍ଡିଆ ପକ୍ଷରୁ ଦୂରତା ସତ୍ୱେ ଏକତାକୁ ପାଳନ କରୁଥିବା ଏକ ଡିଜିଟାଲ ମ୍ୟୁଜିକ୍ ଭିଡିଓର ଶୁଭାରମ୍ଭ କରିବା ଲାଗି କୋଲ୍‌କାତାର ଗାୟକ ରୁପମ୍ ଇସ୍‌ଲାମଙ୍କ ସହ ସହଭାଗିତା କରିଛି ।
ଏହି ଘୋଷଣା ସମ୍ପର୍କରେ ଏମଆଇ ଇଣ୍ଡିଆର ଅଫ୍‌ଲାଇନ୍ସ ସେଲ୍‌ସ ଅପରେଶନ୍ସର ନିର୍ଦ୍ଦେଶକ ସୁନିଲ ବେବି କହିଛନ୍ତି, “ଦୂର୍ଗା ପୂଜା ହେଉଛି ଏକ ପର୍ବ ଯାହାକୁ ଅନେକ ଉତ୍ସାହ ଓ ଗର୍ବର ସହିତ ପାଳନ କରାଯାଇଥାଏ ଏବଂ ଚଳିତ ବର୍ଷ ଏହି ଉତ୍ସାହକୁ ବଜାୟ ରଖିବା ଲାଗି ଏମଆଇ ଇଣ୍ଡିଆ ନୂଆ ସାମାଜିକ ଦୂରତା ନିୟମକୁ ଦୃଷ୍ଟିରେ ରଖି ପାର୍ବଣର ଅଂଶ ହେବା ଓ ଏହାକୁ ପାଳନ କରିବା ପାଇଁ ଏକ ଆଦର୍ଶ କନ୍‌ସେପ୍ଟ ତ୍ରିନୟନର ଘୋଷଣା କରି ଗର୍ବିତ ଅନୁଭବ କରୁଛି ।
ଚଳିତ ବର୍ଷ ସୁନ୍ଦର ଭାବେ ସୁସଜ୍ଜିତ ପେଣ୍ଡାଲଗୁଡିକରେ ସୀମିତ ପ୍ରବେଶ ଆହ୍ୱାନକୁ ଅତିକ୍ରମ କରି ଏକ ଅନ୍‌ଲାଇନ୍ ପୋର୍ଟାଲ- ତ୍ରିନୟନ୍ ଭକ୍ତମାନଙ୍କୁ ଭର୍ଚୁଆଲ ମାଧ୍ୟମରେ ନିଜ ପସନ୍ଦର ପେଣ୍ଡାଲଗୁଡିକୁ ଦର୍ଶନ କରିବା ପାଇଁ ସକ୍ଷମ କରିବ ଏବଂ ସେମାନେ ଯେପରି ସମସ୍ତ ଶୁଭ ରୀତିନୀତିର ଅଂଶ ହୁଅନ୍ତି ତାହା ସୁନିଶ୍ଚିତ କରିବ । ଦୂର୍ଗା ମା’ଉଦ୍‌ବୋଧନ (ମୂର୍ତି ଉନ୍ମୋଚନ)ଠାରୁ ଆରମ୍ଭ କରି ଦଶମୀ ସିନ୍ଦୂରଖେଳା- ବିଜୟା ପର୍ଯ୍ୟନ୍ତ, ତ୍ରିନୟନ ସବୁଠାରୁ ଲୋକପ୍ରିୟ ୧୦ଟି ଦୂର୍ଗାପୂଜା ପେଣ୍ଡାଲରେ ଲାଗିଥିବା ୪୦ଟି କ୍ୟାମେରା ସହିତ ସବୁକିଛିକୁ କଭର କରିବ । ଉପଭୋକ୍ତାମାନେ ନିଜ ମୋବାଇଲ ଓ ଲାପ୍‌ଟପ୍‌ରେ www.onlinedurgapuja.com ରେ ଲଗ୍‌ଅନ୍ କରି ପୂଜା ଲାଇଭ୍ ଦେଖିବା ପାଇଁ ସକ୍ଷମ ହୋଇପାରିବେ । ତ୍ରିନୟନ ଫୁଟେଜ୍‌ଗୁଡିକ ୧୯ ଅକ୍ଟୋବରରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଲାଇଭ୍ ରହିବ । ପାର୍ବଣ ଉତ୍ସାହକୁ ବଢାଇବା ଲାଗି ଏମଆଇ ଇଣ୍ଡିଆ ଲଗାତର ୨ୟ ଥର ପାଇଁ ଗାୟକ ରୁପମ୍ ଇସ୍‌ଲାମଙ୍କ ସହିତ ସହଭାଗିତା କରିଛି ଏବଂ ଏହି ଅବସରରେ ଆମର୍‌ପୁଜୋ ନାମକ ଏକ ସ୍ୱତନ୍ତ୍ର ମ୍ୟୁଜିକ୍ ଭିଡିଓ ଲଂଚ୍ କରିବ ।
ଦୂର୍ଗା ପୂଜା ଅଫର୍‌ଗୁଡିକ ଅକ୍ଟୋବର ୧୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏମଆଇ ପ୍ରଶଂସକମାନଙ୍କ ପାଇଁ ଉପଲବ୍ଧ ରହିବ । ଏହି ସ୍ୱତନ୍ତ୍ର ଅଫର୍ ସମସ୍ତ ନୂତନ ଲଂଚ୍ ସହିତ ସମସ୍ତ ଏମଆଇ ଇଣ୍ଡିଆ ଡିଭାଇସ୍‌ଗୁଡିକୁ ସମ୍ପ୍ରସାରିତ ହେବ । ପ୍ରତ୍ୟେକ କ୍ରୟ ସହିତ ଉପଭୋକ୍ତାମାନେ ଏମଆଇ ଟିଭି, ମି ନୋଟ୍‌ବୁକ୍‌, ମି ବ୍ୟାଣ୍ଡ ଓ ଏମଆଇ ଟ୍ରିମର୍ ଭଳି ଆକର୍ଷଣୀୟ ମି ଇଣ୍ଡିଆ ଉତ୍ପାଦ ଓ ଅନ୍ୟାନ୍ୟ ପୁରସ୍କାର ସମେତ ଏକ ଦୈନିକ ଓ ସାପ୍ତାହିକ ଲକି ଡ୍ର ଜିତିପାରିାବ ।


Share It

Comments are closed.